ସରକାରଙ୍କ ବଡ଼ ପଦକ୍ଷେପ, ଦ୍ୱିତୀୟ ବିବାହ କଲେ ଜେଲ୍ ଯିବେ ଓ ଯିବ ଚାକିରୀ, ଜାଣନ୍ତୁ ପୁରା ଖବର

 
Second marriage

ଦ୍ଵିତୀୟ ବିବାହକୁ ନେଇ ଲାଗିଲା ରୋକ୍ । ଜୀବନ ସାଥି ବଞ୍ଚି ଥାଉ ଥାଉ କରି ପାରିବେ ନାହିଁ ଦ୍ଵିତୀୟ ବିବାହ । ଦ୍ଵିତୀୟ ବିବାହ କଲେ ଏଣିକି ମିଳିବ ଦଣ୍ଡ । ଜେଲ୍ ଯାଇ ପାରନ୍ତି , ଜୋରିମାନା ବି ଦେଇ ପାରନ୍ତି । ଏପରିକି ଚାକିରୀ ରୁ ବି ହୋଇ ପାରନ୍ତି ଛଟେଇ ।

ଘୁ

ଆସାମର ମୁଖ୍ୟମନ୍ତ୍ରୀ ହିମ ବିଶ୍ଵ ଶର୍ମା , ସରକାରୀ କର୍ମଚାରୀଙ୍କ ଦ୍ଵିତୀୟ ବିବାହ ଉପରେ ଲଗାଇଲେ ରୋକ୍ । ଜାରି କଲେ ନୂଆ ନିୟମ। ଏଣିକି ଆଉ ଦ୍ଵିତୀୟ ବିବାହ କରି ପାରିବେ ନାହିଁ ସରକାରୀ କର୍ମଚାରୀ । ଜାଣନ୍ତୁ ପୁରା ଘଟଣା ।

ମୁଖ୍ୟମନ୍ତ୍ରି ଶର୍ମା ଦ୍ଵିତୀୟ ବିବାହ କରିବା କ୍ଷେତ୍ରରେ ଦଣ୍ଡ ବିଧାନ ଲାଗୁ କରିବାକୁ କହିଛନ୍ତି । ପର୍ଶନାଲ ବିଭାଗର ଅଫିସ୍ ଚିଠିରେ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ , ଯଦି ସ୍ଵାମୀ ବା ସ୍ତ୍ରୀ କିଏ ଜୀବିତ ଅଛନ୍ତି ତେବେ ଅନ୍ୟ କାହାକୁ ଦ୍ଵିତୀୟ ବିବାହ କରି ପାରିବେ ନାହିଁ ଦମ୍ପତ୍ତି ।

Employee

ତେବେ କୌଣସି କାରଣରୁ ଯଦି କରିବାକୁ ପଡେ ତେବେ ଏ ନେଇ ପୂର୍ବରୁ ସରକାରଙ୍କ ଅନୁମତି ନେବା ନିତ୍ୟାନ୍ତ ଆବଶ୍ୟକ  ବୋଲି ସେ ଘୋଷଣା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେଉଁ ସରକାରୀ ଚାକିରିଆ ଏହି ନିୟମ ନ ମାନିବ ତେବେ ତାକୁ ଚାକିରୀରୁ ବାହାର କରି ଦିଆଯିବ ।

ଆସାମ ସିଭିଲ ସର୍ଭିସ ଅଧିନିୟମ  , ୧୯୬୫ ର ନିୟମ ୨୬ ଅନୁଯାୟୀ ଏହି ନିର୍ଦ୍ଦେଶ ନାମା ଜାରି କରା ଯାଇଛି । ନିୟମ ଉଲ୍ଲଙ୍ଘନ  କଲେ ନିୟମ ଉଲ୍ଲଘଂନ କରୁଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  । ଓ ଚାକିରି ମଧ୍ୟ ଯାଇପାରେ ।