୫ଥର ଝିଅ ଦେଖିବାକୁ ଯାଇ ବାହା ହେବାକୁ ମନା କରିବା ମହଙ୍ଗା ପଡ଼ିଲା, ଝିଅଘର କଲେ ଏମିତି କିଛି ପୁଅର ଉଡିଗଲା ହୋସ୍

 
୫ଥର ଝିଅ ଦେଖିବାକୁ ଯାଇ ବାହା ହେବାକୁ ମନା କରିବା ମହଙ୍ଗା ପଡ଼ିଲା, ଝିଅଘର କଲେ ଏମିତି କିଛି ପୁଅର ଉଡିଗଲା ହୋସ୍

ମହାରାଷ୍ଟ୍ରର ବୁଲଡାନା ଜିଲ୍ଲାରୁ ମାରପିଟର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବାସ୍ତବରେ, ଆଲାମପୁର ଗାଁରେ ରହୁଥିବା ଝିଅକୁ ବାହାଘର ପାଇଁ ଦେଖିବାକୁ ବୁଲଡାନାର ନନ୍ଦୁରାରୁ ପୁଅଘର ଲୋକ ଆସିଥିଲେ। ପୁଅଟି ଝିଅକୁ ଥରେ କିମ୍ବା ଦୁଇଥର ନୁହେଁ ବରଂ 5 ଥର ଦେଖିଲା ଏବଂ ଶେଷରେ ବିବାହ କରିବାକୁ ମନା କରିଦେଲା। ପୁଅର ଏହି ନିଷ୍ପତ୍ତିରେ ରାଗିଯାଇ ଝିଅର ପରିବାର ତାଙ୍କୁ ସମ୍ପର୍କୀୟମାନଙ୍କ ସହିତ ଏକ କୋଠରୀରେ ବନ୍ଦ କରି ତାଲା ପକାଇ ମାଡ଼ ମାରିଥିଲେ।

ଖବର ଅନୁଯାୟୀ, ପୁଅଟି ତାଙ୍କ ସମ୍ପର୍କୀୟ ଏବଂ ସାଙ୍ଗମାନଙ୍କ ସହିତ ଝିଅକୁ ଦେଖିବା ପାଇଁ ଚାରିଥର ଯାଇଥିଲେ। ପ୍ରଥମେ ସେମାନେ ଝିଅକୁ ପସନ୍ଦ କରିଥିଲେ, ଯାହା ପରେ ଉଭୟଙ୍କ ମଂଗନି ବି କରାଯାଇଥିଲା। ତେବେ ବିବାହ ଉତ୍ସବରେ ପଞ୍ଚମ ଥର ପାଇଁ ସେ ନିଜ ସମ୍ପର୍କୀୟଙ୍କ ସହ ଝିଅର ଘରେ ପହଞ୍ଚିବା ପରେ ତାଙ୍କ ମୁଡ୍ ବଦଳି ଯାଇଥିଲା।

ଶେଷରେ କିନ୍ତୁ ଘଟଣା ଓଲଟାପାଲଟ ହୋଇଯାଇଥିଲା। ଯୁବକ ଜଣକ ପଞ୍ଚମ ଥର ଯେତେବେଳେ ଉକ୍ତ ଝିଅକୁ ଦେଖିବାକୁ ଆସିଥିଲେ ଝିଅର ଆଖି ଦୋଷ ଥିବା କହି ବିବାହ ଭାଙ୍ଗି ଦେଇଥିଲେ। ଏପଟେ ଯୁବକ ଜଣକ ୫ମ ଥର ଝିଅ ଦେଖିବାକୁ ଆସିବା ଜାଣିବା ପରେ ପରିବାରଲୋକ ବିବାହ ପାଇଁ ସମସ୍ତ ପୂର୍ବ ପ୍ରସ୍ତୁତି ସାରି ଦେଇଥିଲେ।

ପୁଅର ନିଷ୍ପତ୍ତିରେ ଝିଅର ପରିବାର ଏତେ ରାଗି ଯାଇଥିଲେ ଯେ ସେମାନେ କାରରେ ବସିବା ପର୍ଯ୍ୟନ୍ତ ସେମାନେ ତାଙ୍କୁ ପ୍ରହାର କରିଥିଲେ। ଏହି ସମୟ ମଧ୍ୟରେ ଗାଁର ଅନ୍ୟ ଲୋକମାନେ ମଧ୍ୟ ଆକ୍ରମଣକୁ ରୋକିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ଶୁଣିନଥିଲେ ଏବଂ ପୁଅକୁ ପିଟିବାରେ ଲାଗିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୁଅ ମହାରାଷ୍ଟ୍ରର ଆକୋଲା ଜିଲ୍ଲାର। ଯେତେବେଳେ ବି ସେ ସମ୍ପର୍କୀୟ ଏବଂ ସାଙ୍ଗମାନଙ୍କ ସହିତ ବିବାହ ପାଇଁ ଝିଅକୁ ଦେଖିବାକୁ ଆସିଲେ, ସେତେବେଳେ ଝିଅ ଘର ଲୋକ ବହୁତ ଅତିଥି ଚର୍ଚ୍ଚା କରି ଥିଲେ। ସମ୍ପର୍କ ସୁନିଶ୍ଚିତ ହେବା ପରେ ଯେତେବେଳେ ସେମ୍ନେ ପୁଣିଥରେ ସମ୍ପର୍କୀୟଙ୍କ ସହ ଝିଅ ଘରେ ପହଞ୍ଚିଥିଲେ, ସେତେବେଳେ ଝିଅର ଆଖି ପସନ୍ଦ ଅସୁନି କହି ବାହାଘର ଭାଂଗି ଦେଇଥିଲେ।