ଏହି ସ୍ଥାନର ଝିଅ ମାନଙ୍କୁ ବିବାହ କଲେ ମାସିକ ୩ଲକ୍ଷ ଟଙ୍କାର ସରକାରୀ ଚାକିରି ମିଳିବ, ଜାଣନ୍ତୁ ପୁରା ଖବର
Oct 25, 2023, 17:18 IST

ଏହି ଦେଶର ମହିଳାଙ୍କୁ ବିବାହ କଲେ ମିଳିବ ସରକାରୀ ଚାକିରି। ଦରମା ମାସକୁ ପ୍ରାୟ ୩ ଲକ୍ଷ ଟଙ୍କା ରହିବ । ତା ସାଙ୍ଗକୁ ନାଗରିକତ୍ବ ଏପରି ଅନେକ କିଛି। କଣ ଆପଣ ବି ଏହା ଶୁଣିବା ପରେ ସେ ଏପରି କେଉଁ ଦେଶ ବୋଲି ଜାଣିବା ପାଇଁ ଆଗ୍ରହୀ ଅଛନ୍ତି। ମଝିରେ ମଝିରେ ସୋସିଆଲ ମିଡ଼ିଆରେ ଏପରି ଅନେକ କଥା ଭାଇରାଲ୍ ହୋଇଥାଏ।
ତେବେ ଆସନ୍ତୁ ଜାଣିବା ଘଟଣା ପଛର ସତ୍ୟତା ?
ଦେଶଟିର ନାମ ହେଉଛି ଆଇସଲ୍ୟାଣ୍ଡ । ଏଠାରେ କୁଆଡେ ପୁଅମାନଙ୍କ ସଂଖ୍ୟାରେ ଅଭାବ ଦେଖା ଦେଇଛି । ତେଣୁ କରି ଏଠାକାର ସରକାର ଘୋଷଣା କରିଛନ୍ତି ଯେ ଯେଉଁ ପୁରୁଶ ଏଠାକାର ମହିଳା ମାନଙ୍କୁ ବିବାହ କରିବେ ସେମାନଙ୍କୁ ସରକାରୀ ଚାକିରି ଦିଆଯିବ । ବିଶେଷ କରି ଯଦି ପୁରୁଷ ଉତ୍ତର ଆଫ୍ରିକାରୁ ହୋଇଥାନ୍ତି ତେବେ ତାଙ୍କୁ ପ୍ରଥମେ ପ୍ରାଧ୍ୟାନ ଦିଆ ଯିବ।
ହେଲେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ କଥାଟି ସମ୍ପୂର୍ଣ ଗୁଜବ ବୋଲି ଜଣା ପଡିଛି । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଘଟଣାଟି ବେଶ୍ ଭାଇରାଲ୍ ହେବାରେ ଲାଗିଛି ।
ଏପରି ଏକ ବାର୍ତ୍ତା ପରେ ସୋସିଆଲ ମିଡ଼ିଆରେ ଅନ୍ୟ ଦେଶର ଯୁବକ ମାନେ ଆଇସଲ୍ୟାଣ୍ଡର ମହିଳା ମାନଙ୍କୁ ଫ୍ରେଣ୍ଡ୍ ରିକୁଏଷ୍ଟ ପଠାଇବାରେ ଲାଗିଛନ୍ତି ।
ଏ ନେଇ ଆଇସଲ୍ୟାଣ୍ଡ ଦୂତାବାସଙ୍କ ସହିତ ସମ୍ପର୍କ କରିବାରୁ ଜଣା ପଡିଛି ଯେ କଥାଟି ସମ୍ପୂର୍ଣ ଗୁଜବ ଅଟେ । ଏଥିରେ କୌଣସି ସତ୍ୟତା ନାହିଁ ।