ଜଳୁଥିବା ଚିତା ପାଖରେ ଶୋଇ ପଡିଲେ ବୃଦ୍ଧ, କାରଣ ଜାଣିଲେ ଆପଣଙ୍କ ଛାତି ବି ଥରି ଉଠିବ

 
Brudha in smasan

ଦୃଶ୍ୟଟି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ! ପୃଥିବୀର ଏମିତି ଏକ ସ୍ଥାନ ଯେଉଁଠି କୁ ଲୋକ ମାନେ ଯିବାକୁ ଆଦୌ ଭଲ ପାଆନ୍ତି ନାହିଁ । ଯେଉଁ ସ୍ଥାନ ମଣିଷକୁ ତାର ବାସ୍ତବତା ଦେଖାଉଥାଏ, ସେହିଭଳି ଏକ ସ୍ଥାନ ହେଉଛି ଶ୍ମଶାନ । ହେଲେ ଯଦି ଆମେ ଆପଣଙ୍କୁ କହୁ କେହି ଜଣେ ବ୍ୟକ୍ତି ଏହି ଶ୍ମଶାନରେ ଜଳୁଥିବା ଚିତା ପାଖରେ ଯାଇ ଶୁଅନ୍ତି ତେବେ କଥାଟି ହୁଏ ତ ଆପଣଙ୍କୁ ଅଜବ ଲାଗିପାରେ । ଏବଂ ଆପଣଙ୍କ ମନକୁ ଏଣୁ ତେଣୁ ଗୁଡ଼ାଏ କଥା ଆସିପାରେ । 

ନିକଟରେ ଏକ ଭିଡିଓରେ ଦେଖା ଯାଇଛି ଯେ ଜଣେ ବୟସ୍କ ବ୍ୟକ୍ତି ଜଳୁଥିବା ଏକ ଚିତାର ପାର୍ଶ୍ଵରେ ଶୋଇଛନ୍ତି । ପ୍ରଥମେ ତ ଲୋକ ଯେତେବେଳେ ଦେଖିଲେ କେତେକ ଭାବିଥିଲେ ବୃଦ୍ଧ ଜଣକ ମରି ଯାଇଛନ୍ତି ।

ହେଲେ ବୃଦ୍ଧ ଜଣକ ଜୀବିତ ଅବସ୍ଥାରେ ହିଁ ସେହିଠାରେ ଶୋଇଥିବାର ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏବଂ ଜଣେ ଜୀବିତ ଥାଇ ମଧ୍ୟ କିପରି ଶ୍ମଶାନରେ ଶୋଇ ପାରେ ଏ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା ।

Smasan

ପରେ ବୃଦ୍ଧ ଜଣଙ୍କୁ ପଚାରିବାରୁ ସେ ଯେଉଁ ଉତ୍ତର ଦେଇଥିଲେ ଆପଣ ବି ଜାଣିଲେ କେଉଁଠି ନା କେଉଁଠି ଆପଣଙ୍କ ଆଖିରେ ବି ଲୁହ ଆସିଯିବ । ଏହି ଘଟଣାଟି ହେଉଛି ଉତ୍ତରପ୍ରଦେଶ କାନପୁର ଜିଲ୍ଲାର କୋହନା ଥାନା ଅନ୍ତର୍ଗତ ଭୈରବ ଘାଟର । ଯେଉଁଠାରେ ଦିନକୁ ଶହ ଶହ ମୃତ ଦେହରେ ଚିତା ଲଗା ଯାଇଥାଏ । ଯେଉଁଠିକୁ ଲୋକେ ଦିନରେ ବି ଯିବାକୁ ଭୟ କରନ୍ତି ।

ଜାଣନ୍ତୁ କାହିଁକି ଜଳୁଥିବା ଚିତା ପାଖରେ ଶୋଇଥିଲେ ଏହି ବୃଦ୍ଧ ?

ବୃଦ୍ଧ ଜଣଙ୍କୁ ପଚାରିବା ପରେ ସେ କହିଥିଲେ ତାଙ୍କୁ ରାତିରେ ଭୀଷଣ ଥଣ୍ଡା ଲାଗୁଥିଲା । ହେଲେ ଥଣ୍ଡାରୁ ବଞ୍ଚିବା ପାଇଁ ତାଙ୍କ ପାଖରେ ଅନ୍ୟ କୌଣସି ଉପାୟ ନଥିଲା । ଯେଉଁଥି ପାଇଁ ସେ ଏହି ଜଳୁଥିବା ଚିତା ପାଖରେ ଆସି ଶୋଇ ପଡ଼ିଥିଲେ । ସେଠାରେ ଥିବା ନିଆଁ ହେତୁ ସେ ଶୀତ ଦାଉରୁ ରକ୍ଷା ପାଇ ପାରିଥିଲେ , ଏହା ଜାଣିବା ପରେ ସମସ୍ତଙ୍କ ମନ ଦୁଃଖରେ ଭରି ଯାଇଥିଲା । ସତରେ ଏହା କଣ ବିକଶିତ ଭାରତର ଦୃଶ୍ୟ !