ଭାରତରେ ପ୍ରଥମ! ପୁରୁଷ ହୋଇ ଗର୍ଭବତୀ ହେଲେ, ଏବେ ଦେବାକୁ ଯାଉଛନ୍ତି ଛୁଆ ଜନ୍ମ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Purusha garbhabati

ଭାରତରେ ପ୍ରଥମ ଥର ପାଇଁ ଗର୍ଭବତୀ ହେଲେ ଟ୍ରାନ୍ସଜେଣ୍ଡର ଦମ୍ପତ୍ତି। କେରଳର କୋଝିକୋଡରେ ରହୁଥିବା ଜିୟା ଏବଂ ଜହାଦ ଜଣେ ଟ୍ରାନ୍ସଜେଣ୍ଡର ଦମ୍ପତ୍ତି ହୋଇଥିବା ବେଳେ ଆଗାମୀ କିଛି ମାସ ମଧ୍ୟରେ ସେମାନେ ବାପା ମାଆ ହେବାକୁ ଯାଉଛନ୍ତି। ଭାରତରେ ଏଭଳି ଘଟଣା ପ୍ରଥମ ଥର ପାଇଁ ହେବାକୁ ଯାଉଛି।

Trans gender

ମିଳିଥିବା ସୂଚନା ଅନୁଯାଇ ଜିୟା ଜନ୍ମରୁ ଜଣେ ଯୁବକ ହୋଇଥିବା ବେଳେ ଜହାଦ ଜଣେ ଯୁବତୀ ଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଉଭୟେ ନିଜ ନିଜର ଲିଙ୍ଗ ପରିବର୍ତ୍ତନ କରି ଦେଇଥିଲେ। ଉଭୟେ ପରସ୍ପରକୁ ଭଲପାଇ ବିବାହ ମଧ୍ୟ କରିଥିଲେ। ବିବାହ ପରେ ସେମାନେ ଏକ ପୋଷ୍ୟ ସନ୍ତାନ ନେବାକୁ ଚାହିଁଥିଲେ ହେଁ ଟ୍ରାନ୍ସଜେଣ୍ଡର ହୋଇଥିବାରୁ ଏହା ସମ୍ଭବ ହୋଇ ପାରିନଥିଲା।

Jiya jahad

ତେବେ, ଅସ୍ତ୍ରୋପଚାର ସମୟରେ ଜହାଦ ନିଜର ଗର୍ଭାଶୟ ଏବଂ ଅନ୍ୟ କିଛି ଅଙ୍ଗ ବାହାର କରିନଥିଲେ। ଯେଉଁଥିପାଇଁ ସେ ଗର୍ଭବତୀ ହେବାକୁ ସଖ୍ୟମ ହୋଇଛନ୍ତି। ଉଭୟେ ଜନ୍ମ ହେବାକୁ ଥିବା ନିଜ ପିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରି ସାରିଛନ୍ତି। ସେମାନେ ମିଲ୍କ ବ୍ୟାଙ୍କ ସହିତ ସମ୍ପର୍କ କରି ସାରିଛନ୍ତି। ପିଲା ଜନ୍ମ ହେବାପରେ ସେମାନେ ସେହିଠାରୁ ହିଁ କ୍ଷୀର ଆଣି ପିଲାକୁ ଦେବେ ବୋଲି ଜଣାପଡ଼ିଛି।