ଦେଖନ୍ତୁ ଭିଡିଓ: ଧାର୍ ଟଙ୍କା ନ ଫେରାଇବାରୁ ଅଫିସ୍ ପାର୍କିରେ ମହିଳା ବନ୍ଧୁକୁ ମାରିମାରି ଜୀବନ ନେଇଗଲା ଯୁବକ
ମହାରାଷ୍ଟ୍ରର ପୁଣେରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ପୁଣେର ଏକ ନାମୀଦାମୀ କମ୍ପାନୀରେ କାମ କରୁଥିବା ଜଣେ ୨୮ ବର୍ଷୀୟା ମହିଳାଙ୍କୁ ପାର୍କିଂ ଏରିଆରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଅଭିଯୁକ୍ତର ନାମ କୃଷ୍ଣ ସତ୍ୟନାରାୟଣ କନୋଜା ବୋଲି ଜଣାପଡ଼ିଛି। ଶିବାଜୀନଗରରେ ରହୁଥିବା କୃଷ୍ଣଙ୍କଠାରୁ ଟଙ୍କା ଧାର୍ ନେଇଥିଲେ।
ସୂଚନା ମୁତାବକ, ପୁଣେର ଏକ ବହୁରାଷ୍ଟ୍ରୀୟ କମ୍ପାନିର ବିପିଓରେ ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟରତ ଥିଲେ କଟରାଜର ବାସିନ୍ଦା ୨୮ ବର୍ଷୀୟ ଶୁଭୋଦା ଶଙ୍କର କୋଡାରେ। ସେ ଶିବାଜୀନଗରରେ ରହୁଥିବା କୃଷ୍ଣଙ୍କଠାରୁ ଟଙ୍କା ଧାର୍ ନେଇଥିଲେ। ମଙ୍ଗଳବାର ଦିନ କୃଷ୍ଣ ଟଙ୍କା ମାଗିବାରୁ ଶୁଭୋଦା ଦେବାକୁ ମନା କରିଦେଇଥିଲେ। ଶୁଭୋଦା କାମ ସାରି ସନ୍ଧ୍ୟା ୬ଟା ୧୫ରେ ଘରକୁ ଫେରୁଥିବା ବେଳେ ତାଙ୍କ ପିଛା କରି କମ୍ପାନିର ପାର୍କିଂରେ ଅଟକାଇଥିଲେ କୃଷ୍ଣ।
ଶୁଭୋଦା ବିଭିନ୍ନ ସମୟରେ ତାଙ୍କ ବାପାଙ୍କ ଚିକିତ୍ସା ଆଳରେ କୃଷ୍ଣଙ୍କ ଠାରୁ ଟଙ୍କା ଧାର କରିଥିଲେ। ହେଲେ କୃଷ୍ଣ ଯେତେବେଳେ ତାଙ୍କୁ ଟଙ୍କା ମାଗିଥିଲେ ସେତେବେଳେ ସେ ତାଙ୍କ ବାପାଙ୍କ ଅବସ୍ଥା କଥା କହି ଟଙ୍କା ଫେରାଇ ନଥିଲେ। କୃଷ୍ଣ କିନ୍ତୁ ଶୁଭଦାଙ୍କ ଆଚରଣକୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ। ପ୍ରକୃତରେ ତାଙ୍କ ବାପା ଅସୁସ୍ଥ କି ନାହିଁ, ସେକଥା ଜାଣିବା ପାଇଁ କୃଷ୍ଣ ସିଧା ଶୁଭଦାଙ୍କ ଗାଁରେ ପହଞ୍ଚି ଯାଇଥିଲେ। ସେଠାରେ ତାଙ୍କ ବାପା ପୂରା ସୁସ୍ଥ ଥିବା ବେଳେ ସେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ି ନଥିବା ଜଣାପଡ଼ିଥିଲା।
ସବୁ ଜାଣିବା ପରେ ମଙ୍ଗଳବାର ସନ୍ଧ୍ୟା ୬ଟା ବେଳେ କୃଷ୍ଣ ଫୋନ କରି ଶୁଭଦାଙ୍କୁ ଅଫିସ ପାର୍କିଂକୁ ଡାକିଥିଲେ। ସେଠାରେ ସେ ତାଙ୍କୁ ଟଙ୍କା ମାଗିଥିଲେ। ଏଥିସହ ତାଙ୍କ ମିଛର ପର୍ଦ୍ଦାଫାସ କରି ଦେଇଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ରାଗି ଯାଇ କୃଷ୍ଣ ଗୋଟିଏ ଚାପଡ଼ରେ ଶୁଭଦାଙ୍କୁ ବାରମ୍ବାର ଆକ୍ରମଣ କରି ଚାଲିଥିଲେ।
Shubhada Kodare, 28, was brutally stabbed to death by her colleague Krishna Kanoja in a Pune office parking lot. The motive? Money. Have we become a society that values convenience over humanity? #JusticeForShubhada" pic.twitter.com/cXKuUm0QRb
— Vijay Kumbhar (@VijayKumbhar62) January 9, 2025
ପାର୍କିଂ ଲଟରେ ଅନେକ ଲୋକ ଉପସ୍ଥିତ ଥିଲେ ହେଁ କେହି ବି କୃଷ୍ଣଙ୍କୁ ଅଟକାଇବାକୁ ଚେଷ୍ଟା କରି ନଥିଲେ। ବରଂ ସେମାନେ ଘଟଣାର ରେକର୍ଡିଂ ମୋବାଇଲରେ କରିଥିଲେ। ଶୁଭଦା ନିସ୍ତେଜ ହୋଇ ତଳେ ପଡ଼ିବା ପରେ କୃଷ୍ଣ ଚାପଡ଼ ଫିଙ୍ଗି ଦେଇଥିଲେ। ଏହାପରେ କିଛି ଲୋକ ତାଙ୍କୁ କାବୁ କରିବା ସହ ମାଡ଼ ମାରିଥିଲେ। ଶୁଭଦାଙ୍କୁ ମଧ୍ୟ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ରାତି ପ୍ରାୟ ୯ଟା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ହତ୍ୟା ମାମଲା ରୁଜୁ କରି କୃଷ୍ଣଙ୍କୁ ଗିରଫ କରିଛି।