ଅଜବ ପ୍ରେମ, ଦୁଇ ଛୁଆର ମାକୁ ଭଲ ପାଇ ବସିଲା ନାବାଳକ, ଦୁହେଁ ହୋଇଗଲେ ଫେରାର୍, ପୁରା ଘଟଣା ଜାଣି ହେବେ ତାଜୁବ୍

 
Ajab Prema

ଅଜବ ପ୍ରେମର ଗଜବ କାହାଣୀ। ଦୁଇ ଦୁଇଟି ଛୁଆର ମାଆକୁ ଭଲପାଇ ବସିଲା ନାବାଳକ। ଘର ଏବଂ ପରିବାର ଲୋକେ ଏହାକୁ ସମର୍ଥନ ନ କରିବାରୁ ରାଗ ତମ ତମ ହୋଇ ନାବାଳକ ଜଣକ ପ୍ରେମିକା ମହିଳା ସହିତ ଫେରାର୍ ହୋଇ ଥାନାରେ ପହଞ୍ଚିଲା କିନ୍ତୁ ଏହାପରେ ଏପରି କିଛି ଘଟିଲା ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଉତ୍ତର ପ୍ରଦେଶର ଭଦୋହି  ଜିଲ୍ଲାର ସୁରିୟାଁ ଥାନା ଅନ୍ତର୍ଗତ ଏକ ଗାଁରେ ଏହିଭଳି ଏକ ଘଟଣା ଘଟିଥିବା ଜଣାଯାଇଛି।

Illicit relation

ମିଳିଥିବା ସୂଚନା ଅନୁଯାଇ ସ୍ୱାମୀ ପରିତ୍ୟାକ୍ତା ମହିଳା ଜଣଙ୍କ ସହିତ ନାବାଳକର ଦେଖା ହେବା ପରେ ସେ ସେହି ମହିଳାଙ୍କୁ ଭଲପାଇ ବସିଥିଲା। କିଛିଦିନ ପରେ ଉଭୟେ ପରସ୍ପରକୁ ଭଲପାଇବାକୁ ଲାଗିଥିଲେ। ପରବର୍ତ୍ତୀ ସମୟରେ ନାବାଳକ ଜଣକ ମହିଳାଙ୍କୁ ବିବାହ କରିବାକୁ ମନସ୍ଥ କରି ତାଙ୍କୁ ନିଜ ଘରକୁ ନେଇ ଆସିଥିଲା। କିନ୍ତୁ, ସେଠାରେ ତାଙ୍କ ପରିବାର ଲୋକେ ଏହି ବିବାହକୁ ବିରୋଧ କରିବା ସହ ପୁଅକୁ ଘରୁ ବାହାର କରି ଦେଇଥିଲେ।

Blind love

ଘର ଲୋକଙ୍କଠୁ ମାଡ ଖାଇ ରାଗ ତମ ତମ ନାବାଳକ ମହିଳାଙ୍କୁ ଧରି ଫେରାର୍ ହେବାର କିଛି ଦିନ ପରେ ସିଧା ଥାନାରେ ଯାଇ ପହଞ୍ଚିଥିଲେ। ସେଠାରେ ସେ ସମ୍ପୂର୍ଣ୍ଣ ଘଟଣା ଶୁଣାଇବା ସହିତ ମହିଳାଙ୍କୁ ବିବାହ କରିବା ପାଇଁ ଜିଦ ଧରି ବସିଥିଲେ। ପୋଲିସ ସମ୍ପୂର୍ଣ୍ଣ ଘଟଣା ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ ହେଁ ଯୁବକ ଜଣକ ନାବାଳକ ହୋଇଥିବାରୁ ସେମାନଙ୍କର ବିବାହ ହୋଇପାରିନଥିଲା। ଶେଷରେ ନାବାଳକ ଓ ମହିଳା ଜଣକ କାନମୁଣ୍ଡା ଆଉଁସି ଥାନାରୁ ଫେରି ଆସିଥିଲେ।