ମହାକୁମ୍ଭରେ ଭାରତର ସବୁଠୁ ସୁନ୍ଦର ଅଘୋରୀ, ରାତାରାତି ହୋଇଗଲେ ଭାଇରାଲ, ଜାଣନ୍ତୁ କଣ ରହିଛି ରାଜ୍
ମହାକୁମ୍ଭରେ ଭରତାର ସବୁଠାରୁ ସନ୍ଦରୀ ଅଘୋରୀ ମାତାଙ୍କୁ ଦେଖିବକୁ ମିଳିଛି। ପ୍ରୟାଗରାଜରେ କୁମ୍ଭ ମେଳା ଆରମ୍ଭ ହେବା ଠାରୁ ଏହି ଅଘୋରୀ ମାତା ବହୁତ୍ ଭାଇରାଲ ହେଉଛନ୍ତି। ତେବେ ଉଦ୍ଭୂତ ଶକ୍ତି ରହିଛି ଏହି କିନର ଅଘୋରୀ ମାତାଙ୍କ ପାଖରେ ବିନା ଦିଆସିଲିରେ ଲଗେଇ ପାରନ୍ତି ନିଆଁ। ହାତ ରଖିଦେଲେ ଯଜ୍ଞକୁଣ୍ଡରେ ନିଆଁ ଲାଗିଯାଏ। ମଣିଷର ଖପୁରୀ ଆଉ ହାଡ ଧରି ମନ୍ତ୍ର ପଢନ୍ତି।
ତନ୍ତ୍ରମନ୍ତ୍ର ପୁରା ପାରଙ୍ଗମ କିନ୍ନର ଅଘୋରୀ। ମନ୍ତ୍ର କରି ପବନରେ ଲେମ୍ବୁକୁ ଉଡ଼ାଇ ପାରନ୍ତି। ଦେଖିବାକୁ ଗଲେ ସେ ହେଉଛନ୍ତି ଭାରତର ସବୁଠାରୁ ସୁନ୍ଦରୀ ଅଘୋରୀ ମାତା। ତାଙ୍କୁ ଦେଖିଲେ ଅନେକ କେହି ଆପଣାର କରି ନିଅନ୍ତି।
ସବୁବେଳେ ହସ ହସ ମୁଁହ ସାହଯ୍ୟ ସହାନୁଭୂତି ଭରି ରହିଛି ଏହି ଅଘୋରୀ ମାତାଙ୍କ ପାଖରେ। କହିବାକୁ ଗଲେ କୌଣସି କାରଣରୁ ମାତ୍ର ୭ ବର୍ଷରୁ ହିଁ ନିଜ ଘରକୁ ପରିତ୍ୟାଗ କରିଥିଲେ।
ମୋହ ମାୟାର ସଂସାରରୁ ନିଜକୁ ଦୂରେଇ ଦେଇଥିଲେ। ଏହାପରେ ନିଜ କୁଳଗୁରୁଙ୍କ ପାଖରେ ରହିବାକୁ ଲାଗିଲେ। ଯାହା ପରେ ସେ ଅଘୋରୀ ହେବାର ନିଷ୍ପତି ନେଇଥିଲେ। ଏହି ସୁନ୍ଦରୀ ଅଘୋରୀ ମାତାର ଜନ୍ମ ପଶ୍ଚିମବଙ୍ଗରେ ହେଇଥିଲା। କିନ୍ତୁ ଏବେ ହରିୟାଣାର କର୍ଣାନାଲରେ ଥିବା ମା କାଳୀଙ୍କ ମନ୍ଦିରରେ ରହୁଛନ୍ତି। ସେଠାରେ ମା କାଳୀଙ୍କୁ ପୂଜା ଅର୍ଚ୍ଚନା କରୁଛନ୍ତି।
ଅଘୋରୀ ମାତାଙ୍କ ନାଁ ହେଉଛି ଚଞ୍ଚଲ୍ନାଥ ଅଘୋରୀ। ଏହି କିନ୍ନର ଅଘୋରୀଙ୍କ ଜଟା ୭ ଫୁଟ ଲମ୍ବା। ଅମାବାସ୍ୟା କିମ୍ବା ପୂର୍ଣ୍ଣିମାରେ ନିଜର ଜଟାକୁ ଶ୍ମଶାନର ପାଉଁଶରେ ଧୋଇ ଥାଆନ୍ତି। କୁହାଯାଏ କି, ତାଙ୍କର ମୁଁହ କାଜଲ କିନ୍ନର ସହ ମେଳ ଖାଉଛି। ଯାହାଙ୍କ ଉପରେ ୨୦୧୯ରେ ନିଜ ଗୁରୁ ମୁସ୍କାନକୁ ଦିନ ଦ୍ୱିପହରରେ ଗୁଳି ମାରି ହତ୍ୟା କରିବାର ଅଭିଯୋଗ ହେଇଥିଲା।