ଜନ୍ମଦିନରେ ଗାର୍ଲଫ୍ରେଣ୍ଡକୁ ଡିମାଣ୍ଡ କଲା ଗିଫ୍ଟରେ ଦେ ଶାରିରୀକ ସମ୍ପର୍କ ରଖିବାକୁ, ରାଜି ନହେବାରୁ ଗଳା କାଟିଦେଲା ଯୁବକ, ଜାଣନ୍ତୁ ପୁରା ଘଟଣା

 
Gf bf

ପ୍ରେମିକ ନିଜ ଜନ୍ମ ଦିନରେ ଯେଉଁ ଛୁରିରେ କେକ୍ କାଟିଥିଲା ସେହି ଛୁରୀ ରେ କାଟି ଦେଲା ପ୍ରେମିକାର ଗଳା ! ପ୍ରେମିକା ନିଜ ପ୍ରେମିକର ଜନ୍ମ ଦିନ ପାଇଁ ନିଜ ସହିତ କେକ୍ ନେଇ ଆସିଥିଲା । ଦୁହେଁ ସାଙ୍ଗ ହୋଇ କେକ୍ ମଧ୍ୟ କାଟିଥିଲେ । ହେଲେ କେକ୍ କାଟିବା ପରେ ନିଜ ପ୍ରେମିକା ଠାରୁ ଏପରି କିଛି କଥା ଶୁଣି ତା ସହିତ ଏମିତି କିଛି କାଣ୍ଡ ଘଟାଇଥିଲା ପ୍ରେମିକ ।

Couple

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏପରି ଏକ ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁ ଅଞ୍ଚଳରେ । ପ୍ରେମିକର ନାମ ହେଉଛି ଗିରିଶ । ଯାହାର ବୟସ ୩୫ ବର୍ଷ । ପ୍ରେମିକାର ନାମ ହେଉଛି ଫରିଦା । ଯାହାଙ୍କ ବୟସ ବୟାଳିଶ ବର୍ଷ । ଫରିଦା ଗିରିଶ ଙ୍କ ଠାରୁ ବୟସରେ ବଡ଼ ହୋଇଥିଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ ନିବିଡ ପ୍ରେମ ସମ୍ପର୍କ ରହିଥିଲା । ତେବେ ଫରିଦା ପୂର୍ବରୁ ବିବାହିତ ଅଟନ୍ତି । 

ତାଙ୍କର ନିଜର ସନ୍ତାନ ମଧ୍ୟ ରହିଛି । ଗିରିଶ ଜଣେ ଡ୍ରାଇଭର୍ ଅଟନ୍ତି । ଗିରିଶଙ୍କ ଜନ୍ମ ଦିନରେ ଫରିଦା କେକ୍ ନେଇ ଆସିଥିଲେ । ଦୁହେଁ ସାଙ୍ଗ ହୋଇ କେକ୍ ମଧ୍ୟ କାଟିଥିଲେ । ସେହି ଦିନ ଗିରିଶ ଫରିଦାଙ୍କୁ ଗିଫ୍ଟରେ ମତେ ଶାରୀରିକ ସମ୍ପର୍କ ରଖିବାକୁ ଦେ କହିଥିଲେ ।

ହେଲେ ଫରିଦା ଶାରୀରିକ ସମ୍ପର୍କ ରଖିବା ପାଇଁଁ ସିଧା ସିଧା ମନା କରିଦେଇଥିଲେ । ଯାହା ପରେ ରାଗି ଯାଇଥିଲେ ପ୍ରେମିକ ଗିରିଶ ଓ ନିଜ ହାତରେ ଧରିଥିବା କେକ୍ କଟା ଛୁରୀ ରେ କାଟି ଦେଇଥିଲେ ଫରିଦା ଙ୍କ ଗଳା ।