ଦେଖନ୍ତୁ ଭିଡ଼ିଓ: ମୃତ ପ୍ରେମିକାକୁ ଶଙ୍ଖା ସିନ୍ଦୂର ଦେଲା ପ୍ରେମିକ, କାନ୍ଦି କାନ୍ଦି ସଧବା ବେଶରେ ଦେଲା ବିଦାୟ

 
Premika mruta

ଆଜିର ମିଛ ଦୁନିଆରେ ଯେଉଁଠି ଯୁବପିଢ଼ିଙ୍କ ପାଇଁ ପ୍ରେମ ଏକପ୍ରକାର ବ୍ୟାପାର ପାଲଟି ଗଲାଣି ସେଠାରେ ପ୍ରକୃତ ପ୍ରେମ କାହାଣୀ ଗୁଡିକ ବିଷୟରେ ବହୁତ କମ୍ ଶୁଣିବାକୁ ମିଳୁଛି। ତେବେ, ଏଭଳି ନିଚ୍ଛକ ଏକ ପ୍ରେମର ଜ୍ୱଳନ୍ତ ଉଧାହରଣ ତ୍ରିପୁରାର ମିଶାଲଗଡ ଜିଲ୍ଲାରେ ଦେଖିବାକୁ ମିଳିଛି। 

Premika

ମିଳିଥିବା ସୂଚନା ଅନୁଯାଇ ସମ୍ପୃକ୍ତ ଅଞ୍ଚଳରେ ରହୁଥିବା ମଣ୍ଡଲ ଶାହଙ୍କ ଝିଅ ରୂପା ଶାହ ଘରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ସେ ମୃତ୍ୟୁବରଣ କରିଥିଲେ। ତେଣୁ ପରିବାର ଲୋକେ ତାଙ୍କ ଶବକୁ ସତ୍କାର କରିବା ପାଇଁ ମଶାଣିଙ୍କୁ ନେଇ ଆସିଥିଲେ।

ଅନ୍ୟପକ୍ଷରେ ଏପରି କଥା ଶୁଣି ରୂପାଙ୍କ ପ୍ରେମିକ ମନ୍ ସରକାର ଘଟଣାସ୍ଥଳରେ ପହଞ୍ଚି କାନ୍ଦିବାକୁ ଲାଗିଥିଲେ। କେବଳ ସେତିକି ନୁହେଁ ନିଜ ପ୍ରେମିକାକୁ ସଧବା ବେଶରେ ମଧ୍ୟ ସଜାଇ ଦେଇଥିଲେ ମନ୍। ପରିବାର ଲୋକଙ୍କ ଗାଳି ଗୁଳଜ ସହିନପାରି ରୂପା ଏଭଳି ପଦକ୍ଷେପ ନେଇଥିବା ସେ ଅଭିଯୋଗ କରିଛନ୍ତି। ତେବେ, ମୃତ ପ୍ରେମିକାକୁ ସଧବା ସଜାଇ ବିଦାୟ ଦେଉଥିବାର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।