ମୁହଁ ଘୋଡାଇ ରାମ ମନ୍ଦିରରେ ପ୍ରବେଶ କରୁଥିଲେ ଏହି ସେଲିବ୍ରେଟି, ଆଉ ତାପରେ କଣ ଘଟିଲା?

 
Actor
ରାମ ମନ୍ଦିରରେ ରାମ ଲଲାଙ୍କ ଦର୍ଶନ ପାଇଁ ମୁହଁ ଘୋଡାଇ ରାମ ମନ୍ଦିରରେ ପ୍ରବେଶ କରିଥିଲେ ଏହି ସେଲିବ୍ରେଟି । ତେବେ ଆସନ୍ତୁ ଜାଣିବା କିଏ ଏହି ସେଲିବ୍ରେଟି ଓ କାହିଁକି ମୁହଁ ଘୋଡାଇ ଯାଇଥିଲେ ରାମ ମନ୍ଦିର ।

Actor

ଏହି ସେଲିବ୍ରେଟି ଜଣଙ୍କ ହେଉଛନ୍ତି ବଲିଉଡ୍ ଫିଲ୍ମ ଜଗତର ଜଣେ ନାମୀଦାମୀ କଳାକାର ଅନୁପମ ଖେର । ଅଭିନେତା ହେବ ତ ଅନୁପମଙ୍କ ପରି । ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ଅନେକ ନେତା ଅଭିନେତା ଓ କ୍ରିକେଟର ମାନଙ୍କୁ ମିଳିଥିଲା ନିମନ୍ତ୍ରଣ ପତ୍ର । ନିମନ୍ତ୍ରଣ ରକ୍ଷା କରି ଅଧିକାଂଶ ଉପସ୍ଥିତ ମଧ୍ୟ ହୋଇଥିଲେ । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଅନେକ ସମୟରେ ଅନେକ ସେଲିବ୍ରେଟି ମାନଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବର ଭିଡିଓ ଦେଖିବାକୁ ମିଳିଥିଲା । ହେଲେ ପରେ ଆଖି ଆଗକୁ ଆସିଥିଲା ଆଉ ଏକ ଭିଡିଓ । ଯେଉଁଥିରେ ଜଣେ ସେଲିବ୍ରେଟି ନିଜର ମୁହଁ କୁ ଘୋଡାଇ ମନ୍ଦିରରେ ପ୍ରବେଶ କରିଥିଲେ । ସେ ଥିଲେ ଅନୁପମ । 

Ram mandir

ଅନୁପମ ନିଜେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ରେ ତାଙ୍କର ସେହି ଫଟୋଟିକୁ ପୋଷ୍ଟ କରିଥିଲେ । ସେ କହିଥିଲେ ମୁଁ ସେଠାରେ ଜଣେ ସେଲିବ୍ରେଟି ଭାବେ ନୁହେଁ ବରଂ ରାମଙ୍କ ଜଣେ ସାଧାରଣ ଭକ୍ତ ଭାବେ ଯାଇଥିଲି । ସେଠାକାର ଭକ୍ତି ଭାବର ପରିବେଶ ଦେଖି ମୁଁ ସଂପୂର୍ଣ୍ଣ ଆତ୍ମ ବିଭୋର ହୋଇ ଉଠିଥିଲି । ହେଲେ ସେହି ଗହଳି ଭିତରୁ କେହି ଜଣେ ମୋତେ କହିଲେ ମୁହଁ ଲୁଚାଇବା ଆବଶ୍ୟକ ନାହିଁ ରାମ ଲାଲା ଆପଣଙ୍କୁ ଚିହ୍ନି ଦେଲେ ।