ରାମମନ୍ଦିର ପ୍ରତିଷ୍ଠାକୁ ନେଇ କାହିଁକି ଏମିତି କହିଲେ ମମତା ବାନାର୍ଜୀ- “୨୦୨୪ ନିର୍ବାଚନ ପୂର୍ବରୁ ରାମ ମନ୍ଦିର...

 
Mamta Banerjee on ram mandir
ମମତା ବାନାର୍ଜୀ , “ମୁଁ ଇଶ୍ଵର ଆଲ୍ହାଙ୍କ ନିକଟରେ ଶପଥ ଖାଇ କହୁଛି ଯେ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ହିନ୍ଦୁ ଓ ମୁସଲମାନ ମାନଙ୍କ ମଧ୍ୟରେ ଭେଦଭାବକୁ କେବେ ବି ପ୍ରସୟ ଦେବି ନାହିଁ । ମୁଁ ଧାର୍ମିକ ଆଧାରରେ ଲୋକ ମାନଙ୍କୁ ବିଭାଜନ କରି ରାଜନୀତି କରିବାରେ ବିଶ୍ୱାସ କରେ ନାହିଁ । ଜାଣନ୍ତୁ କାହିଁକି ଏପରି କହିଲେ ମମତା ବାନାର୍ଜୀ ।

ସ

ସୂଚନା ଅନୁସାରେ ଆଗାମୀ ଜାନୁଆରୀ ୨୨ ତାରିଖରେ ହେବାକୁ ଥିବା ରାମ ମନ୍ଦିର ପ୍ରତିଷ୍ଠା ସମାହାରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ କରା ଯାଇଥିଲା । ହେଲେ ମମତା ଏଥିରେ ଯୋଗ ଦେବେ ନାହିଁ ବୋଲି ନିୟୁଜ ଏଜେନ୍ସି ପିଟିଆଇ ସୂତ୍ରରୁ ଜଣା ପଡିଛି ।

ଟିଏମ୍ ସିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନୀ ଉତ୍ସବରେ ମମତା ବାନାର୍ଜୀ କିମ୍ବା ଅନ୍ୟ କୌଣସି ଟିଏମ୍ ସି ପ୍ରତିନିଧି ଯୋଗ ଦେବାର ପ୍ରଶ୍ନ ଉଠୁନି ।

Ram mandir

ଧର୍ମକୁ ରାଜନୀତି ସହିତ ମିଶ୍ରଣ କରିବାକୁ ଘୋର୍ ନିନ୍ଦା କରିଛି ଟିଏମ୍ ସି ପାର୍ଟି । ଏପରିକି ମମତା ନିଜେ କହିଛନ୍ତି ଲୋକ ସଭା ନିର୍ବାଚନ ପୂର୍ବରୁ ବିଜେପି ରାମ ମନ୍ଦିର ପ୍ରତିଷ୍ଠା କରି ଏକ ଡ୍ରାମା କରୁଛି । ମୁଁ ଏପରି ଡ୍ରାମା ରେ ବିଶ୍ୱାସ କରେନା , ଯାହା ଭାରତ ଭଳି ଏକ ଧର୍ମ ନିରପେକ୍ଷ ଦେଶକୁ ଧର୍ମ ନାମରେ ବିଭାଜିତ କରିବ ।