ପ୍ରେମିକ ବ୍ରାହ୍ମଣ ହୋଇଥିବାରୁ ପ୍ରେମିକାକୁ ଆମିଷ ଖାଇବାକୁ ମନା କରୁଥିଲା, ଜୀବନ ହାରିଦେଲା ପ୍ରେମିକା, ଜାଣନ୍ତୁ ପୁରା ଘଟଣା

 
Gf bf

ପ୍ରେମିକ ବ୍ରାହ୍ମଣ ହେଇଥିବାରୁ ପ୍ରେମିକାକୁ ଆମିଷ ଖାଇବାକୁ ମନା କରୁଥିଲା। ପାଇଲଟ୍ ମହିଳା ଜଣଙ୍କ ଆଜି ନିଜ ଜୀବନ ହାରି ଦେଇଛନ୍ତି। ଦେଶ ପାଇଁ ବିମାନ ଚଲାଉଥିବା ଝିଅ ଆଜି ପ୍ରେମିକର ଅତ୍ୟାଚାରକୁ ସହିନପାରି ଜୀବନ ହାରି ଦେଇଛନ୍ତି। 

ଜଣେ ପାଇଲଟ ଆଜି ଜୀବନ ହାରି ଦେଇଛନ୍ତି। ମୁମ୍ବାଇରେ ଜଣେ ୨୫ ବର୍ଷୀୟା ପାଇଲଟ ଜୀବନ ହାରି ଦେଇଛନ୍ତି। ପାଇଲଟ ଜଣଙ୍କ ହେଉଛନ୍ତି ସୃଷ୍ଟି ତୁଲିକ୍। ତାଙ୍କର ମରଶରୀରକୁ ମୁମ୍ବାଇର ଫାଲଟରୁ ଜବତ କରିଛି। ମହିଳାଙ୍କ ପ୍ରେମିକକୁ ଗିରଫ କରିଛି ପୋଲିସ। ଜୀବନ ହାରିବା ପାଇଁ ଜବରଦସ୍ତି କରିଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। 

Pilot women

ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଜେରା କରିବ ପୋଲିସ। ସୃଷ୍ଟିଙ୍କ ପରିବାର ଲୋକଙ୍କ ଅଭିଯୋଗ ମୁତାବିକ ସୃଷ୍ଟିଙ୍କ ପ୍ରେମିକ ଆଦିତ୍ୟ ପଣ୍ଡିତ ବ୍ରାହ୍ମଣ ହେଇଥିବାରୁ ସୃଷ୍ଟିଙ୍କୁ ସବୁବେଳେ ଆମିଷ ଛାଡ଼ିବାକୁ ବାଧ୍ୟ କରୁଥିଲେ। କିନ୍ତୁ ସୃଷ୍ଟି ପାଇଲଟ ହେଇଥିବାରୁ ବିଭିନ୍ନ ସ୍ଥାନକୁ ଯିବାକୁ ପଡୁଥିଲା। ସେଠାରେ ଅଧିକାଂଶ ସମୟ ତାଙ୍କୁ ଆମିଷ ଖାଦ୍ୟ ଖାଇବାକୁ ମିଳୁଥିଲା। 

ସେଥିପାଇଁ ସେ ଆମିଷ ଖାଦ୍ୟ ଖାଉଥିଲେ। କିନ୍ତୁ ଏହାକୁ ସହି ପାରିନଥିଲେ ପ୍ରେମିକ ଆଦିତ୍ୟ ପଣ୍ଡିତ। ଯେଉଁଥିପାଇଁ ଆଦିତ୍ୟ ତାଙ୍କୁ ସବୁବେଳେ ଅତ୍ୟାଚାର କରିବା ସହ ମାଡ ମାରୁଥିଲେ। ଆଉ ଯେତେବେଳେ ଅତ୍ୟାଚାର ଅସହ୍ୟ ହେଇଥିଲା ସେତେବେଳେ ନିଜର ଜୀବନ ହାରି ଦେଇଥିଲେ ସୃଷ୍ଟି। ତେବେ ସୃଷ୍ଟି ହେଉଛନ୍ତି ଗୋରଖପୁର ପ୍ରଥମ ମହିଳା ପାଇଲଟ।