ପ୍ରକାଶ ପାଇଲା ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକା, ଦ୍ୱିତୀୟ ସ୍ଥାନରେ ଅଛନ୍ତି ନବୀନ ପଟ୍ଟନାୟକ, ଆଉ ପ୍ରଥମ ସ୍ଥାନରେ…

 
Naveen pattnaik

ସୋମବାର ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନଙ୍କ ତାଲିକା ପ୍ରକାଶ ପାଇଛି। ଇଣ୍ଡିଆ ଟୁଡେ ଗ୍ରୁପ ପକ୍ଷରୁ କାର୍ଭି ଇନସାଇଟସ ଏହି ସର୍ବେକ୍ଷଣ କରିଥିଲା। ଚଳିତବର୍ଷ ଜୁଲାଇ ୧୦ରୁ ଜୁଲାଇ ୨୦ ମଧ୍ୟରେ ଏହି ସର୍ବେକ୍ଷଣ ହୋଇଥିଲା। ଏହି ଲିଷ୍ଟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ପ୍ରଥମ ଦଶ ଜଣଙ୍କ ମଧ୍ୟରେ ମାତ୍ର ଦୁଇଜଣ ବିଜେପି ଶାସିତ ମୁଖ୍ୟମନ୍ତ୍ରୀ ଓ ୩ ଜଣ କଂଗ୍ରେସ ଶାସିତ ମୁଖ୍ୟମନ୍ତ୍ରୀ ରହିଛନ୍ତି। ଏହି ତାଲିକାରେ କେବଳ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ ନବୀନଙ୍କ ଉପରେ ପ୍ରଥମ ସ୍ଥାନରେ ରହିଛନ୍ତି।

Naveenଏହି ଲିଷ୍ଟରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ସର୍ବାଧିକ ୪୨ ପ୍ରତିଶତ ଭୋଟ ସହିତ ଶୀର୍ଷରେ ରହିଛନ୍ତି। ତାଙ୍କ ପଛକୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୮ ପ୍ରତିଶତ ଭୋଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ପିନରାୟୀ ବିଜୟନ(୩୫), ଉଦ୍ଧବ ଠାକରେ(୩୧), ମମତା ବାନାର୍ଜୀ(୩୦), ହିମନ୍ତ ବିଶ୍ୱ ଶର୍ମା(୨୯), ଯୋଗୀ ଆଦିତ୍ୟନାଥ(୨୯), ଅଶୋକ ଗେହଲଟ(୨୨), ଅରବିନ୍ଦ କେଜ୍ରିୱାଲ(୨୨) ହେମନ୍ତ ସୋରେନ୍(୧୯) ଓ ଭୂପେଷ ବାଘେଲ (୧୯) ପ୍ରତିଶତ ଭୋଟ ସହିତ ପ୍ରଥମ ଦଶଟି ସ୍ଥାନରେ ରହିଛନ୍ତି।

Stalin