ମଦ ପାର୍ଟି ବେଳେ ନିଶାରେ ସାପକୁ ମାରି ଖଣ୍ଡଖଣ୍ଡ କରି ଭାଜି ଖାଇଦେଲେ ୩ ସାଙ୍ଗ, ଆଉ ତାପରେ ଯାହା ହେଲା ଜାଣି ହେବେ ତାଜୁବ୍

 
Snake

ମଦ ନିଶାରେ ମାତାଲ ହୋଇ ଅଜବ କାଣ୍ଡ କରିବସିଲେ ୩ ସାଙ୍ଗ। ସାଧାରଣତଃ ମଦ ନିଶାରେ ଲୋକେ ଝଗଡ଼ା କରୁଥିବା ଆମେ ଦେଖିଛେ କିନ୍ତୁ ଏଠାରେ ମାମଲା ସମ୍ପୂର୍ଣ୍ଣ ଭିନ୍ନ ଅଟେ। ରାଜସ୍ଥାନ ଧୌଲପୁର ଠାରେ ତିନି ଜଣ ସାଙ୍ଗ ମଦ ନିଶାରେ ଏକ ସାପକୁ ମାରି ଖାଇଦେଇଥିଲେ। ତେବେ, ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ପଡ଼ିଥିବା ଜାଣିବାକୁ ମିଳିଛି।

Hospital

ଏହି ୩ ଜଣ ବ୍ୟକ୍ତି ମଦ ପାର୍ଟି କରୁଥିବା ବେଳେ ପାଖରେ ଏକ ସାପକୁ ଦେଖିଥିଲେ ଯାହାକୁ ସେମାନେ ୩ ଖଣ୍ଡ କରି ଖାଇ ଦେଇଥିଲେ। ଏହାପରେ ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାକୁ ଲାଗିଥିଲା। ତାଙ୍କର ପ୍ରାୟ ୧୨ ଘଣ୍ଟା ପର୍ଯ୍ୟନ୍ତ ହୋସ ଆସିନଥିଲା। ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବା ପରେ ହିଁ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା। ତେବେ, ନିଶାଡ଼ିଙ୍କର ଏଭଳି କାରନାମା ସମସ୍ତଙ୍କୁ ଚକିତ କରିଦେଇଛି।

Jogindra singh

ମିଳିଥିବା ସୂଚନା ଅନୁଯାଇ ୩ ସାଙ୍ଗ ଅନ୍ତର ସିଂହ, ଯୋଗୀନ୍ଦ୍ର ସିଂହ ଓ ଶିବରାମ କୌଣସି ବେପାର କଥାକୁ ନେଇ ପିପରିପୁରା କେନାଲ ପାଖରେ ଏକତ୍ର ହୋଇଥିଲେ। ସେଠାରେ କଥା ହେବା ସହ ସେମାନେ ମଦ୍ୟପାନ ମଧ୍ୟ କରିଥିଲେ। ସେମାନେ ପାଖ ବୁଦାରୁ ଗୋଟିଏ ସାପ ବାହାରୁଥିବା ଦେଖି ତାକୁ ଧରି ପାଟି ଓ ଲାଞ୍ଜ କାଟି ଦେଇଥିଲେ। ତାପରେ ତାକୁ ନିଆଁରେ ପୋଡି ଖାଇଥିଲେ। ଏହାପରେ ସେମାନଙ୍କ ଭିତରୁ ଜଣଙ୍କର ଘଟଣାସ୍ଥଳରେ ହିଁ ହୋସ ଚାଲି ଯାଇଥିଲା।