ଭାରତକୁ WHO ଦେଲା କଡ଼ା ଚେତାବନୀ, ଏତେ ଖରାପ ସ୍ଥିତିରେ ତରବରିଆ ଭାବେ ଲକଡାଉନ୍ ହଟାଅନି ନହେଲେ...

 
Who to india

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ କରୋନା ପ୍ରତିବନ୍ଧକକୁ ଶୀଘ୍ର ହଟାଇବା ବିଷୟରେ ଭାରତକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି - ଡେଲଟା ଭାରିଆଣ୍ଟ ସମେତ ଅନ୍ୟାନ୍ୟ 'ଚିନ୍ତାଜନକ' ପ୍ରକାରର ସଂକ୍ରମଣକୁ ଦୃଷ୍ଟିରେ ରଖି କରୋନା ପ୍ରତିବନ୍ଧକକୁ ଶୀଘ୍ର ହଟାଇବା ବିପଦଜନକ ହୋଇପାରେ। ଏହାଛଡ଼ା ସେ କରୋନା କଟକଣା ଶୀଘ୍ର ନହଟାଇବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି - ଯେଉଁମାନେ ଏପର୍ଯ୍ୟନ୍ତ ଟିକା ପାଇ ନାହାଁନ୍ତି ସେମାନଙ୍କ ପାଇଁ କରୋନା ପ୍ରତିବନ୍ଧକ ସହଜ ହେବା ବିପଜ୍ଜନକ ହୋଇପାରେ।

WHO ଅଧ୍ୟକ୍ଷ କହିଛନ୍ତି, ଏବେ ମଧ୍ୟ ଅନେକ ଦେଶ ବହୁତ ବିପଦଜ୍ଜନକ ସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଦୁନିଆର ପ୍ରମୁଖ ଦେଶ ଗୁଡିକୁ ବର୍ତ୍ତମାନ ଟିକାକରଣ ଉପରେ ଜୋର ଦେବା ଉଚିତ୍। ସତର୍କତାର ସହ କାମ କରିବା ଉଚିତ୍। ତରବରିଆ ଭାବେ କଟକଣା ହଟାଇଲେ ଏହା ଘାତକ ସାବ୍ୟସ୍ତ ହୋଇପାରେ ବୋଲି ହୁ ମୁଖ୍ୟ କହିଛନ୍ତି।

ପ୍ରାୟ ଦୁଇମାସ ଧରି କରୋନାର ଦ୍ୱିତୀୟ ଲହର ସହିତ ଲଢେଇ କରିବା ପରେ ଏବେ ଭାରତରେ ପ୍ରତିବନ୍ଧକକୁ କୋହଳ କରିବା ଆରମ୍ଭ ହୋଇଛି। କେତେକ ରାଜ୍ୟରେ ପ୍ରତିବନ୍ଧକ ହଟାଯାଉଥିବାବେଳେ କେତେକ ସ୍ଥାନରେ ଏହି ପ୍ରତିବନ୍ଧକ ବଳବତ୍ତର ରହିଛି। ଏହାପୂର୍ବରୁ WHO କହିଥିଲା ​​ଯେ ଭାରତରେ କରୋନାର ଡେଲ୍ଟା ଷ୍ଟ୍ରେନ୍ ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି। ସୂଚନାଯୋଗ୍ୟ କୋଭିଡର ଏହି ଷ୍ଟ୍ରେନ୍ ପ୍ରଥମେ ଭାରତରେ ମିଳିଥିଲା।

ଏଥି ସହିତ, ଏହି ପ୍ରକାରର ଅନ୍ୟ ଦୁଇଟି ଷ୍ଟ୍ରେନ୍ ବିଷୟରେ WHO କହିଛି ଯେ ବର୍ତ୍ତମାନ ଚିନ୍ତା କରିବାର କିଛି ନାହିଁ। ଭାଇରସର B.1.617 ପ୍ରକାରକୁ ଏକ ତ୍ରିଗୁଣ ମ୍ୟୁଟାଣ୍ଟ ଭାରିଆଣ୍ଟ ଭାବରେ ବର୍ଣ୍ଣନା କରାଯାଇଛି, ଯେହେତୁ ଏହାକୁ ତିନୋଟି ବଂଶରେ ବିଭକ୍ତ କରାଯାଇଛି। ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି ଗତ ମାସରେ ସମଗ୍ର ଷ୍ଟ୍ରେନକୁ 'VOC' ଅର୍ଥାତ୍ ଭାରିଆଣ୍ଟ ଅଫ୍ କନ୍ସର୍ନ (VOC) ଭାବରେ ଘୋଷଣା କରିଥିଲା।

ଭାରତରେ କରୋନା ଭାଇରସର ପ୍ରଥମ ଥର ପାଇଁ ମିଳିଥିବା B.1.617.1 ଏବଂ B.1.617.2 ଫର୍ମଗୁଡ଼ିକ ଯଥାକ୍ରମେ 'କପ୍ପା' ତଥା 'ଡେଲଟା' ଭାବରେ ଜଣାଶୁଣା। ବାସ୍ତବରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରୋନା ଭାଇରସର ବିଭିନ୍ନ ପ୍ରକାରର ନାମକରଣର ଏକ ନୂତନ ବ୍ୟବସ୍ଥା ଘୋଷଣା କରିଛି, ଯେଉଁଥିରେ ଗ୍ରୀକ୍ ଭାଷାର ଅକ୍ଷର ମାଧ୍ୟମରେ ବିଭିନ୍ନ ପ୍ରକାରର ଭୂତାଣୁ ଚିହ୍ନଟ ହେବ।