ଘର ଝରକା ଭାଙ୍ଗି ସ୍ତ୍ରୀ ଫେରାର!! ସ୍ତ୍ରୀକୁ ଖୋଜି ଆଣିଲେ ସ୍ୱାମୀ ଦେବେ ୫୦୦୦ ଟଙ୍କା, ଜାଣନ୍ତୁ ପୂରା ଘଟଣା

 
Stree fherar

ସ୍ୱାମୀ ଘରେ ନଥିବା ବେଳେ ଘର ଝରକା ଭାଙ୍ଗି ଫେରାର ହେଲା ସ୍ତ୍ରୀ। ଏବେ ସ୍ତ୍ରୀ ଏବଂ ଛୁଆକୁ ଖୋଜିବା ପାଇଁ ସ୍ୱାମୀ ଦେବ ୫ ହଜ଼ାର ଟଙ୍କାର ପୁରସ୍କାର ରାଶି। କଥାଟି ଶୁଣିବାକୁ ଅଡୁଆ ଲାଗୁଥିବ ନିଶ୍ଚିତ କିନ୍ତୁ ପଶ୍ଚିମବଙ୍ଗର ପିଙ୍ଗଲା ଗ୍ରାମରେ ଏହିଭଳି ଏକ ରୋଚକ ଘଟଣା ଘଟିଯାଇଛି। ଏଥିନେଇ ସ୍ୱାମୀ ଜଣକ ସୋସିଆଲ ମିଡିଆରେ ନିବେଦନ କରିଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କ ସ୍ତ୍ରୀ ଏବଂ ପିଲାର କୌଣସି ସୁରାକ୍ ମିଳି ପାରିନାହିଁ।

Wife eloped

ବ୍ୟକ୍ତି ଜଣକ ପେଶାରେ ଜଣେ କାଠ କାରିଗର ହୋଇଥିବା ବେଳେ କାମ ପାଇଁ ସେ ହାଇଦ୍ରାବାଦ ଯାଇଥିଲେ। ଏଠି ତାଙ୍କ ସ୍ତ୍ରୀ,ପୁଅ ଓ ବାପା ମାଆ ପଶ୍ଚିମବଙ୍ଗ ସ୍ଥିତ ଘରେ ରହୁଥିଲେ। ତାଙ୍କ ସ୍ତ୍ରୀ ଅଶିକ୍ଷିତ ହୋଇଥିବାବେଳେ ସ୍ୱାମୀ ନଥିବାର ଫାଇଦା ଉଠାଇ କେହି ଜଣେ ତାଙ୍କୁ ଲୋଭ ଦେଖାଇ ଅପହରଣ କରିନେଇଥିବା ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି। ପୂର୍ବରୁ ତାଙ୍କ ସ୍ତ୍ରୀ ଏହିପରି ଫେରାର ହୋଇଯାଇଥିଲେ ଦ୍ଵିତୀୟ ଥର ପାଇଁ ଏଭଳି ଘଟଣା ଘଟିଥିଲେ ହେଁ ସେ ତାଙ୍କ ସ୍ତ୍ରୀକୁ ସସମ୍ମାନେ ଗ୍ରହଣ କରିବେ ବୋଲି କହିଛନ୍ତି।

Eloped

ଅଭିଯୋଗ ଅନୁଯାଇ ରାତିରେ ତାଙ୍କ ଗଳିକୁ କେହି ଜଣେ ଏକ କାର ନେଇ ଆସିଥିଲେ ଏବଂ ସେ ହିଁ ଘର ଝରକା ତାଡ଼ି ତାଙ୍କ ସ୍ତ୍ରୀକୁ ଅପହରଣ କରିଥିବା ବ୍ୟକ୍ତି ଜଣକ କହିଛନ୍ତି। ତେବେ, ବହୁ ଖୋଜିବା ପରେ ସେ ନ ମିଳିବାରୁ ବାଧ୍ୟ ହୋଇ ସୋସିଆଲ ମିଡିଆରେ ୫ ହଜ଼ାର ଟଙ୍କା ପୁରସ୍କାର ରାଶି ସହ ଏହାକୁ ପୋଷ୍ଟ କରାଯାଇଛି। ଅପରପକ୍ଷରେ ଏଭଳି କୌଣସି ଅଭିଯୋଗ ତାଙ୍କ ପାଖକୁ ଆସିନଥିବା ସ୍ଥାନୀୟ ପୋଲିସ କହିଛି।