ବାହା ହେବା ପାଇଁ ଲିଙ୍ଗ ବଦଳାଇ ଥିଲେ, କିନ୍ତୁ ଜନ୍ମଦିନରେ ଜିଅନ୍ତା ପୋଡ଼ି ମାରିଦେଲେ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Gender change

ବାହା ହେବେ ବୋଲି କରିଥିଲେ ଲିଙ୍ଗ ପରିବର୍ତ୍ତନ। ମହିଳାରୁ ହୋଇଥିଲେ ପୁରୁଷ । ହେଲେ ଏବେ ଜୀବନ୍ତ ଜାଳିଦେଇଛନ୍ତି ନିଜ ମହିଳା ବନ୍ଧୁଙ୍କୁ। ରହସ୍ୟ ଏବେ ବି ରହିଛି ଅସ୍ପଷ୍ଟ । ପୋଲିସ୍ ଏବେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଲିଙ୍ଗ ପରିବର୍ତ୍ତନକାରି ବ୍ୟକ୍ତି ଜଣକ ନିଜ ଅପରାଧ ସ୍ବୀକାର କରିଛନ୍ତି ସତ ହେଲେ ହତ୍ୟା ପଛର ସତ୍ୟତା ଏଯାଏଁ  ସାମ୍ନାକୁ ଆସିନି।

ସୂଚନା ଯୋଗ୍ୟ , ଅଭିଯୁକ୍ତଙ୍କ ନାମ ଥିଲା ପଣ୍ଡି ମହେଶ୍ୱରି । ଯେ କି ଲିଙ୍ଗ ପରିବର୍ତ୍ତନ ପରେ ନିଜ ନାମ ଭେଟ୍ରିମାର୍ଣାରେ ରେ ରଖିଥିଲେ । ସେ ଏବଂ ଆର . ନନ୍ଦିନୀ ଯେ କି ଜଣେ ସଫ୍ଟୱେର ଇଞ୍ଜିନିୟର ଦୁହେଁ ପିଲାଦିନରୁ ମଦୁରାଇର ଏକ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ଦୁହେଁ ପରେ ଏକ କମ୍ପାନୀ ରେ ମଧ୍ୟ ସାଙ୍ଗ ହୋଇ କାମ କରୁଥିଲେ।

Gender change

ମାହେଶ୍ଵରୀ ଲିଙ୍ଗ ପରିଵର୍ତନ କରିଥିବା କଥା ଜାଣି ମଧ୍ୟ ନନ୍ଦିନୀ ତାଙ୍କ ବ୍ୟକ୍ତିଗତ ଇଚ୍ଛାକୁ ସମ୍ମାନ ଜଣାଇବାକୁ ଯାଇ ତାଙ୍କ ସହିତ ବନ୍ଧୁତା ବଜାଇ ରଖିଥିଲେ । ଯାହା ପରେ ମାହେଶ୍ଵରୀ ଘଟାଇଥିଲେ ଏପରି କାଣ୍ଡ ।

ସେ ଶନିବାର ଦିନ ନନ୍ଦିନୀ କୁ ଜନ୍ମଦିନ ର ସପ୍ରାଇଯ ଦେବା ପାଇଁ ଡ଼କାଇଥିଲେ । ଦକ୍ଷିଣ ଉପକଣ୍ଠ ଜେଲାପକମ୍ ନିକଟ ଥଲମ୍ଦରକୁ ଦୁହେଁ ଯାଇଥିଲେ ।ସେଠାରେ ସେ ନନ୍ଦିନୀ କୁ ସପ୍ରାଇଜ ଦେବା ପାଇଁ ତାଙ୍କ ଆଖିରେ କଳା ପଟି ବାନ୍ଧି ଦେଇଥିଲେ । ହେଲେ ସପ୍ରାଇଜ ଦେବା ପରିବର୍ତ୍ତେ ନନ୍ଦିନୀ କୁ ଏକ ଦଉଡ଼ି ରେ ବାନ୍ଧି ଜୀବନ୍ତ ଜାଳିଦେଇଥିଲେ ମାହିଶ୍ଵରିରେ।