ମୋଦୀ ପଠାଇଲେ ଟଙ୍କା ମୋବାଇଲକୁ ଆସିଲା ମେସେଜ, ଜଲଦି ଚେକକରନ୍ତୁ, ପୁଣି ଆକାଉଣ୍ଟକୁ ଯିବ ଏତିକି ଟଙ୍କା..

 
Modi

ଭାରତ ସରକାର ଦେଶର ନାଗରିକମାନଙ୍କୁ ଦୃଷ୍ଟିରେ ରଖି ଅନେକ ଯୋଜନାର ପରିକଳ୍ପନା କରି ତାହାକୁ କାର୍ଯ୍ୟକାରୀ କରନ୍ତି । ଏହି ଯୋଜନା ମାଧ୍ଯମରେ ଅନେକ ଲୋକଙ୍କୁ ଲାଭ ପ୍ରାପ୍ତ ମଧ୍ଯ ହୋଇଥାଏ। ଭାରତ ହେଉଛି କୃଷି ପ୍ରଧାନ ଦେଶ । ଚାଷ ହେଉଛି ଦେଶର ମେରୁଦଣ୍ଡ । କୃଷକ ଖୁସି ରହିଲେ ଦେଶ ଖୁସି ରୁହେ । କୃଷକଙ୍କ ସମୃଦ୍ଧ ଜୀବନ ପାଇଁ କେନ୍ଦ୍ର ସରକାର ପିଏମ କିଷାନ ନାମକ ଯୋଜନାର ଶୁଭାରମ୍ଭ କରିଥିଲେ।

Kisan yojana

ଦୁର୍ଗାପୂଜା ପାଇଁ ବଡ ଭେଟି ଦେଲେ ସରକାର। ଆଜି ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା। ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ଦିନ ୧୨ଟା ସମୟରେ ଆକାଉଣ୍ଟକୁ ଯିବ ପିଏମ କିଷାନ ଟଙ୍କା। ୧୭ ତମ କିସ୍ତି ମିଳିସାରିଥିବା ବେଳେ ଆଜି ଚାଷୀ ମାନେ ପାଇବେ ୧୮ ତମ କିସ୍ତି। ଏହି ଯୋଜନାର ୧୮ ତମ କିସ୍ତି ଦେବେ ପ୍ରଧାନମନ୍ତ୍ରୀ। 

୯ କୋଟି ୫୦ ଲକ୍ଷ ହିତାଧିକାରୀ ହେବେ ଉପକୃତ। ତେବେ ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨୦ ହଜାର କୋଟିରୁ ଅଧିକ ଟଙ୍କା ପ୍ରତ୍ୟେକ୍ଷ ଭାବେ ଟ୍ରାନ୍ସଫର କରାଯିବ। ଏଥିପାଇଁ ମହାରାଷ୍ଟ୍ର ୱାସିମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସେହିଠାରୁ ନରେନ୍ଦ୍ର ମୋଦୀ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ। ୧୨ଟା ସମୟରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ପିଏମ୍‌ କିଷାନ ଟଙ୍କାର ୧୮ ତମ କିସ୍ତି। 

୧୮ ତମ କିସ୍ତିରେ ଚାଷୀଙ୍କ ଆକାଉଣ୍ଟରେ ଡିପୋଜିଟ ହେବ ୨୦୦୦ ଟଙ୍କା। ୯ କୋଟି ୫୦ ଲକ୍ଷ ଚାଷୀ ହେବେ ଉପକୃତ। ୨୦,୦୦୦ କୋଟିରୁ ଅଧିକ ଟଙ୍କା ହେବ ଟ୍ରାନ୍ସଫର୍। ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଠାଇବେ ଟଙ୍କା। ପ୍ରତିବର୍ଷ ତିନୋଟି କିସ୍ତିରେ ଚାଷୀଙ୍କ ଆକାଉଣ୍ଟକୁ ଯାଉଛି ଟଙ୍କା। ତିନୋଟି କିସ୍ତିରେ ମୋଟ ୬୦୦୦ ଟଙ୍କା ପାଉଛନ୍ତି ଚାଷୀ ମାନେ। ଆଉ ଆଜି ଦିନ ୧୨ଟା ସମୟରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ପିଏମ କିଷାନ ଟଙ୍କା।