​​ଦେଖନ୍ତୁ ଭିଡିଓ: ପୋଲିସ ଗାଡିରେ ରିଲ୍ସ କରିବା ଯୁବତୀଙ୍କୁ ପଡିଲା ମହଙ୍ଗା, ଗାଡି ଦେଇ ଫସିଲେ ପୋଲିସ ବାବୁ

 
Police van reels

ରିଲ୍ସ କରିବା ପଡ଼ିଗଲା ମହଙ୍ଗା। ଭାଇରାଲ ହେବା ନିଶାରେ ଫଶିଗଲେ ଯୁବତୀ। କାରଣ ଯୁବତୀ ଜଣକ ପୋଲିସ ଗାଡି ଉପରେ ବସି ଦବଙ୍ଗ ଷ୍ଟାଇଲରେ କରୁଥିଲେ ଭିଡିଓ। କେବଳ ଯୁବତୀ ନୁହଁନ୍ତି ଗାଡ଼ି ଦେଇଥିବା ପୋଲିସ ଅଫିସର ବି ନିଲମ୍ବିତ।

ଫ୍ଟି

ଏହି ଯୁବତୀ ଜଣକ ହେଉଛନ୍ତି ସୋସିଆଲ ମିଡିଆର ଏକ ପରିଚିତ ମୁହଁ ପାୟଲ ପର୍ମାନ। ପାୟଲ ଭାଇରାଲ ହେବା ନିଶାରେ ସରକାରୀ ପୋଲିସ ଭ୍ୟାନ ଉପରେ ବସି ଅଶ୍ଳୀଳ ଇସାରା ଓ ବେପରୱା ଭାବେ ଭିଡିଓ ବନାଉଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପାୟଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ପାୟଲଙ୍କୁ ସରକାରୀ ଗାଡ଼ି ଦେଇଥିବା ଏକ ପଞ୍ଜାବର ପୋଲିସ ଅଧିକାରୀ ଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି।

ଏହି ମାମଲାରେ ଜଳନ୍ଦର୍ ପୋଲିସ ଷ୍ଟେସନ ର ଆୟୋଗ କୁଲଦୀପ ଚହନ ଷ୍ଟେସନ ହାଉସ୍ ଅଫିସର୍ ଅଶୋକ ଶର୍ମାଙ୍କୁ ନିଲମ୍ବିତ କରିଛନ୍ତି। ତେବେ ସୂଚନା ଅନୁସାରେ ପାୟଲଙ୍କ ଉପରେ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ମାମଲା ସଙ୍ଗୀନ ହେବାରୁ ପାୟଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ରୁ ଭିଡିଓ ଡିଲିଟ କରି ଦେଇଛନ୍ତି।

ପାୟଲ ଏକ ଭିଡିଓ ସେୟାର କରି କହିଛନ୍ତି ମୋର ଏଥିରେ କୌଣସି ଭୁଲ ନାହିଁ। ମୁଁ ପୋଲିସ ଅଧିକାରୀ ଜଣଙ୍କ ଠାରୁ ଅନୁମତି ଆଣିବା ପରେ ଭିଡିଓ ବନାଇଥିଲି। ତେବେ ଲୋକେ ଏ ନେଇ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କେହି କେହି ପାୟଲ ଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି।