ଘଟିବ ଆଲୌକିକ ଘଟଣା, ରାମଙ୍କ ଆଖି ଖୋଲା ହେଲେ ପ୍ରଥମ ନଜରରେ ଭାଙ୍ଗିଯିବ ଦର୍ପଣ, ଜାଣନ୍ତୁ ପୁରା ଖବର

 
Ramlala

ରାମଙ୍କୁ ନେଇ ଉତ୍ସବମୁଖର ସାରା ଦେଶ। ଅପେକ୍ଷାର ଅନ୍ତ କରି ଅଯୋଧ୍ୟାରେ ବିରାଜିବେ ରାମଲଲାଙ୍କ କିଶୋର ରୂପ। ଏହାରି ଭିତରେ ଜ୍ୟୋତିଷଙ୍କ ମତକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଛି। ପ୍ରାୟ ୫୦୦ ବର୍ଷ ପରେ ପୂରଣ ହେବ ରାମ ଭକ୍ତଙ୍କ ଇଚ୍ଛା। ଶିଶୁ ରୂପରେ ବିରାଜିତ ହେବେ ରାମଲଲ୍ଲା। 

୨୨ ଜାନୁଆରୀ କୁର୍ମା ଦ୍ୱାଦଶୀ ଅବସରରେ ବିରାଜିବେ ଶ୍ରୀରାମ। ବାସ୍ତବରେ କୁର୍ମା ଦ୍ବାଦଶୀ ଦିନ ଭଗବାନ ବିଷ୍ଣୁ କୁର୍ମ ରୂପ ଧାରଣ କରିଥିଲେ। ଆଉ ଭଗବାନ ରାମ ବିଷ୍ଣୁଙ୍କର ଅବତାର । ତେଣୁ ଏହି ଦିନକୁ ପ୍ରାଣ ପ୍ରତିଷ୍ଠା ପାଇଁ ଚୟନ କରାଯାଇଛି ।

Ramlala

କୁହାଯାଉଛି ଯେ, ରାମଙ୍କ ଆଖି ଖୋଲିବା ପରେ ସାମ୍ନାରେ ଥିବା ଦର୍ପଣ ଆପେ ଆପେ ଭାଙ୍ଗିଯାଏ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ହିନ୍ଦୁ ଧର୍ମରେ ପ୍ରାଣ ପ୍ରତିଷ୍ଠା ହେଉଛି ଏକ ପବିତ୍ର ରୀତିନୀତି। ଯେଉଁଥିରେ ଦେବ ପ୍ରତିମାରେ ଭଗବାନଙ୍କ ଏକ ଅଂଶକୁ ସ୍ଥାପିତ କରାଯାଏ। ଏହି ସମୟରେ ପ୍ରତିମାରେ ନେତ୍ର ଅପସାରଣ ଓ ପ୍ରତିଫଳନ ଦର୍ଶନ କରାଯାଇଥାଏ। ନୀତି ଅନୁଯାୟୀ ପ୍ରାଣ ପ୍ରତିଷ୍ଠା ସମାପ୍ତ ହେବା ପରେ, ଭଗବାନଙ୍କ ବିଗ୍ରହକୁ ଦର୍ପଣ ଦେଖାଯାଏ। ଆଉ ବେଳେବେଳେ ସେହି ଦର୍ପଣ ଭାଙ୍ଗିଯାଏ।

କୁହାଯାଉଛି ଯେ 'ଯେତେବେଳେ ପିଲାଟି ଗର୍ଭରୁ ବାହାରକୁ ଆସେ, ସେତେବେଳେ ଆଖି ଆଚ୍ଛାଦନ କରାଯାଏ ଯେପରି ସେ ଆଲୋକ ଦେଖି ବିଚଳିତ ହେବେ ନାହିଁ। ସେହିଭଳି, ପ୍ରାଣ ପ୍ରତିଷ୍ଠା ସମୟରେ, ଗୋଟିଏ କପଡାରେ ଈଶ୍ବରଙ୍କ ପ୍ରତିମା ବନ୍ଧା ଯାଇଥାଏ । ପୂଜା ରୀତିନୀତି ସମୟରେ ମୂର୍ତ୍ତିରେ ଏକ ଉଜ୍ଜ୍ୱଳ ଆଲୋକ ସ୍ଥାପିତ ହୁଏ । ପ୍ରାଣ ପ୍ରତିଷ୍ଠା ସମୟରେ, ନେତ୍ରୋମୁଲନ୍ ରୀତିନୀତି କରାଯାଏ ଯେଉଁଥିରେ ଦେବତାଙ୍କ ଆଖିରେ ବନ୍ଧା ହୋଇଥିବା କପଡା ଖୋଲାଯାଏ ଓ ଆଖିରେ ମହୁ ଲଗାଯାଏ ।

Ram mandir

ଏହି ରୀତିନୀତି ଓ ପ୍ରାଣ ପ୍ରତିଷ୍ଠା ସମୟରେ ଭଗବାନ ଶ୍ରୀରାମଙ୍କ ଆଖିକୁ ଏକ ଶକ୍ତି ଆସିଥାଏ। ମନ୍ତ୍ରଜପ ସମୟରେ ଆଖିରୁ ଆସୁଥିବା ଉଜ୍ଜଳ ରଶ୍ମୀ ଯୋଗୁ କୌଣସି କ୍ଷତି ନ ହେବା ପାଇଁ ସମ୍ମୁଖରେ ଦର୍ପଣ ରଖାଯାଏ। ଯେଉଁଥିରେ ଦର୍ପଣ ଆପେ ଭାଙ୍ଗିଯାଏ।