ଦେଖନ୍ତୁ ଭିଡିଓ: ମୋଦି ଏହି ମହିଳାଙ୍କୁ ଦେଲେ ଏଭଳି ପ୍ରସ୍ତାବ, ମହିଳାଙ୍କ ଉତ୍ତର ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ  !

 
Modi

ମୋଦିଙ୍କ ପରରାମର୍ଷ ମହିଳାଙ୍କୁ ନିର୍ବାଚନଲତିବାକୁ ଦେଲେ ନିର୍ଦ୍ଦେଷ ମୋଦିଙ୍କର ଏହି ପରାମର୍ଷରେ ମହିଳାଙ୍କର ଏପରି କିଛି ଥେଲା ଉତ୍ତର ଜାହା ଶୁଣିଲେ ଆପଣ ବି ମହିଳା ଜଣଙ୍କୁ ପ୍ରସଂସା ନକରି ରହିପାରିବେ ନାହିଁ କାରଣ ଭାରତ ଭଳି ଏକ ରାଜନିତିକ କ୍ଷେତ୍ରରେ ଲୋକପ୍ରିୟ ହେବାର ଏକ ସବୁଠୁ ସରଳ ମାଧ୍ୟମ ହେଉଛି ରାଜନୀତି ସମସ୍ତେ ଚାହୁଛନ୍ତି ରାତାରାତି ଏଠି ନେତା ବନିବା ପାଇଁ।

Modi

ହେଲେ ଥରେ ଭାବି ଦେଖିଲେ ହଠାତ ଯଦି ଏହି ସୁଯୋଗ ଆପଣଙ୍କୁ ମିଳେ ଆପଣ କଣ କରିବେ । ତାହା ପୁଣି ଦେଶର ପ୍ରଧାନମନ୍ତ୍ରୀଙ୍କ ଠାରୁ । ସତ ତ ହେଉଛି ଏହା କି ଅଧିକାଂଶ ଲୋକେ ତିଳେ ମାତ୍ର ବିଳମ୍ବ କରିବେ ନାହିଁ ହଁ ଭରିବା ପାଇଁ । ହେଲେ ଏହି ମହିଳା ଜଣକ ହଁ ସତରେ ନିଆରା , ସ୍ଵାଭିମାନୀ ଓ ଆତ୍ମନିର୍ଭରଶୀଳା । ଯିଏ କି ସାହସର ସହିତ ନିର୍ବାଚନ ଲଢ଼ିବେ ନାହିଁ ବୋଲି ମନା କରି ଦେଲେ ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉତ୍ତରପ୍ରଦେଶ ବାରଣାସୀ ଗ୍ରସ୍ତରେ ଯାଇଛନ୍ତି । ଯେଉଁଠାରେ ସେ ବିଶ୍ଵର ସବୁଠାରୁ ବୃହତ୍ତମ ଧ୍ୟାନ କେନ୍ଦ୍ର ସ୍ୱର୍ବେଦ ମହା ମନ୍ଦିର ର ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ମୋଦୀ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଥିଲେ । ଯାହାକି ସେବାପୁରୀରେ ଅନୁଷ୍ଠିତ ହୋଇଥିଲା ।

ମୋଦି ସେଠାରେ ଏସ୍ ଏଚ୍ ଜି ଗ୍ରୁପ୍ ର ମହିଳା ମାନଙ୍କ ସହିତ ସିଧା ସଳଖ ଆଲୋଚନା ରଖିଥିଲେ । ଏହି ସଭାରେ ଚମ୍ପା ଦେବୀ ନାମକ ଜଣେ ମହିଳାଙ୍କ ଭାଶଣରେ ମୁଗ୍ଧ ହୋଇ ମୋଦୀ ବେଶ୍ ପ୍ରଶଂସା କରିଥିଲେ ତାଙ୍କର । ଏପରିକି ନିର୍ବାଚନ ଲଢ଼ିବାକୁ ତୁମେ ଚାହୁଁଛ କି ନା ପ୍ରଶ୍ନ ମଧ୍ୟ କରିଥିଲେ । 

ଯାହାର ଉତ୍ତର ରେ ଚନ୍ଦ୍ରା ଦେବୀ କହିଲେ ନା ମୁଁ ଲଢ଼ିବାକୁ ଚାହୁଁ ନାହିଁ । ଆମେ ଜାହା ବି କିଛି ସଫଳତା ପାଇଛୁ ଆପଣଙ୍କ ପ୍ରେରଣାରେ । ମୁଁ ଆପଣଙ୍କ ଆଗରେ ଛିଡା ହୋଇ ନିଜର ଅଭିଭାଷଣ ରଖି ପାରୁଛି ତାହା ହିଁ ମୋର ସବୁଠାରୁ ବଡ଼ ଗର୍ବର କଥା । ମହିଳାଙ୍କ ଏଭଳି ପ୍ରତି ଉତ୍ତରରେ ମୋଦୀ ବେଶ୍ ପ୍ରସଂଶା କରିଥିଲେ ତାଙ୍କର ।