ହତ୍ୟା କରି ସାଙ୍ଗର ଶବକୁ ଫିଙ୍ଗୁଥିଲା ସାଙ୍ଗ, ସେହି ଘାଟି ତଳକୁ ଖସି ଚାଲିଗଲା ନିଜ ଜୀବନ, ପୂରା ଘଟଣା ଜାଣି ହେବେ ତାଜୁବ୍‌

 
Murder

କଥାରେ ଅଛି,"ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ"। ନିଜ ସାଙ୍ଗକୁ ହତ୍ୟା କରି ଲାସ୍ ଫିଙ୍ଗିବାକୁ ଯାଇଥିବା ବେଳେ ଘାଟିରେ ଖସି ଚାଲିଗଲା ଯୁବକଙ୍କ ଜୀବନ। ଘଟଣାଟି କୌଣସି ଏକ କ୍ରାଇମ୍ ଥ୍ରୀଲର୍ ଚଳଚିତ୍ରର ସଂଳାପ ଭଳି ଲାଗୁଥିଲେ ହେଁ ମହାରାଷ୍ଟ୍ର ସାବନ୍ତବାଡ଼ିରେ ଏଭଳି ହିଁ ଏକ ଘଟଣା ଘଟିଯାଇଛି।

Murder

 ମିଳିଥିବା ସୂଚନା ଅନୁଯାଇ ୨୮ ବର୍ଷିୟ ତୁଷାର ପାୱାର ଓ ୩୦ ବର୍ଷିୟ ସୁଶାନ୍ତ ଖିଲାରୋଙ୍କ ମଧ୍ୟରେ ଟଙ୍କା କାରବାରକୁ ନେଇ ବଚସା ହୋଇଥିଲା। ଯାହାପରେ ତୁଷାର ତାର ସହଯୋଗୀ ତଥା ବନ୍ଧୁ ସୁଶାନ୍ତକୁ ହତ୍ୟା କରିଥିଲା। ହତ୍ୟା କରିବା ପରେ ଶବକୁ ଫୋପାଡ଼ିବା ପାଇଁ ସେ ୪୦୦ କିଲୋମିଟର ଦୂର ଅମ୍ବୋଲି ଘାଟକୁ ନେଇଯାଇଥିଲା।

Dead body

ତୁଷାର ସେଠାକୁ କାର ଯୋଗେ ଯାଇଥିବା ବେଳେ ଶବ ଫିଙ୍ଗିବା ସମୟରେ ସନ୍ତୁଳନ ହରାଇ ସେ ନିଜେ ସେହି ଘାଟି ଭିତରକୁ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ବସିନ୍ଧା ଶବ ଦେଖି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।