ମାମୁଁ ଭାଣେଜୀ ମଧ୍ୟରେ ଥିଲା ଶାରୀରିକ ସମ୍ପର୍କ, ଭାଣେଜୀ ବାହା ହେବାକୁ କହିବାରୁ ଏମିତି କାଣ୍ଡ ଘଟାଇଲା ମାମୁଁ, ଜାଣନ୍ତୁ ପୁରା ଘଟଣା

 
Mamu bhaneji

କଳିଯୁଗର ଭୟଙ୍କର କାରନାମା । ମାମୁଁ ଭାଣେଜୀ ମଧ୍ୟରେ ଗଢ଼ି ଉଠିଲା ଶାରୀରିକ ସମ୍ପର୍କ । ଶାରୀରିକ ସମ୍ପର୍କ ଏତେ ବଢ଼ିଗଲା ଯେ, ଶେଷରେ ଏଭଳି ଏକ ପାପ କରିବାକୁ ବି ପଛେଇଲାନି ମାମୁଁ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

କିଛି ଦିନ ତଳେ ମାମୁ କାନ୍ଦି କାନ୍ଦି ଥାନାକୁ ଯାଇଥିଲେ ନିଜ ଭାଣେଜୀ ନିଖୋଜର ଅଭିଯୋଗ ନେଇ । ମାମୁଁର ସୁନ୍ଦର ଅଭିନୟକୁ ବି ସହଜରେ ବିଶ୍ୱାସ କରି ନେଇଥିଲା ପୋଲିସ ।

Jubati

ମାମୁଁର ଅଭିଯୋଗ ଅନୁସାରେ , ସେ ତାର ଭାଣେଜୀକୁ ବରୁଣେଇରେ ଛାଡି ଆସିଥିଲେ । ସେ ତାର ସାଙ୍ଗ ମାନଙ୍କ ସହ ବୁଲିବା ପାଇଁ ଯାଇଥିଲା । ହେଲେ ତା ପର ଠାରୁ ତାର କୌଣସି ଖବର ନାହିଁ ।

ମାମୁଁର କଥା ଶୁଣି ସନ୍ଧାନ ଆରମ୍ଭ କରି ଦେଇଥିଲା ପୋଲିସ । ହେଲେ ଯାହା ସାମ୍ନାକୁ ଆସିଲା ତାହା ସମ୍ପୂର୍ଣ୍ଣ ଭୟଙ୍କର ଥିଲା । ପୋଲିସ ଖୋଜି ବାହାର କରିଥିଲା ପ୍ରକୃତ ଅଭିଯୁକ୍ତକୁ । ଆଉ ସେ ଥିଲା ନିଜେ ମାମୁଁ ।

ମାମୁଁ ଓ ଭାଣେଜୀ ମଧ୍ୟରେ ରହିଥିଲା ଶାରୀରିକ ସମ୍ପର୍କ । ଯେଉଁଥିପାଇଁ ଭାଣେଜୀ ମାମୁଁକୁ ବାହା ହେବା ପାଇଁ ଜିଦ୍ ଧରି ବସିଥିଲା । ହେଲେ ମାମୁ ପୂର୍ବରୁ ବିବାହିତ ଥିଲେ । ଭାଣେଜୀର ଜିଦି ଦେଖି ମାମୁଁ ତାଙ୍କୁ ସବୁ ଦିନ ପାଇଁ ପଥରରେ ଛେଚି ମାରି ଦେଇଥିଲେ ।