‘ମୁଁ ମରୁଛି, କିନ୍ତୁ ମୋ ଛୁଆକୁ ନିଶ୍ଚୟ ଜନ୍ମ ଦେବ’ ଆତ୍ମହତ୍ୟା ପୂର୍ବରୁ ପତ୍ନୀ ପାଖକୁ ଲୁହଭରା ଚିଠି, ପୂରା ଘଟଣା ଜାଣି ହେବେ ଦୁଃଖିତ

 
Jubaka Atmahtya

"ମୋ ଶେଷ ଇଛା ହେଉଛି କି ମୋର ଅନ୍ତିମ ସଂସ୍କାର ମୋ ପତ୍ନୀ ମରିୟମ ହାତରେ ହେଉ। ଅନ୍ୟ କେହି କଲେ ମୋ ଆତ୍ମା ଶାନ୍ତି ପାଇବ ନାହିଁ"। ଏହା ଥିଲା ଭୁପେନ୍ଦ୍ର ଯାଦବ ନାମକ ଯୁବକ ଲେଖିଥିବା ସୁଇସାଇଡ଼ ନୋଟର ଶେଷ କଥା। ଘରେ ଅଛନ୍ତି ବାପା,ମା ଓ ଗର୍ଭବତୀ ସ୍ତ୍ରୀ କିନ୍ତୁ ଏପରି କଣ କାରଣ ଥିଲା ଯେଉଁଥିପାଇଁ ଭୁପେନ୍ଦ୍ର ଏହି ଚରମ ନିଷ୍ପତ୍ତି ନେଲେ ତାହା ଏବେ ସନ୍ଦେହ ଘେରରେ ରହିଛି।

ସୂଚନା ମୁତାବକ ସିଟି କୋତବାଲି ଥାନା ଅଞ୍ଚଳର ବେନଗଞ୍ଜରେ ରହୁଥିବା ଭୂପେନ୍ଦ୍ର ଯାଦବ ନାମକ ଜଣେ ଯୁବକ ନିଖୋଜ ହୋଇଯାଇଥିବା ନେଇ ୧୮ ଜୁନ୍ ରେ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ତେବେ ତାଙ୍କର କୌଣସି ପତ୍ତା ମିଳୁନଥିବା ବେଳେ ମୁମ୍ବାଇ ରେଳ ଧାରଣା ପାଖରୁ ପୋଲିସ ଏକ ମୃତଦେହ ଉଦ୍ଧାର କରିଥିଲା। 

ସେ ପିନ୍ଧିଥିବା ରକ୍ତ ଭିଜା ପୋଷାକରୁ ଏକ ସୁଇସାଇଡ଼ ନୋଟ ମିଳିବା ପରେ ମୃତକ ଜଣକ ଭୁପେନ୍ଦ୍ର ବୋଲି ଜଣାପଡିଥିଲା। ତେବେ ଭୂପେନ୍ଦ୍ର ମାରିବା ପୂର୍ବରୁ ନିଜ ପତ୍ନୀଙ୍କ ଉଦେଶ୍ୟରେ ଏକ ଭାବପୂର୍ଣ୍ଣ ସୁଇସାଇଡ୍‌ ନୋଟ୍ ଲେଖିଥିଲେ। ଏଥିରେ ସେ ନିଜ ନାମ ଭୁପେନ୍ଦ୍ର ଯାଦବ, ପିତାଙ୍କ ନାମ ମହମ୍ମଦ ଆଜାଦ ବା ଫଜ୍ଜୁ ଏବଂ ସେମାନେ ଟିକମଗଡ଼ରେ ରୁହନ୍ତି ବୋଲି ଉଲ୍ଲେଖ କରିଛନ୍ତି।

ସେ ଏହି ନୋଟରେ ତାଙ୍କ ଶବକୁ ପତ୍ନୀ ମାରିୟମ ବାନୋଙ୍କ ପାଖକୁ ପଠାଇ ଦେବାକୁ ଅନୁରୋଧ କରିଛନ୍ତି। ସେ ଲେଖିଛନ୍ତି ଯେ,"ମରିୟମ ମୁଁ ତୁମକୁ ବହୁତ ଭଲ ପାଏ। ତୁମେ ମୋ ଚିନ୍ତା ଜମା କରିବନି। ମୁଁ ସଦାବେଳେ ତୁମ ସହିତ ରହିଛି, ତୁମେ ଆମ ସନ୍ତାନକୁ ନିଶ୍ଚୟ ଜନ୍ମ ଦେବ। କାରଣ ସେ ଆମ ପ୍ରେମର ଶେଷ ସନ୍ତକ ଅଟେ। ମୁଁ ମରିବି ନିଶ୍ଚୟ ହେଲେ ସବୁଦିନ ପାଇଁ ତୁମ ହୃଦୟରେ ଓ ତୁମ ସାଥିରେ ହିଁ ରହିବି"।

ଏଥିସହିତ ସେ ଆତ୍ମହତ୍ୟା କରିବାର କାରଣ ମଧ୍ୟ ମରିୟମ ଜାଣିଥିବା ସୂଚନା ଦେଇଛନ୍ତି। କେବଳ ଏତିକି ନୁହେଁ ତାଙ୍କ ଅନ୍ତିମ ସଂସ୍କାର ପତ୍ନୀ ମରିୟମଙ୍କ ହାତରେ ହେଲେ ତାଙ୍କ ଆତ୍ମା ଶାନ୍ତି ପାଇବ ବୋଲି ସେ ଏହି ସୁଇସାଇଡ୍‌ ନୋଟ୍ ରେ ଉଲ୍ଲେଖ କରିଛନ୍ତି। ତେବେ ପୋଲିସ ଶବ ସହିତ ସୁଇସାଇଡ୍‌ ନୋଟ୍ କୁ ଜବତ କରି ଭୁପେନ୍ଦ୍ରଙ୍କ ପରିବାର ଲୋକଙ୍କୁ ଘଟଣା ବିଷୟରେ ସୂଚନା ଦେଇଛି। ଏହି ମାମଲାରେ ପରିବାରର ସମସ୍ତ ବ୍ୟକ୍ତିଙ୍କୁ ଜେରା କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।