ତୁମକୁ ମୁଁ ବହୁତ ଭଲପାଏ, ଯୁବତୀଙ୍କୁ ଏତିକି କହି ୨୦ ଲକ୍ଷ ଟଙ୍କା ଲୁଟିନେଲେ ଯୁବକ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Jubati

ଟଙ୍କା ପାଇଁ ପ୍ରଥମେ ପ୍ରେମ ଓ ତା ପରେ  ପ୍ରତାରଣା, ଏହିଭଳି ଅନେକ ଘଟଣା ଆମ ଦେଶରେ ଦେଖିବାକୁ ମିଳୁଛି। କିନ୍ତୁ, ଡେଟିଂ ସାଇଟରେ ଚିନ୍ହା ହୋଇଥିବା ଯୁବକଙ୍କ ପାଇଁ ଜଣେ ମହିଳା ନିଜ ଦେଶ ଛାଡ଼ି ଆମେରିକା ପଳାଇ ଆସିବା ଏବଂ ସେଠାରେ ପ୍ରତାରଣାର ଶିକାର ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏହି ଘଟଣାରେ ଯୁବକ ଜଣକ ମହିଳାଙ୍କ ଠାରୁ ପ୍ରାୟ ୨୦ ଲକ୍ଷ ଟଙ୍କା ଠକି ନେଇଥିବା ଜଣାଯାଇଛି।

Love

ମିଳିଥିବା ସୂଚନା ଅନୁଯାଇ ଇଂଲଣ୍ଡରେ ରହୁଥିବା ରୁଥ ଟନିକଲିଫ୍ ଅନଲାଇନ ଡେଟିଂ ଆପ୍ ରେ ପିଟର ନାମକ ଜଣେ ଆମେରିକୟ ଯୁବକଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ। ଏହି ବନ୍ଧୁତା ଧୀରେ ଧୀରେ ନିବିଡ଼ ହୋଇ ପ୍ରେମ ଆଡକୁ ଅଗ୍ରସର ହୋଇଥିଲା। ମହିଳା ଜଣକ ପିଟରଙ୍କ ପ୍ରେମରେ ଉବୁଟୁବୁ ହୋଇ ତାଙ୍କୁ ଦେଖା କରିବାକୁ ଆମେରିକା ଚାଲି ଆସିଥିଲେ। ସେଠାରେ ପିଟର ତାଙ୍କୁ ଭବ୍ୟ ସ୍ବାଗତ ଜଣାଇବା ସହିତ ତାଙ୍କ ଘର ଲୋକଙ୍କ ସହ ମହିଳାଙ୍କ ସାକ୍ଷାତ ମଧ୍ୟ କରାଇଥିଲେ।

Love and dhoka

ଏପରି ଭାବରେ ମହିଳାଙ୍କ ମନରେ ବିଶ୍ୱାସ ଜନ୍ମାଇବା ସହ ଧୀରେ ଧୀରେ ଯୁବକ ଜଣଙ୍କ ବିଭିନ୍ନ ପ୍ରକାର ବାହାନା କରି ଯୁବତୀଙ୍କ ଠାରୁ ଟଙ୍କା ଲୁଟିବା ଆରମ୍ଭ କରିଥିଲେ। ଏମିତି କରି ପିଟର ତାଙ୍କଠାରୁ ପ୍ରାୟ ୨୦ ଲକ୍ଷ ଟଙ୍କା ଲୁଟି ନେଇଥିବା ରୁଥ କହିଛନ୍ତି। ଟଙ୍କା ସାରିଯିବା ପରେ ପିଟର ତାଙ୍କୁ ଏକା ଛାଡ଼ି ପଳାଇଥିଲେ। ଏପରିକି ହୋଟେଲର ଟଙ୍କା ମଧ୍ୟ ପଇଠ କରିବାକୁ ରୁଥଙ୍କ ପାଖରେ ପଇସା ନଥିଲା। ଏଥିରେ ମଧ୍ୟ ସେ ହାରି ଯାଇ ନଥିଲା। ଏହି ଘଟଣାରେ ହାରିନଯାଇ ରୁଥ ପୋଲିସର ସାହାଯ୍ୟ ନେଇଥିଲେ। ସେଠାକାର ପ୍ରଶାସନ ରୁଥଙ୍କୁ ସୁରକ୍ଷିତ ଇଂଲଣ୍ଡରେ ପହଞ୍ଚାଇବା ସହ ଅଭିଯୁକ୍ତ ପିଟରକୁ ଗିରଫ କରିଥିଲା।