ଜେସାକୁ ତେସା: ପ୍ରେମିକାର ମାଆକୁ ନେଇ ଫେରାର ହୋଇଗଲା ପ୍ରେମିକ, ବଦଳରେ ପୁଅର ବାପାକୁ ବାହା ହେଲେ ଯୁବତୀ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Jubaka jubati

ପ୍ରେମିକାର ମାଆକୁ ନେଇ ଫେରାର ହୋଇଗଲା ପ୍ରେମିକ। ଏହାପରେ ପୁଅର ବାପାଙ୍କୁ ବାହା ହୋଇଗଲେ ଯୁବତୀ। କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ହେଁ ବ୍ରିଟେନର ଗ୍ଲୁଷ୍ଟରଶାୟରରେ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି। ଯୁବତୀ ଜଣକ ଏଥିନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକଟକରେ ଏକ ଭିଡ଼ିଓ ସେୟାର କରିଥିଲେ ଯାହାପରେ ପୁରା ଘଟଣା ସାମ୍ନାକୁ ଆସିଥିଲା।

Eloped

ମହିଳାଙ୍କ କହିବା ଅନୁଯାଇ ତାଙ୍କ ବଏଫ୍ରେଣ୍ଡର ମା'ଙ୍କ ମୃତ୍ୟୁ ହୋଇଯାଇଛି। ଏପରି ପରିସ୍ଥିତିରେ ତାଙ୍କ ବଏଫ୍ରେଣ୍ଡକୁ ପୁଣି ମା' ମିଳିଯାଇଥିବାରୁ ସେ ଖୁସି ଅଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଜେସ୍ ଏଲଡ୍ରିଜ ନାମକ ଏହି ଯୁବତୀ ସେତେବେଳେ ଗର୍ଭବତୀ ଥିଲେ। ନିଜ ଶିଶୁକୁ ଜନ୍ମଦେଇ ସେ ହସ୍ପିଟାଲରୁ ଘରକୁ ଫେରିବା ବେଳକୁ ତାଙ୍କ ମା' ତାଙ୍କ ବୟଫ୍ରେଣ୍ଡ ରୟାନ ସହିତ ଫେରାର ହୋଇଯାଇଥିଲା।

Illicit relation

ଘଟଣା ମୁତାବକ ରୟାନ ଶେଲ୍ଟନ କରୋନା ମହାମାରୀ ଯୋଗୁଁ ନିଜ ଗାର୍ଲଫ୍ରେଣ୍ଡ ଜେସଙ୍କ ମା ଜର୍ଜିନା ଓ ତାଙ୍କ ପିତା ଏରିକଙ୍କ ସହ ଗ୍ଲୁଷ୍ଟରଶାୟରରେ ବହୁତ ଦିନ ହେଲା ଗୋଟିଏ ଘରେ ରହୁଥିଲେ। ଏହାରି ଭିତରେ ଭାବି ଶାଶୂ ଏବଂ ରାୟନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏଥିନେଇ ଜେସ୍ ସନ୍ଦେହ କରିଥିଲେ ହେଁ ସେ କିଛି ପଦକ୍ଷେପ ନେବା ପୂର୍ବରୁ ଉଭୟେ ଫେରାର ହୋଇ ଯାଇଥିଲେ।