ଦେହଜୀବୀକୁ ବାହା ହେବାକୁ ଜିଦ୍ ଧରି ଯୁବକ ହଟହଟା, ବାପାମା ମନା କରିବାରୁ ହେଲା ଏମିତି କିଛି, ପୂରା ଘଟଣା ଜାଣି ହେବେ ତାଜୁବ୍

 
Dehajibi

ଯୌନ କର୍ମୀଙ୍କୁ ବିବାହ କରିବାକୁ ଜିଦ୍ ଧରି ଜଣେ ଯୁବକଙ୍କୁ ହଟହଟା ହେବାକୁ ପଡିଛି। ଫଳସ୍ୱରୂପ ଦୁଇ ମହଲା ଉପରୁ ତଳକୁ ଡେଇଁ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଏବଂ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଏହି ଘଟଣାଟି ପଶ୍ଚିମବଙ୍ଗର ସୋନାଗାଛି ଠାରେ ଘଟିଥିବା ଜଣାପଡ଼ିଛି।

Prostitute

ମିଳିଥିବା ସୂଚନା ଅନୁଯାଇ ଉକ୍ତ ଦେହଜୀବୀ ଜଣକ ଉତ୍ତର କୋଲକାତାର ବଡ଼ତଲା ପୁଲିସ ଷ୍ଟେସନ ଅନ୍ତର୍ଗତ ନୀଲମଣି ମିତ୍ର ଛକରେ ନିଜ ମାଆଙ୍କ ସହିତ ଭଡ଼ା ଘରେ ରୁହନ୍ତି। ଆହତ ଯୁବକ ଜଣକ କିଛି ଦିନ ତଳେ ଗ୍ରାହକ ସାଜି ତାଙ୍କ ପାଖକୁ ଆସିଥିଲେ। ମନେ ମନେ ଭଲପାଇ ବସିବାରୁ ସେ ଆଉ ଦୁଇ ତିନି ଥର ସେଠାକୁ ଆସିଥିଲେ। ତେବେ, ଶନିବାର ରାତିରେ ଯୁବକ ଜଣକ ମଦ୍ୟପାନ କରି ସେଠାରେ ରାତି ବିତାଇବା ପରେ ସକାଳୁ ତାଙ୍କୁ ବିବାହ କରିବା ପାଇଁ ଜିଦ୍ ଧରି ବସିଥିଲେ।

Sonagachi

ଏପରିକି ଏହା ବିଷୟରେ ଯୁବକ ଜଣକ ଫୋନ ଯୋଗେ ନିଜ ମାଆଙ୍କୁ ମଧ୍ୟ ଜଣାଇଥିଲେ। ତାଙ୍କ ମାଆ ବିରୋଧ କରିବା ପରେ ରବିବାର ସକାଳେ ଯୁବକ ଜଣକ ଦେହଜୀବୀଙ୍କ ମାଆଙ୍କୁ ଏହା ବିଷୟରେ ଜଣାଇ ଥିଲେ। ବିବାହ କଥା ଶୁଣି ଦେହଜୀବୀ ଜଣକ ଉତକ୍ଷିପ୍ତ ହୋଇ ଉଠିଥିଲେ ଏବଂ ଯୁବକଙ୍କ ମୋବାଇଲ ଫୋନକୁ ତଳକୁ ଫିଙ୍ଗି ଦେଇଥିଲେ। ଫୋନ ବଞ୍ଚାଇବାକୁ ଯାଇ ଯୁବକ ମଧ୍ୟ ଦୁଇ ମହଲା ଉପରୁ ଡେଇଁ ପଡ଼ିଥିଲେ। ଏହି ଦୁର୍ଘଟଣାରେ ତାଙ୍କର ବେକ, ପିଠି ଏବଂ ଗୋଡ଼ରେ ଆଘାତ ଲାଗିଛି। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।