‘ଯୌତୁକରେ BMW କାର୍ ଦେଲେ ହିଁ ବାହା ହେବି’ ବାହାଘର ପାଇଁ ପ୍ରେମିକର ସର୍ତ୍ତ ଶୁଣି ଝୁଲି ପଡ଼ିଲା ପ୍ରେମିକା, ଜାଣନ୍ତୁ ପୁରା ଘଟଣା

 
Jaoutuka
ଯୌତୁକ ନେଇଗଲା ଜୀବନ । ଲୋକେ ସମାଜରେ ଯେତେ ଶିକ୍ଷିତ ଓ ସଭ୍ୟ ହେଉଛନ୍ତି ସେତେ ଅଶିକ୍ଷିତ ଓ ଅସଭ୍ୟ କାର୍ଯ୍ୟର ସଂଖ୍ୟା ବଢୁଛି । ଏଇ ଦେଖୁନାହାନ୍ତି , ବିବାହ ଠିକ୍ ହୋଇ ସାରିଥିଲା । ଆଉ କିଛିଟା ଦିନ ପରେ ଝିଅ ନିଜ ବାପ ଘର ଛାଡ଼ି ଶାଶୁ ଘରକୁ ଯାଇଥାନ୍ତା । ମନରେ ଅନେକ ସ୍ଵପ୍ନ , ଅସୁମାରୀ ଆଶା । ହେଲେ ସବୁକିଛି ହୋଇଗଲା ଓଲଟ ପାଲଟ ।

ଜ

କାରଣ ସମ୍ପର୍କ ଗଢ଼ିବା ପାଇଁ ଏଠି ଦରକାର ହେଲା ଟଙ୍କା । ଯାହାର ପରିମାଣ ଏତେ ଥିଲା ଯେ , ତାକୁ ଦେବା ଝିଅ ଘର ଲୋକଙ୍କ ପକ୍ଷରେ ସମ୍ଭବ ନ ଥିଲା । ବାହାଘର ଭାଙ୍ଗି ଯିବାର ଲୋକ ଲଜ୍ଜା ଭୟରେ ସବୁ ଦିନ ପାଇଁ ଜୀବନ ହାରିଦେଲା ଝିଅ ।

ଏପରି ଏକ ଘଟଣା ଦେଖିବାକୁ ମିଳିଛି କେରଳର ଥିରୁଅନନ୍ତପୁରମ ଠାରେ । ଯୌତୁକ କାରଣରୁ ଜଣେ ୨୬ ବର୍ଷୀୟ ମହିଳା ଡାକ୍ତର ଆତ୍ମହତ୍ୟା କରିଛନ୍ତି ।

ସୂଚନା ଅନୁସାରେ , ବାହାଘର ଠିକ୍ ହେବା ପରେ ବର ଘର ତରଫରୁ ଏକ ମୋଟା ରକମର ଯୌତୁକ ଦାବି କରା ଯାଇଥିଲା । ୧୫୦ ପାଉଣ୍ଡ ସୁନା , ବିଏମ୍ ଡବ୍ଲ୍ୟୁ କାର୍ ସାଙ୍ଗକୁ ୧୫ ଏକର ଜମି ଦାବି କରିଥିଲେ ବର ପକ୍ଷ । ଦାବି ପୂରଣ ନ ହେବାରୁ ପୁଅ ଘର ଲୋକେ ବିବାହ ଭାଙ୍ଗି ଦେଇଥିଲେ ।

Girl

ବିବାହ ଭାଙ୍ଗି ଯିବା ପରେ ଶାହାନା ମଧ୍ୟ ଏକ ପ୍ରକାରର ଭାଙ୍ଗି ଯାଇଥିଲେ । ଟଙ୍କା ପାଇଁ ଯେ ଦିନେ ତାଙ୍କ ବାହାଘର ଭାଙ୍ଗି ଯିବ ଏ କଥା ସେ କେବେ ସ୍ବପ୍ନରେ ବି ଭାବି ନ ଥିଲେ । ଗତ କାଲି ଆପାର୍ଟମେଣ୍ଟରେ ତାଙ୍କୁ ଚେତା ଶୂନ୍ୟ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ୍ ।

ଶାହାନାଙ୍କୁ ବିଳମ୍ବ ନକରି ତୁରନ୍ତ ନିକଟ ଡାକ୍ତରଖାନାକୁ ପଠା ଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ପରିବାର ଲୋକେ ଏ ନେଇ ପୁଅ ଘର ଲୋକଙ୍କୁ ବିରୋଧରେ ଥାନାରେ ଏକ ଅଭିଯୋଗ କରିଛନ୍ତି । ଯାହା ପରେ ପୋଲିସ ତଦନ୍ତ ଆରମ୍ଭ କରି ପୁଅ ଘର ଲୋକଙ୍କୁ ଗିରଫ କରିଛି ।