ସ୍ୱାମୀ IPL ଦେଖୁଥିବାରୁ ସ୍ତ୍ରୀ ଦେଖିପାରୁନଥିଲା ସିରିଏଲ୍, ରାଗରେ ଗରମ ହୋଇ ସ୍ତ୍ରୀ ପିଟିଦେଲା ସ୍ୱାମୀକୁ, ଥାନାରେ ମାମଲା, ଜାଣନ୍ତୁ ପୁରା ଘଟଣା

 
Thana re swami stree

ଆଇପିଏଲ କୁ ନେଇ ଘରୋଇ ବିବାଦ ! ଆଇପିଏଲ ଦେଖିବାକୁ ନେଇ ଗଣ୍ଡଗୋଳ କରି ସ୍ବାମୀ ସ୍ତ୍ରୀ ପହଞ୍ଚିଲେ ଥାନାରେ । ବେଳେ ବେଳେ ଆମ ଚତୁର୍ପାଶ୍ଵରେ ଏପରି ଘଟଣା ଘରେ ଯାହା ବିଶ୍ୱାସ ଯୋଗ୍ୟ ହୋଇ ନ ଥାଏ । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ହେଲେ ଆଇପିଏଲ କୁ ନେଇ ମହାଭାରତ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଗ୍ରା ସହରରେ ରହୁଥିବା ଏକ ପରିବାରରେ । ଦୁଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଏତେ ବଢି ଯାଇଥିଲା ଯେ ଶେଷରେ ଦୁହେଁ ଥାନାର ଦ୍ୱାରସ୍ଥ ହୋଇଥିଲେ ।

R

ବର୍ତ୍ତମାନ ଚାଲିଛି ଆଇପିଏଲ ସିଜିନ୍ । ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଆଇପିଏଲ କୁ ନେଇ ଏକ ନିଶା ଦେଖିବାକୁ ମିଳିଛି । ପ୍ରତିଦିନ କୋଟି କୋଟି ସଂଖ୍ୟାରେ ଲୋକେ ଅନଲାଇନ୍ ଓ ଅଫଲାଇନ୍ ଏହି ମ୍ୟାଚ୍ କୁ ଦେଖୁଛନ୍ତି ।

ସୂଚନା ଅନୁସାରେ , ସ୍ବାମୀ ଜଣଙ୍କ ଟିଭି ରେ ଆଇପିଏଲ ମ୍ୟାଚ୍ ଦେଖୁଥିବା ବେଳେ ପତ୍ନୀ ଜଣଙ୍କ ନିଜର ପସନ୍ଦିତା ସିରିଏଲ୍ ଦେଖିପାରୁ ନ ଥିଲେ । ଯେଉଁଥିପାଇଁ ସେ ବାରମ୍ବାର ନିଜ ସ୍ବାମୀଙ୍କୁ ରିମୋଟ ମାଗୁଥିଲେ । ହେଲେ ସ୍ବାମୀ କିନ୍ତୁ ସ୍ତ୍ରୀର କଥା ଆଦୌ ଶୁଣି ନ ଥିଲେ । ସେ ଆଇପିଏଲ ଦେଖି ଆଇପିଏଲର ମଜା ନେବାରେ ଲାଗିଥିଲେ ।

Husband wife

ଯାହା ପରେ ସ୍ତ୍ରୀ ଜଣଙ୍କ ରାଗିଯାଇ ସ୍ବାମୀ ଜଣଙ୍କୁ ବେଲଣା କାଠିରେ ପିଟିବା ଆରମ୍ଭ କରିଥିଲେ । ଯାହା ପରେ ଦୁହିଁଙ୍କ ମଧ୍ୟରେ ଝଗଡା ଏତେ ବଢି ଯାଇଥିଲା ଯେ , ସ୍ବାମୀ ଜଣଙ୍କ ଥାନାରେ ସ୍ତ୍ରୀ ନାମରେ ଅଭିଯୋଗ କରିଥିଲେ।