‘ସ୍ୱାମୀ ପସନ୍ଦ ଆସିଲାନି ମତେ’ ହନିମୁନ ଗଲେ ସ୍ୱାମୀ ସହ ଚଉଠି ରାତି କାଟିବା ପରେ କନ୍ୟା କହିଲା ଏପରି, ଜାଣନ୍ତୁ ପୁରା ଘଟଣା

 
Kanya

ବାପା ମା ବହୁ ଖୁସିରେ ଝିଅକୁ ବାହା ଦେଇଥିଲେ । ସବୁ କିଛି ଠିକ୍ ଚାଲିଥିଲା । ଝିଅ ତା ଶାଶୁ ଘରେ ଖୁସିରେ ଥିଲା ମଧ୍ୟ । କିନ୍ତୁ ଦୁଇ ମାସ ପରେ ଏବେ ଆସି କହୁଛି ମୁଁ ଆଉ ଶାଶୁ ଘରକୁ ଯିବି ନାହିଁ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

କାରଣ ମୁ ମୋ ସ୍ବାମୀଙ୍କୁ ଭଲ ପାଇ ପାରୁ ନାହିଁ । ପୂର୍ବରୁ ମୋର ଏକ ବୟଫ୍ରେଣ୍ଡ ଅଛି । ମୁ ତା ପାଖକୁ ଯିବାକୁ ଚାହେଁ । ତା ସହିତ ରହିବାକୁ ଚାହେଁ । ଆଉ ଶାଶୁ ଘରକୁ ଯିବି ନାହିଁ ।

Ay

ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ବାଗେଶ୍ୱର ଜିଲ୍ଲାରେ । ବାଗେଶ୍ୱର ଜିଲ୍ଳାର ପିଙ୍ଗଳ ଗାଁର ଏକ ଯୁବତୀ ସେହି ଅଞ୍ଚଳର ଗରୁଡ଼ ତହସିଲର ଏକ ଯୁବକଙ୍କୁ ବିବାହ କରିଥିଲେ ।

ବିବାହ ପରେ ଦୁହେଁ ମିଶି ହନିମୁନ ମଧ୍ୟ ଯାଇଥିଲେ । ଦୁଇ ମାସ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଚାଲିଥିଲା । କିନ୍ତୁ ପରେ ମହିଳା ଜଣଙ୍କ ନିଜ ବାପା ଘରକୁ ବୁଲିବାକୁ ଆସିଥିଲେ ।

ବାପ ଘରକୁ ଆସି ଆଉ ଶାଶୁ ଘର ଯାଇ ନଥିଲେ । କହିଥିଲେ ମୁଁ ମୋ ସ୍ବାମୀଙ୍କୁ ଭଲ ପାଏ ନାହିଁ । ମୋର ଆଉ ଏକ ବୟଫ୍ରେଣ୍ଡ୍ ଅଛି । ମୁଁ ତା ସହ ରହିବାକୁ ଚାହେଁ । ଏ କଥା ଶାଶୁଘର ଲୋକ ଜାଣିବା ପରେ ସେମାନେ ମହିଳା ଜଣଙ୍କୁ ବହୁ ବୁଝାଇଥିଲେ ମଧ୍ୟ ସେ ବୁଝି ନଥିଲେ ।

ଯାହା ପରେ ଶାଶୁଘର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ଏହା କୌଣସି ଫଳପ୍ରଦ ହୋଇ ନଥିଲା । ମହିଳା ଜଣକ ଆଦୌ ରାଜି ହୋଇ ନଥିଲେ । 

ଶେଷରେ ଶାଶୁ ଘର ଲୋକ ମଧ୍ୟ ଏଥିରେ ରାଜି ହୋଇ ତାଙ୍କର ସମସ୍ତ ସୁନା ଗହଣା ଫେରାଇ ଦେବେ ବୋଲି କହିଥିଲେ । ଶୁଣିବାକୁ ମିଳେ କି ମହିଳା ଜଣଙ୍କ ତାଙ୍କ ବୟଫ୍ରେଣ୍ଡ ପାଖରେ ରହୁଥିବା ବେଳେ ବର୍ତ୍ତମାନ କୁଆଡେ ଦୁହେଁ ବାହା ହେବାକୁ ଯାଉଛନ୍ତି ।