ଦେଖନ୍ତୁ ଭିଡିଓ: ନୁଡୁଲ୍ସ ଖାଉଥିଲେ ଆଜି ହିଁ ଖାଇବା ବନ୍ଦ କରନ୍ତୁ କାରଣ କେମିତି ପ୍ରସ୍ତୁତ ହୁଏ ନୁଡୁଲ୍ସ, ଥରେ ଦେଖି ନିଅନ୍ତୁ

 
Noodles making
ବର୍ତ୍ତମାନର ଫାଷ୍ଟଫୁଡର ଜମାନାରେ ନୁଡୁଲ୍ସର କଥା କୁ କିଏ ବା କିପରି ଭୁଲି ପାରିବ। ଛୋଟ ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ଏହାର ଦିୱାନା କହିଲେ ହୁଏ ତ କିଛି ଭୁଲ ହେବ ନାହିଁ। ଦେଶୀ ଖାଦ୍ୟ ତୁଳନାରେ ବର୍ତ୍ତମାନ ବିଦେଶୀ ଖାଦ୍ୟର ଚାହିଦା ଏତେ ବଢିବାରେ ଲାଗିଛି ଯେ, ଲୋକେ ନିଜ ଜିଭର ସ୍ବାଦ ପାଇଁ ସ୍ବାସ୍ଥ୍ୟ କଥା ପୁରା ପୁରି ଭୁଲି ଯାଉଛନ୍ତି।
ଦୁଇ
ତେବେ ଆଜି ଆମେ ଆପଣଙ୍କୁ ନୁଡୁଲ୍ସ କୁ ନେଇ ଏପରି କଥା କହିବାକୁ ଯାଉଛୁ ଯାହା ଶୁଣିବା ପରେ ହୁଏତ ଆପଣ ମାନେ ନୁଡ଼ୁଲ୍ସ ଖାଇବା ଛାଡ଼ି ଦେବେ। ଆପଣଙ୍କର ଏକ ପ୍ରକାରର ଘୃଣା ଆସିଯିବ ନୁଡୁଲ୍ସ କୁ ନେଇ। ଆପଣ କେବେ ବିଶ୍ୱାସ ବି କରି ପାରିବେ ନାହିଁ ଯେଉଁ ନୁଡୁଲ୍ସ ଆପଣ ଏତେ ଶ୍ରଦ୍ଧାରେ ଖାଉଛନ୍ତି ସେ ନୁଡୁଲ୍ସ କୁ କିଛି ଏପରି ପ୍ରସ୍ତୁତ କରାଯାଏ।

ନିକଟରେ ନୁଡୁଲ୍ସ ପ୍ରସ୍ତୁତର ଅନେକ ଫୁଟେଜ ଭାଇରାଲ୍ ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ ନୁଡୁଲ୍ସ ପ୍ରସ୍ତୁତ ବ୍ୟକ୍ତି ମାନଙ୍କର ନା ହାତରେ ଅଛି ଗ୍ଲୋବସ ନା କିଛି ସ୍ୱଚ୍ଛ ପୋଷାକ ପିନ୍ଧିଛନ୍ତି ସେମାନେ। ପରିବେଶ ବି ପୁରା ଅସ୍ଵଚ୍ଛ। ନୁଡୁଲ୍ସ ପ୍ରସ୍ତୁତ ହେଉଥିବା ଯନ୍ତ୍ର ଗୁଡ଼ିକର ଅବସ୍ଥା କହିଲେ ନ ସରେ।

ଆପଣ ବି ଏ ଫୁଟେଜ ଦେଖିଲେ ନିଜେ ଜାଣି ପାରିବେ ଯେ ନୁଡୁଲ୍ସ କିପରି ପ୍ରସ୍ତୁତ କରାଯାଉଛି। ଯାହା ପରେ ହୁଏତ ଆପଣ ବି ସବୁ ଦିନ ପାଇଁ ନୁଡୁଲ୍ସ ଖାଇବା ଛାଡ଼ି ଦେଇ ପାରନ୍ତି। କାରଣ ଆପଣଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଆପଣଙ୍କ ହାତରେ।