ଦେଖନ୍ତୁ ଭିଡିଓ: ସେଲ୍ଫି ନେଉଥିବାବେଳେ ନଦୀ ଭିତରେ ପଡି ଜୀବନ ଚାଲିଗଲା କେଦାରନାଥ ଯାତ୍ରୀଙ୍କ

 
Kedarnath

ସେଲ୍ଫି ନେବା ଏବେ ଯେପରି ଏକ ଫ୍ୟାସନ୍ ବନି ଗଲାଣି। ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଯେପରି ପାଗଳ ସେଲ୍ଫି ନେବା ପାଇଁ। ସେଲ୍ଫି ନେବାର ନିଶାରେ ଆମେ ଆଗରୁ ଅନେକ ଦୁର୍ଘଟଣା ଘଟି ଥିବାର ଦେଖିଛେ। ସୋସିଆଲ ମିଡିଆରେ ଅନେକ ଜୀବନ ଯିବାର ମଧ୍ୟ ଭିଡିଓ ଭାଇରାଲ ହୋଇଛି। ତାପରେ ମଧ୍ୟ ଯଦି ଆମେ ସାବଧାନ ନହେବା ତେବେ ଆଉ ବା  କଣ କରାଯାଇପାରିବ। ଆପଣଙ୍କ  ମୂଲ୍ୟବାନ ଜୀବନ ର ସୁରକ୍ଷା ଏବେ ଆପଣଙ୍କ ହାତରେ। ଆମେ ଆପଣଙ୍କୁ ଏତିକି କହିବୁ ସାବଧାନ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ।

Hju

ବର୍ତ୍ତମାନର କେଦାରନାଥ ର ଭିଡିଓ ତ ଆପଣ ଦେଖିଥିବେ। ଭିଡିଓ ଟି ଅନୁସାରେ କିପରି ଏକ ଯୁବକ ସେଲ୍ଫି  ନେଉଥିବା ସମୟରେ ଅସାବଧାନତା ହେତୁ ଗୋଡ ଖସି ପାଣିରେ ପଡିଯାଉଛନ୍ତି ମନ୍ଦାକିନୀ ନଦୀରେ ଓ ନଦୀ ର ପ୍ରଖର ଶୁଅ ହେତୁ ଯୁବକ ଜଣଙ୍କ  ଆବୁକାବୁ ହୋଇ ଭାସି ଯାଉଛନ୍ତି। ପାଖରେ ଥିବା ଲୋକବି କଣ କରିବେ କିଛି ଯାଣି ପାରୁନାହାନ୍ତି । ହେଲେ ଇଶ୍ୱରଙ୍କ କୃପାରୁ ପିଲା ଟି ବଞ୍ଚି ଯାଇଛି। ଲୋକଙ୍କ ଖବର ପାଇ ସୁରକ୍ଷା ଟିମ୍ ଉଦ୍ଧାର କରିଛି ଯୁବକ ଜଣକୁ।

ହେଲେ ଥରେ ଭାବି ଦେଖିଲେ ଜୀବନ ଯିବାକୁ ଆଉ କେତେ ଡେରିଥିଲ। ଠିକ୍ ସମୟରେ ଯଦି ଉଦ୍ଧାର କରା ଯାଇ ପାରିନଥାନ୍ତା ତେବେ କଣ ହୋଇଥାନ୍ତା ପରିସ୍ଥିତି। ଟିକିଏ ଅସାବଧାନତା ପାଇଁ ବଳି ପଡ଼ି ଯାଇଥାଆନ୍ତା ଜୀବନ।

ଆଜ୍ଞା ହଁ ଆମର ଉଦ୍ଦେଶ୍ୟ ନୁହେଁ ଆପଣଙ୍କୁ ଡରେଇବା ।ସେଲ୍ଫି ନେବାକୁ ବି କେହି ମନା କରୁନାହୁଁ ଆପଣଙ୍କୁ । ହେଲେ ଶେଲ୍ଫି ନେବା ପାଇଁ ନିଜ ଜୀବନକୁ ବାଜି ଲଗାନ୍ତୁ ନାହିଁ। ସୁରକ୍ଷିତ ସ୍ଥାନ ଦେଖି ସେଲ୍ଫି ନିଅନ୍ତୁ।