ଗୋଟିଲେ ମେଡାଲ୍ ଜିତିଲେ ଏତିକି କୋଟି! ଅଲମ୍ପିକ୍ସରେ ମେଡାଲ୍ ଜିତିଲେ ମିଳେ ବଡ଼ ପ୍ରାଇଜ୍, ଜାଣନ୍ତୁ କେତେ କୋଉ ମେଡାଲ୍ ପାଇଁ
ଆରମ୍ଭ ହୋଇ ଯାଇଛି ପ୍ୟାରିସ ଅଲିମ୍ପିକ୍ ଗେମ୍ । ଏହି ଅଲମ୍ପିକ୍ ଗେମ୍ ଜୁଲାଇ ୨୬ ରେ ଆରମ୍ଭ ହୋଇଛି । ଏବଂ ଅଗଷ୍ଟ ୧୧ରେ ଶେଷ ହେବା ବୋଲି ଘୋଷଣା ମଧ୍ୟ ସରିଛି । ପୂର୍ବ ବର୍ଷ କରୋନା ପାଇଁ ପ୍ୟାରିସ ଅଲିମ୍ପିକ୍ ଆୟୋଜନ ହୋଇପାରି ନଥିଲା ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
କିନ୍ତୁ ଏହି ବର୍ଷ ଖେଳ ଆରମ୍ଭ ହୋଇ ଯାଇଛି । ଅନେକ ଦେଶ ଏହି ଖେଳରେ ଅଂଶ ଗ୍ରହଣ କରିଛନ୍ତି । ଏହା ସହିତ ଭାରତ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିଛି । ନିଜର ଦମଦାର ପ୍ରଦର୍ଶନ ମଧ୍ୟ ଦେଖାଉଛି ।
କେବଳ ଏତିକି ନୁହେଁ ଆଜ୍ଞା । ଭାରତ ନିଜ ପାଇଁ ସ୍ବର୍ଣ୍ଣ ଏବଂ କାଂସ୍ୟ ପଦକ ମଧ୍ୟ ହାସଲ କରିଛି । ଆପଣ ତ ନିଶ୍ଚିତ ମନୁ ଭାକରେଙ୍କ କଥା ଜାଣିଥିବେ । କାରଣ ସେ ପୁରା ବିଶ୍ବରେ ଭାରତକୁ ଅନ୍ୟ ଏକ ପରିଚୟ ଦେଇଛନ୍ତି ।
କାରଣ ମନୁ ହେଉଛନ୍ତି ପ୍ରଥମ ଭାରତୀୟ ଯେ କି ଏୟାର ପିସ୍ତଲ୍ ସୁଟିଂରେ ଅଂଶ ଗ୍ରହଣ କରି ସ୍ବର୍ଣ୍ଣ ଏବଂ କାଂସ୍ୟ ପଦକ ଜିତିଛନ୍ତି । କିନ୍ତୁ କଣ ଆପଣ ଜାଣନ୍ତି ଏହି ଜିଟିଥିବା ଖେଳାଳୀ ମାନଙ୍କୁ ତାଙ୍କ ନିଜ ଦେଶ ତରଫରୁ କେତେ ଟଙ୍କା ମିଳିଥାଏ ?
ତେବେ ଆସନ୍ତୁ ଜାଣିବା......
ଭାରତ : କୌଣସି ପ୍ରାଇଜ୍ ମନି ନିର୍ଦ୍ଧିଷ୍ଟ ନ ଥାଏ । ପ୍ରତିବର୍ଷ ଏହା ବଦଳିଥାଏ ।
ଜର୍ମାନୀ : ସ୍ବର୍ଣ୍ଣ ପଦକ ଜିତିଥିବା ଖେଳାଳିଙ୍କୁ ୧୮ ଲକ୍ଷ ,ରୌପ୍ୟ ପଦକ ୧୨ ଲକ୍ଷ ମିଳୁଥିବା ବେଳେ କାଂସ୍ୟ ପଦକ ହାସଲ କରିଥିବା ଖେଳାଳିଙ୍କ ପାଇଁ ୯ ଲକ୍ଷ ରହିଛି ।
ଆମେରିକା: ଆମେରିକାରେ ଅଲିମ୍ପିକ ଖେଳାଳି ସ୍ୱର୍ଣ୍ଣ ପଦକ ଜିତିଲେ ୩୧ ଲକ୍ଷ ଟଙ୍କା, ରୌପ୍ୟ ପଦକ ଜିତିଲେ ୧୮ ଲକ୍ଷ ଏବଂ କାଂସ୍ୟ ପଦକ ଜିତିଲେ ୧୨ ଲକ୍ଷ ଟଙ୍କା ପ୍ରାଇଜ୍ ମନି ପ୍ରଦାନ କରାଯାଇଥାଏ ।
ଫ୍ରାନ୍ସ: ଫ୍ରାନ୍ସରେ ଅଲିମ୍ପିକ ଖେଳାଳି ସ୍ୱର୍ଣ୍ଣ ପଦକ ଜିତିଲେ ୫୯ ଲକ୍ଷ ଟଙ୍କା, ରୌପ୍ୟ ପଦକ ଜିତିଲେ ୨୨ ଲକ୍ଷ ଟଙ୍କା ଏବଂ କାଂସ୍ୟ ପଦକ ଜିତିଲେ ୧୩ ଲକ୍ଷ ଟଙ୍କା ପ୍ରାଇଜ୍ ମନି ପ୍ରଦାନ କରାଯାଇଥାଏ ।
ସ୍ପେନ୍: ସ୍ପେନରେ ଅଲିମ୍ପିକ ଖେଳାଳି ସ୍ୱର୍ଣ୍ଣ ପଦକ ଜିତିଲେ ୮୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ । ସେହିପରି ରୌପ୍ୟ ପଦକ ଜିତିଲେ ୪୪ ଲକ୍ଷ ଟଙ୍କା ଏବଂ କାଂସ୍ୟ ପଦକ ଜିତିଲେ ୨୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।
ଇଟାଲୀ: ଇଟାଲୀରେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜେତାଙ୍କୁ ୧ କୋଟି ଟଙ୍କା, ରୌପ୍ୟ ବିଜେତାଙ୍କୁ ୬୫ ଲକ୍ଷ ଟଙ୍କା ଏବଂ କାଂସ୍ୟ ବିଜେତାଙ୍କୁ ୫୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।
ମୋରୋକ୍କୋ: ଏହି ଦେଶରେ ଅଲିମ୍ପିକ ଖେଳାଳି ଜଣଙ୍କ ସ୍ୱର୍ଣ୍ଣ ପଦକ ଜିତିଲେ ୧ କୋଟି ୮୪ ଲକ୍ଷ ଟଙ୍କା, ରୌପ୍ୟ ପଦକ ଜିତିଲେ ୧ କୋଟି ୧୪ ଲକ୍ଷ ଟଙ୍କା ଏବଂ କାଂସ୍ୟ ପଦକ ଜିତିଲେ ୬୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।
ତାଇୱାନ୍: ତାଇୱାନ ଖେଳାଳି ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ୬ କୋଟି ଟଙ୍କା, ରୌପ୍ୟ ପଦକ ଜିତିଲେ ୨ କୋଟି ଟଙ୍କା ଏବଂ କାଂସ୍ୟ ପଦକ ବଜେତାଙ୍କୁ ୧ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।