୧୩ ବର୍ଷ ସାନ ଅଟୋ ଡ୍ରାଇଭରକୁ ଭଲପାଇ ବସିଲେ କୋଟିପତିଙ୍କ ପତ୍ନୀ, ଘରୁ ୪୭ ଲକ୍ଷ ନେଇ ଛୁ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Auto driver saha pherar

ଘରୁ ଲକ୍ଷ ଲକ୍ଷ ଟଙ୍କା ନେଇ ନିଜଠାରୁ ୧୩ ବର୍ଷ ସାନ ଅଟୋ ଡ୍ରାଇଭର ସହ ଫେରାର ହୋଇଗଲେ କୋଟିପତିଙ୍କ ପତ୍ନୀ। ମଧ୍ୟପ୍ରଦେଶ ଇନ୍ଦୋର ଖଜରାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ମହିଳାଙ୍କ ସ୍ୱାମୀ ନିଜ ପତ୍ନୀର ନିଖୋଜ ରିପୋର୍ଟ ଲେଖାଇବା ସହ ଟଙ୍କା ଗୟାବ ହୋଇଥିବା ନେଇ ଥାନାରେ ମାମଲା ରୁଜୁ କରିଛନ୍ତି।

Auto driver

ମିଳିଥିବା ଖବର ଅନୁଯାଇ ଗତ ଅକ୍ଟୋବର ୧୩ ତାରିଖରୁ ମହିଳା ଜଣକ ନିଜ ଘରୁ ଫେରାର ହୋଇଯାଇଥିଲେ। ମହିଳାଙ୍କ ସ୍ୱାମୀ କୋଟି କୋଟି ଟଙ୍କାର ଜମି ମାଲିକ ହୋଇଥିବା ବେଳେ ସେ ଘରେ ରଖିଥିବା ୪୭ ଲକ୍ଷ ଟଙ୍କା ମଧ୍ୟ ଗୟାବ ଥିଲା। ତେବେ, ତାଙ୍କ ସ୍ତ୍ରୀ ଜଣେ ଅଟୋ ଡ୍ରାଇଭର ସହିତ ଫେରାର ହୋଇଯାଇଥିବା ଜାଣି ସେ ଏଥିନେଇ ଥାନାରେ ଏତଲା ଦେଇଥିଲେ। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଅଟୋ ଡ୍ରାଇଭର ଇମରାନ ଘରୁ ୩୩ ଲକ୍ଷ ଟଙ୍କା ଜବତ କରିଛି। କିନ୍ତୁ, ଫେରାର ମହିଳାଙ୍କର ଏପର୍ଯ୍ୟନ୍ତ କୋୖଣସି ପତ୍ତା ମିଳିପାରିନାହିଁ।