ବିନା ହେଲମେଟ୍ ଚାଳକଙ୍କୁ ଜଗିବେ ସାଧାରଣ ଜନତା, ପଟୋ ଉଠାଇବେ ଆପଣ, ଚାଲାଣ କାଟିବ RTO, ଜାଣନ୍ତୁ ନୂଆ ନିୟମ

 
Helmet rule

ଟ୍ରାଫିକ୍ ନିୟମରେ ବଡ଼ ପରିବର୍ତ୍ତନ। ପୁର୍ବରୁ ନିୟମ ସବୁ ଜାଣି ହୋଇ ଯାଆନ୍ତୁ ସତର୍କ ନଚେତ୍ ଫାଇନ ଲାଗିପାରେ ଓ ଆପଣ ମଧ୍ୟ ଯାଇପାରନ୍ତି ଜେଲ୍। ସରକାର ସଡ଼କ ଦୁର୍ଘଟଣା ରୋକିବା ପାଇଁ ନିକଟରେ ଅନେକ ଆଇନ୍ କାନୁନ୍ ଲାଗୁ କରିଥିଲେ ମଧ୍ୟ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ନିୟମ ପାଳନ କରିବାକୁ ନାରାଜ। ନା ସେ ନିଜ ଜୀବନକୁ ନେଇ ସଚେତନ ଅଛନ୍ତି ନା ଅନ୍ୟ ମାନଙ୍କ ଜୀବନ ପ୍ରତି।

ସୁଚନା ଅନୁଯାୟୀ ପ୍ରତି ବର୍ଷ ଯେଉଁ ସବୁ ସଡ଼କ ଦୁର୍ଘଟଣା ହୋଇ ଥାଏ ସେଥି ମଧ୍ୟରୁ ଅଧିକାଂଶ ଦୁର୍ଘଟଣାରେ ମୃତ୍ୟୁ ବରଣ କରନ୍ତି ଦୁଇ ଚକିଆ ଗାଡ଼ି ଆରୋହୀ। ଏବଂ ମୃତ୍ୟୁର ମୁଖ୍ୟ କାରଣ ହେଲମେଟ ନ ପିନ୍ଧିବା ଯୋଗୁଁ ହୋଇଥାଏ। ୨୦୨୨ ମସିହାରେ ଏକ ଗଣନା ଅନୁଯାୟୀ ପ୍ରାୟ ୧୬୯୫ ଜଣ ଲୋକ ହେଲମେଟ ନ ପିନ୍ଧିବା କାରଣରୁ ପ୍ରାଣ ହରାଇଛନ୍ତି ଏବଂ ୨୬୧୫ ଜଣ ଆହତ ହୋଇଛନ୍ତି।
Fr
ତେଣୁ କରି ହେଲମେଟ ପିନ୍ଧା ନେଇ ବିଶେଷ ଗୁରୁତ୍ଵ ଦିଆ ଯାଇଛି। ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏ ନେଇ ଏକ ନୂତନ ନିୟମ ମଧ୍ୟ ଲାଗୁ ହୋଇଛି। ଏସଟିଏ ର କହିବା ଅନୁସାରେ କେବଳ ଟ୍ରାଫିକ୍ ପୋଲିସ ନୁହେଁ ବରଂ ଜନ ସାଧାରଣ ମଧ୍ୟ ପୋଲିସ ଭଳି କାମ କରିବେ। ଏସଟିଏ କହିଛି ଯଦି କୌଣସି ବ୍ୟକ୍ତି ଗାଡ଼ି ଚଳାଉଥିବା ବେଳେ ହେଲମେଟ ପିନ୍ଧି ନ ଥିବେ ଜନସାଧାରଣ ଉକ୍ତ ବ୍ୟକ୍ତିର ଫଟୋ ଉଠାଇ ସିଟିଜେନ ସେଣ୍ଟିନେଲ୍ସ ନାମକ ଏକ ପୋର୍ଟାଲ ରେ ଅପଲୋଡ଼ କରି ପାରିବେ।
ଫଟୋ ଉଠାଇବା ବେଳେ ଧ୍ୟାନରେ ରଖିବେ ଯେପରି ଉକ୍ତ ଗାଡ଼ିର ନମ୍ବର ସ୍ପଷ୍ଟ ଦେଖା ଯାଉଥିବ। ଉକ୍ତ ଫଟୋ ଆଧାରରେ ପରିବହନ ବିଭାଗ ପକ୍ଷରୁ ସଂପୃକ୍ତ ଗାଡ଼ି ଚାଳକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେବଳ ଏତିକି ନୁହେଁ ଗାଡ଼ି ପଛରେ ଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ହେଲମେଟ ବାଧ୍ୟତାମୂଳକ କରା ଯାଇଛି। ଦୁହିଁଙ୍କ ମଧ୍ୟରେ ଯଦି ଜଣେ କେହି ବି ହେଲମେଟ ନ ପିନ୍ଧିଥାନ୍ତି ତାଙ୍କ ଫଟୋ ଉଠାଇ ପୋର୍ଟାଲ ରେ ଅପଲୋଡ଼ କରିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ବିଭାଗ ତରଫରୁ ସ୍ପଷ୍ଟ କରା ଯାଇଛି।