ରାମ ମନ୍ଦିରରେ ଘଟିଲା ଅଲୌକିକ ଘଟଣା, ଗର୍ଭଗୃହରେ ପଶି ରାମଲାଲାଙ୍କ ଦର୍ଶନ କଲେ ହନୁମାନ, ଜାଣନ୍ତୁ ପୁରା ଘଟଣା

 
Ram mandir Hanuman

୨୨ ଜାନୁଆରୀ ଦିନ ଇତିହାସର ପୃଷ୍ଠାରେ ସବୁଦିନ ପାଇଁ ଲିପିବଦ୍ଧ ହୋଇଯାଇଛି। ଏହି ଦିନ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା, ଯାହାକୁ ସମଗ୍ର ବିଶ୍ୱ ସାକ୍ଷୀ ହୋଇଥିଲା। ​  ଦେଶବାସୀଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଐତିହାସିକ ମୁହୂର୍ତ୍ତ ଥିଲା, ଯାହା ବର୍ଷ ବର୍ଷ ଧରି ସ୍ମରଣୀୟ ହୋଇ ରହିବ।

ବର୍ତ୍ତମାନ, ପ୍ରାଣ ପ୍ରତିଷ୍ଠାର ପରଦିନ ମନ୍ଦିରରେ କିଛି ଦେଖିବାକୁ ମିଳିଛି, ଯାହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ଆଜିର ସମୟରେ ଏହା କିପରି ହୋଇପାରେ। ଏହା ଦେଖିବା ପରେ ସମସ୍ତେ କହୁଛନ୍ତି ଯେ ହନୁମାନ ନିଜେ ରାମଲାଲାଙ୍କୁ ଦେଖିବାକୁ ଆସିଛନ୍ତି।

Hanuman

ବାସ୍ତବରେ, ରାମ ମନ୍ଦିରର ସୁରକ୍ଷା କାର୍ଯ୍ୟରେ ନିୟୋଜିତ ସୁରକ୍ଷା କର୍ମୀମାନେ କହିଥିଲେ ଯେ ଏକ ମାଙ୍କଡ଼ ବାହାରୁ ଆସି ସିଧାସଳଖ ଗର୍ଭଗୃହରେ ପ୍ରବେଶ କରିଥିଲା। ସୁରକ୍ଷା କର୍ମୀମାନେ ତାକୁ ଅଟକାଇବାକୁ ଚାହୁଁଥିଲେ ଯେ ସେ କାହାକୁ କ୍ଷତି ନ ପହଞ୍ଚାଇ ଦେଉ। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ମାଙ୍କଡ଼ କାହାରି କିଛି କ୍ଷତି କରି ନଥିଲା ଏବଂ ସିଧା ରାମଲାଲାଙ୍କ ଦର୍ଶନ କରି ଗର୍ଭଗୃହରୁ ବାହାରି ଆସିଥିଲା।

ଏ ନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ତରଫରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଆଜି ଭୋର ପ୍ରାୟ ୫ ଟା ୫୦ ମିନିଟ ବେଳେ ଏକ ମାଙ୍କଡ଼ ଦକ୍ଷିଣ ଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରି ଗର୍ଭଗୃହ ଭିତରକୁ ପ୍ରବେଶ କଲା। ସେ ରାମଲାଲ ନିକଟରେ ପହଞ୍ଚିଲା। ବାହାରେ ମୁତୟନ ହୋଇଥିବା ସୁରକ୍ଷା କର୍ମୀମାନେ ଏହା ଦେଖି କଣ କରିବେ କିଛି ବୁଝିପାରି ନ ଥିଲେ। କାରଣ ସେମାନେ ମାଙ୍କଡ଼ ଆଡକୁ ଦୈଡ଼ିଗଲେ ମାଙ୍କଡ଼ଟି ରାମଲାଲା ମୂର୍ତ୍ତିକୁ ତଳେ ପକାଇ ଦେଇପାରେ।

Hanuman

କିନ୍ତୁ ପୋଲିସ ମାଙ୍କଡ ଆଡକୁ ଯିବା ମାତ୍ରେ ମାଙ୍କଡ଼ ଶାନ୍ତ ଭାବରେ ଉତ୍ତର ଦ୍ବାର ଆଡକୁ ଦୈଡି ପଳାଇଥିଲା। ଫାଟକ ବନ୍ଦ ଥିବାରୁ ସେ ପୂର୍ବ ଦିଗକୁ ଯାଇ ବାହାରି ଯାଇଥିଲା। ତେବେ ସେ ଭକ୍ତଙ୍କର କୌଣସି ଅସୁବିଧା ନ କରି ପୂର୍ବ ଫାଟକ ଦେଇ ବାହାରକୁ ଚାଲିଯାଇଥିଲା। ଏହାକୁ ନେଇ ସୁରକ୍ଷା କର୍ମୀ କହିଛନ୍ତି ଯେ ଆମକୁ ଲାଗିଲା ସତେ ଯେପରି ହନୁମାନ ଜୀ ନିଜେ ରାମଲାଲାଙ୍କୁ ଦେଖିବାକୁ ଆସିଛନ୍ତି।