ଚକଲେଟ ଡେ ରେ ପ୍ରେମିକଠୁ ଚକଲେଟ ନେଇ ଖାଇଲା ପରେ ଝୁଲି ପଡିଲେ ଯୁବତୀ, ଜାଣନ୍ତୁ ପୁରା ଘଟଣା
ଏପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ । ସେଠାରେ ସାକ୍ସି ନାମକ ଏକ ଯୁବତୀ ରହୁଥିଲେ । ବୟସ ପାଖା ପାଖି ୨୫ ବର୍ଷ । ସାକ୍ସି ଜଣେ କବି ଅଟନ୍ତି । ସେ କିଛି ବର୍ଷ ତଳେ ରାହୁଲ ନାମକ ଏକ ଯୁବକକୁ ବିବାହ କରିଥିଲେ । ହେଲେ କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ଯାଇଥିଲା । ଛାଡ଼ପତ୍ର ପରେ ସେ ନିଜ ଘର ଠାରୁ ଦୂରରେ ରହୁଥିଲେ ।
Follow our WhatsApp channel and get all the Latest news
ସେଠାରେ ସାକ୍ସି ଏକ ଯୁବକଙ୍କୁ ଭେଟି ଥିଲେ । ଯାହା ପରେ ସେଠାରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । କିଛି ଦିନ ପରେ ସେ ଜାଣିବାକୁ ପାଇଲେ ଯୁବକ ଜଣକ ପୂର୍ବରୁ ବିବାହିତ । ଏବଂ ତାଙ୍କର ୩ଟି ସନ୍ତାନ ମଧ୍ୟ ରହିଛି । ଏହା ଜାଣିବା ପରେ ସେ ଯୁବକ ଜଣକ ଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରୁଥିଲେ । ହେଲେ ଯୁବକ ଜଣକ ତାଙ୍କୁ ବାରମ୍ବାର ହଇରାଣ କରିବା ଆରମ୍ଭ କରି ଦେଇଥିଲେ ।
ଯାହା ସହିବାର ଶକ୍ତି ହୁଏ ସାକ୍ସିଙ୍କ ପାଖରେ ନ ଥିଲା । ତେଣୁ ସେ ନିଜର ଏକ ଦୁଃଖ ଭରା କାହାଣୀକୁ ଏକ କାଗଜରେ ଲେଖି ସବୁ ଦିନ ପାଇଁ ଜୀବନ ହାରି ଦେଇଛନ୍ତି । ଯାହା ବର୍ତ୍ତମାନ ସେ ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।