ମୋଦୀଙ୍କୁ ଜୋକର୍ କହିବା ମାଳଦ୍ୱୀପକୁ ମହଙ୍ଗା ପଡିଲା! ଏବେ ବରବାଦ ହେବ ଦେଶର ଅର୍ଥନୀତି, ଜାଣନ୍ତୁ ପୁରା ଖବର

 
India Maldives
“ବୟକଟ୍ ମାଲଦ୍ଵିପ ” । ଏବେ ଭାରତରେ ବଡ଼ ବଡ଼ ସେଲିବ୍ରେଟିଙ୍କ ଠାରୁ ଆରମ୍ଭ କରି କ୍ରିକେଟର ଓ ସାଧାରଣ ଜନତାଙ୍କ ମୁହଁରେ ବି ଶୁଣିବାକୁ ମିଳୁଛି ଏହି ନାରା । ତେବେ ଜାଣନ୍ତୁ କଣ ରହିଛି ଏହି ନାରା ପଛର ରହସ୍ୟ ? ଭାରତ ସହିତ ଭଲ ସଂପର୍କରେ ରହି ଆସିଥିବା ମାଲଦ୍ଵିପ କୁ ନେଇ ଏପରି କାହିଁକି ଉଠୁଛି ବିବାଦ ?

ତ୍

ନିକଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ଵୀପ ଗ୍ରସ୍ତରେ ଯାଇଥିଲେ । ସେଠାରେ ମୋଦୀ ଉଠାଇଥିବା ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଯେଉଁଥିରେ ମୋଦୀ ଲାକ୍ଷାଦ୍ଵୀପକୁ ମାଲଦ୍ଵିପ ସହ ତୁଳନା କରି ଲେଖିଛନ୍ତି ମାଳଦ୍ଵିପ ପରି ଲାକ୍ଷାଦ୍ଵିପ ମଧ୍ୟ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ଅଟେ ।

ଯେଉଁଠାକୁ ଭାରତୀୟ ମାନେ ସମସ୍ତେ ବୁଲିବାକୁ ଯିବା ଉଚିତ୍ । ମୋଦୀଙ୍କ ଏପରି ଟୁଇଟ୍ ରେ ତାଙ୍କୁ ସମାଲୋଚନା କରିଥିଲେ ମାଳଦ୍ଵିପ ମନ୍ତ୍ରିମଣ୍ଡଳର କେତେକ ମନ୍ତ୍ରୀ ମାନେ । ମାଳଦ୍ଵୀପ ମନ୍ତ୍ରୀମଣ୍ଡଳର କ୍ୟାବିନେଟ୍ ମନ୍ତ୍ରୀ ମୋରୀୟମ୍ ସିଉନା ଟୁଇଟ୍ କରି ଲେଖିଥିଲେ ଭାରତର ପ୍ରଧାନମନ୍ତ୍ରୀ ହେଉଛନ୍ତି ଜୋକର୍ । ଯେ କି ମାଳଦ୍ଵିପ ଭଳି ଜାଗାକୁ ଲାକ୍ଷାଦ୍ଵୀପ ସହ ତୁଳନା କରୁଛନ୍ତି । 

ଏହା ସମେତ ଅନ୍ୟ ମନ୍ତ୍ରୀ ମାଲସା ସର୍ଫି ଓ ମହମ୍ମଦ ମାଜିଦ୍ ମୋଦୀଙ୍କୁ ଆକ୍ଷେପ କରି ଟୁଇଟ୍ କରିଥିଲେ । ଯାହାକୁ ନେଇ ଦୃଢ଼ ପ୍ରତିକ୍ରିୟା ଦେଖାଇଥିଲା ଭାରତ । ମାଲଦ୍ଵିପ ରେ ଥିବା ରାଷ୍ଟ୍ରଦୂତ ଏ ନେଇ ମାଲଦ୍ଵିପ ସରକାରଙ୍କୁ ପ୍ରଶ୍ନ ପଚାରିବାରୁ ସେ କହିଥିଲେ ଏହା ମନ୍ତ୍ରୀ ମାନଙ୍କର ବ୍ୟକ୍ତିଗତ ରାୟ , ମାଲଦ୍ଵିପ ସରକାରର ନୁହେଁ ।

Maldives

ହେଲେ ମାଲଦ୍ୱିପ ସରକାରର ଏହି ଉତ୍ତରରେ ସନ୍ତୁଷ୍ଟ ନ ଥିଲା ଭାରତ । ତେଣୁ କରି ଏ ନେଇ ମାଲଦ୍ଵିପ ତାର ସେହି ତିନି ଜଣ ମନ୍ତ୍ରୀଙ୍କୁ ନିଲମ୍ବିତ କରିଛି । କାରଣ ମାଲଦ୍ଵିପ ଜାଣିଛି ଭାରତ ସହିତ ଶତ୍ରୁତା ତାକୁ ଖୁବ୍ ମହଙ୍ଗା ପଡ଼ିବ । ଏପରିକି ମାଲଦ୍ଵିପର ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ୍ ମଧ୍ୟ ନିଜ ମନ୍ତ୍ରୀ ମାନଙ୍କର ଏଭଳି କାର୍ଯ୍ୟକୁ ଖୁବ୍ ନିନ୍ଦା କରିଛନ୍ତି ।