ଦୀପାବଳି ପୂର୍ବରୁ ମୋଦୀଙ୍କ ବଡ଼ ଉପହାର, ଘର କିଣିବା ହେବ ସହଜ ମିଳିବ ଘର ସବସିଡି, ଜାଣନ୍ତୁ ପୁରା ଖବର

 
Modi

ମୋଦି ସରକାର ଦେଇପାରନ୍ତି ଏକ ବଡ ଉପହାର। ଦୀପାବଳୀ ପୂର୍ବରୁ ମିଳିପାରେ ଘର। ଆଗକୁ ଆସୁଛି ବଡ଼ ହାଉସିଂ ସ୍କିମ୍। ଯେଉଁ ସ୍କିମ ଦ୍ୱାରା ସହରରେ ମିଳିବ ଘର। ଉପକୃତ ହେବେ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକମାନେ।

କ୍ଟ୍ଟ

ଏ ହାଉଷିଂ ସ୍କୀମ ବିଷୟରେ ମୋଦି ସ୍ଵାଧୀନତା ଦିବସ ଅବସରରେ ଘୋଷଣା କରିଥିବା ବେଳେ ସେତେ ବେଳେ ଏ ନେଇ କୌଣସି ସ୍ପଷ୍ଟତା ମିଳି ପାରି ନ ଥିଲା। କିନ୍ତୁ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ସ୍କିମ ଟି ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ। ମୋଦି କହିବା ଅନୁସାରେ ଏପଟେ ସିଲିଣ୍ଡର୍ ଦର୍ ମଧ୍ୟ କମହାଇଛି। ଯାହା ପରେ ଏବେ ହାଉଶିଂ ସ୍କିମ କାର୍ଯ୍ୟକାରି ହେବାକୁ ନେଇ ବେଶ୍ ଆଗ୍ରହୀ ଅଛନ୍ତି ଲୋକେ।

ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ହାଉସିଂ ସ୍କିମ, ଏଥିରେ କିପରି ଆପଣ ଉପକୃତ ହୋଇ ପାରିବେ ଏବଂ ହିତାଧିକାରୀମାନଙ୍କୁ କିପରି ଚୟନ କରାଯିବ।

ସୂଚନା ଅନୁସାରେ ପ୍ରାୟ ପଚିଶ ଲକ୍ଷ ଘର ଦେବାକୁ ରହିଛି ଯୋଜନା ଏହି ସ୍କିମ ଅନୁସାରେ ଗୃହ ଋଣ ଉପରେ ସବସିଡି ଦେବେ କେନ୍ଦ୍ର ସରକାର। ସବସିଡି ବାବଦକୁ କେନ୍ଦ୍ର ସରକାର ପ୍ରାୟ ୬୦ ହଜାର କୋଟି ଟଙ୍କାର ଯୋଜନା କରିଛନ୍ତି। ଏହି ସ୍କିମ ରେ ଋଣ ରାଶି ନଅ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉପରେ ବାର୍ଷିକ ଶୁଦ୍ଧହାର ତିନିରୁ ଛଅ ଦଶମିକ ପାଞ୍ଚ ପ୍ରତିଶତ ସବସିଡି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ପଚାଶ ଲକ୍ଷ ଟଙ୍କାରୁ କମ୍ ଗୃହ ଋଣ ଯାହାର ଅବଧି କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ରହିଛି ତାହା ଉପରେ ମଧ୍ୟ ଏହି ସ୍କିମ କାର୍ଯ୍ୟକାରୀ ହେବ।

House

ହେଲେ ଏ ସବୁ ସୂଚନା ଗଣମାଧ୍ୟମରୁ ଜଣା ପଡ଼ିଥିଲେ ମଧ୍ୟ ସରକାର ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଖୁଲାସା କରି ନାହାନ୍ତି। କ୍ୟାବିନେଟ୍ ରେ ମଧ୍ୟ ଏ ନେଇ କୌଣସି ପ୍ରସ୍ତାବ ଆଗତ ହୋଇ ନାହିଁ। ହେଲେ ଆଶା କରାଯାଉଛି ଏହି ନିୟମ ୨୦୨୮ ପୁର୍ବରୁ କାର୍ଯ୍ୟକାରି ହୋଇଯିବ। ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଏହାର ତୀବ୍ରତା ବଢ଼ିପାରେ ବୋଲି କୁହାଯାଉଛି।