ଚର୍ଚ୍ଚାରେ ଭାରତର ସବୁଠାରୁ ବଡ଼ ଦାନବୀର, ଦିନକୁ ଦାନ ୬ କୋଟି, ଜାଣନ୍ତୁ ମୁକେଶ ଅମ୍ବାନୀ କେତେ ଦାନ କରୁଛନ୍ତି

 
Shiv nadar

ମୁକେଶ ଅମ୍ବାନୀ ଦେଶର ସବୁଠୁ ଧନୀ ବ୍ୟକ୍ତି ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ଦେଶର ସବୁଠୁ ବଡ ଦାନବୀର କିଏ? ଏକଥା ବୋଧହୁଏ କମ୍ ଲୋକଙ୍କୁ ଜଣାଥିବ । ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଅମ୍ବାନୀ କିମ୍ବା ଆଦାନୀ କେହି ବି ଦେଶର ପ୍ରଥମ ଦାନବୀର ନୁହଁନ୍ତି । ଶୀର୍ଷ ଦାନବୀର ତାଲିକାରେ ଯଦିଓ ଏମାନଙ୍କ ନାଁ ସାମିଲ ହୋଇଛି କିନ୍ତୁ ସବୁଠୁ ଆଗରେ ଅଛନ୍ତି ଆଉ ଜଣେ ବ୍ୟକ୍ତିତ୍ୱ ।

ସେ ହେଉଛନ୍ତି ଏଚ୍ସିଏଲ୍ର ସହ-ପ୍ରତିଷ୍ଠାତା ଶିବ ନାଦାର ଦେଶର ସବୁଠୁ ବଡ଼ ଦାନବୀର । ଶିବ ଏବଂ ତାଙ୍କ ପରିବାର ଗତବର୍ଷ ଅର୍ଥାତ୍ ୨୦୨୩-୨୪ ଆର୍ଥିକବର୍ଷରେ ୨,୧୫୩ କୋଟି ଟଙ୍କା ଦାନ କରିଛନ୍ତି । ଅର୍ଥାତ୍ ଦୈନିକ ୫.୯୦ କୋଟି ଟଙ୍କା ଦାନ କରିଛନ୍ତି ନାଦାର ପରିବାର । ଏଡେଲ୍ଗିଭ୍ ହୁରୁନ୍ ଇଣ୍ଡିଆ ପରୋପକାରୀ ତାଲିକା-୨୦୨୪ରେ ଏହା ଉଲ୍ଲେଖ କରାଯାଇଛି ।

Shiv nadar

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନି ଏବଂ ତାଙ୍କ ପରିବାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ୨୦୨୩-୨୪ ଆର୍ଥିକବର୍ଷରେ ମୁକେଶ ଅମ୍ବାନି ଏବଂ ପରିବାର ୪୦୭ କୋଟି ଟଙ୍କା ଦାନ କରିଛନ୍ତି । ମୁକେଶଙ୍କ ତୁଳନାରେ ଶିବ ନାଦାର ୧୯୯୨ କୋଟି ଅଧିକ ଅର୍ଥ ଦାନ କରିଛନ୍ତି । ବଜାଜ ପରିବାର ୩୫୨ କୋଟି ଟଙ୍କା ଦାନ କରି ତାଲିକାରେ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଏହା ୨୦୨୨-୨୩ ତୁଳନାରେ ୩୩% ଅଧିକ । 

ଫୋର୍ବ ରିପୋର୍ଟ ଅନୁସାରେ, ଶିବ ନାଦାରଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୪୦.୫ ଆମେରିକୀୟ ଡଲାର, ଯାହାର ଭାରତୀୟ ମୂଲ୍ୟ ୩୪୧ ହଜାର ୬୯୨ କୋଟି । ଶିବ ନାଦାର ୨୦୨୦ରେ ଏଚସିଏଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବୋ ପରେ ଏବେ ତାଙ୍କ ଝିଅ ରୌସନି ନାଦାର ମାଲହୋତ୍ରା ଏହି ପଦକୁ ସମ୍ଭାଳୁଛନ୍ତି । ଏବଂ ଶିବ କମ୍ପାନୀର ପରାମର୍ଶଦାତା ଭାବେ କାର୍ୟ୍ୟ କରୁଛନ୍ତି ।

ତେବେ ଧନୀ ତାଲିକାରେ ମହିଳାମାନେ ବି କିଛି କମ୍ରେ ନାହାଁନ୍ତି । ହୁରୁନ୍ ଜେନେରସ୍ ତାଲିକାରେ , ୨୧ ଜଣ ମହିଳା ଅଛନ୍ତି । ଏକଷ୍ଟେପ କୋ ଫାଉଣ୍ଡର ରୋହିଣୀ ନିଲେକାନୀ ମହିଳାଙ୍କ ମଧ୍ୟରେ ସବୁଠୁ ବଡ ଦାନୀ । ୨୦୨୩ ଓ ୨୪ ବର୍ଷରେ ସେ ପାଖପାଖି ୧୫୩ କୋଟି ଟଙ୍କା ଦାନ କରିଛନ୍ତି । ତେବେ ବର୍ଷକୁ ବର୍ଷ ଦେଶରେ ଦାନୀଙ୍କର ସଂଖ୍ୟ୍ୟାବ ବଢିବାରେ ଲାଗିଛି ।