ମାମୁଁ ଘରେ ରହି ମାଇଁ ସହ ହୋଇଗଲା ପ୍ରେମ, ଦୁହେଁ ଫେରାର୍ ହୋଇ ବାହା ହୋଇଗଲେ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Main bhanaja

କୁହାଯାଏ ଯେ ପ୍ରେମ ଅନ୍ଧ ଏବଂ ଏଥିରେ ପଡିଥିବା ବ୍ୟକ୍ତି ସମ୍ପର୍କ କିମ୍ବା ସମାଜ ବିଷୟରେ ଚିନ୍ତା କରେ ନାହିଁ। ବିହାରର ଜାମୁଇରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବିବାହିତା ମହିଳା ନିଜ ଭଣଜାକୁ ପ୍ରେମ କରି ତାଙ୍କୁ ବିବାହ କରିଥିବା ଘଟଣା ସାମ୍ନାକୁ ଆସିଛି। ବର୍ତ୍ତମାନ ଏହି ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏହି ପ୍ରେମକୁ ଭୁଲ ଓ ଅପରାଧ ବୋଲି କହୁଛନ୍ତି।

ସୂଚନାନୁସାରେ, ମନନପୁର ଗ୍ରାମର ଜଣେ ଯୁବକ ଡୁମ୍ରୋ ଗ୍ରାମର ଜଣେ ଯୁବତୀଙ୍କ ସହ ବିବାହ କରିଥିଲେ। ବିବାହପରେ ଯୁବକଙ୍କ ଭଣଜା ଚନ୍ଦନ ଶାହା ନିୟମିତ ବ୍ୟବଧାନରେ ମାମୁଁଘରକୁ ଆସୁଥିଲେ। ଏହି ସମୟରେ ମାଇଁଙ୍କ ସହ ତାଙ୍କର ଘନିଷ୍ଠତା ବଢ଼ିଥିଲା।

ଧିରେ ଧିରେ କଥା ଆଗକୁ ବଢ଼ିବା ପରେ ଦୁହେଁ ଦୁହିଁଙ୍କୁ ଭଲ ପାଉଥିବା ପ୍ରକାଶ କରିଥିଲେ। ଏହାପରେ ଉଭୟ ପରସ୍ପର ସହ ଜୀବନ ବିତାଇବାକୁ ସ୍ଥିର କରିଥିଲେ। ମାମୁଁଙ୍କୁ କୌଣସି କାମରେ ମୁମ୍ବାଇ ଯିବାକୁ ପଡିବାରୁ ଉଭୟଙ୍କୁ ଭଲ ସୁଯୋଗ ମିଳି ଯାଇଥିଲା। 

ଯାହାର ଫାଇଦା ପାଇ ଉଭୟେ ଭଣଜା ମାଇଁ ଘରୁ ଫେରାର୍ ହୋଇ ବାହା ହୋଇ ପଡିଥିଲେ। ସ୍ୱାମୀ ମୁମ୍ବାଇରୁ ଫେରିବା ପରେ ଉଭୟ ଭଣଜା ଓ ମାଇଁ ଫେରାର ହୋଇଯାଇଥିଲେ। ଉଭୟ ବିବାହ କରିଥିବାବେଳେ ନିଜର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏଥିରେ ଭଣଜା ନିଜ ମାଇଁଙ୍କୁ ସିନ୍ଦୁର ଲଗାଉଛନ୍ତି। ପରେ ତାଙ୍କ ମାଇଁ ପାଦ ଛୁଉଁଛନ୍ତି। ସ୍ୱାମୀ ଘଟଣାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି।ବର୍ତ୍ତମାନ ଏହି ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।