ମହାକାଶରେ ସୁନୀତା ୱିଲିୟମ୍ସ କେମିତି ମଳତ୍ୟାଗ କରୁଥିଲେ? ପିଉଥିଲେ ନିଜ ପରିସ୍ରା, ଜାଣନ୍ତୁ କଣ କହିଲେ ସୁନିତା

 
ସୁନିତା

ଆପଣମାନେ ସମସ୍ତେ ମହାକାଶ ଯାଇଥିବା ଅନେକ ବ୍ୟକ୍ତିଙ୍କ ନାମ ଜାଣିଥିବେ । ଆଉ ସେମାନେ ମହାକାଶ ଯାଇ ସେଠାରେ କିଛି ଦିନ ବା ମାସ ମାସ ଧରି ରହିଥାନ୍ତି । ମହାକାଶକୁ ଯାଇଥିବା ମହାକାଶଚାରୀ ସେଠାରେ କିପରି ରୁହନ୍ତି ଆଉ କଣ କରନ୍ତି , କଣ ଖାଆନ୍ତି ଏହିସବୁ ବିଷୟରେ ବହୁତ କମ୍ ଲୋକ ଜାଣିଥିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ବିଷୟରେ କିଛି କଥା ଜାଣିପାରିବେ । ଅନ୍ତରୀକ୍ଷ ଯାତ୍ରୀମାନେ ସେଠାରେ କଣ କରନ୍ତି ଏହା ଆପଣମାନେ ଜାଣିବେ ।

ମହାକାଶରେ ସ୍ଥାପିତ ଇଣ୍ଟର ନେସନାଲ ସ୍ପେସ ଷ୍ଟେସନ ବା ଆଇଏସଏସରେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି କାମ କରୁ ନଥିବାରୁ ସେଠାରେ ଜୀବନଧାରଣ କରିବା ପୃଥିବୀ ପୃଷ୍ଠର ସାଧାରଣ ଲୋକଙ୍କ ଅପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ । ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ଯଥା ଗାଧୋଇବା, ଖାଇବା ଆଉ ପିଇବା ଆଦି ସ୍ଵତନ୍ତ୍ର ଅଲଗା ଅଟେ । ଏହା କିନ୍ତୁ ଶୂନ୍ୟରେ ହୋଇନଥାଏ । ଆଉ ଏହା ଶୂନ୍ୟରେ ହୋଇପାରିବ ନାହିଁ । କାରଣ ଶୂନ୍ୟରେ ଦୈନନ୍ଦିନ କାର୍ଯ୍ୟ ଏତେ ସହଜ ହୋଇ ନଥାଏ। 

Sunita williams

ଯେଉଁଥିପାଇଁ ମହାକାଶଚାରୀମାନେ ଏଭଳି କିଛି କରିଥାନ୍ତି । ଶୂନ୍ୟରେ ସବୁକିଛି ଭାସମାନ ଅବସ୍ଥାରେ ଥାଏ । ଦେହରେ ପାଣି ପଡ଼ିଲେ ଏହା ବହୁତ କ୍ଷତି କରିବ ମହାକାଶରେ ।ସେଥିପାଇଁ ଅନ୍ତରୀକ୍ଷ ଯାତ୍ରୀମାନେ ଏତେ ବେଶୀ ପାଣି ବ୍ୟବହାର କରନ୍ତି ନାହିଁ । ଏହି ମହାକାଶଚାରୀମାନେ ଟାୱେଲକୁ ଓଦା କରି ପୋଛି ହୋଇଥାନ୍ତି । ସେଥିରୁ ଯେମିତି ପାଣି ଟୋପାଏ ବାହାରିବ ନାହିଁ ସେଥିପ୍ରତି ସେମାନେ ଦୃଷ୍ଟି ଦେଇଥାନ୍ତି । ଆଉ ମୂତ୍ର କରିବା ସମୟରେ ମଧ୍ୟ ତାଙ୍କୁ ଅନେକ କିଛି ସହିବାକୁ ପଡ଼ିଥାଏ ।

ଏହି ମହାକାଶଚାରୀମାନେ ଯେଉଁ ଯାନରେ ଯାଇଥାନ୍ତି ସେହି ଯାନରେ ଛୋଟ ଛୋଟ ମେସିନ ଲାଗିଥାଏ । ଏହି ମେସିନରେ ଏକ ପାଇପ ଲାଗିଥାଏ ଆଉ ଏହି ପାଇପରେ ସେମାନେ ପରିସ୍ରା କରିଥାନ୍ତି । ଆଉ ଏହି ପରିସ୍ରା ଏହି ମେସିନ ଦ୍ଵାରା ତାଙ୍କ ପାନୀୟ ଉପଯୋଗୀ ହୋଇଥାଏ । ମହାକାଶରେ ପାଣି ମିଳିବା ସମ୍ଭବ ହୋଇନଥାଏ । ସେମାନେ ମଳତ୍ୟାଗ କରିବା ବହୁତ କଷ୍ଟକର ହୋଇଥାଏ । ୮ ଦିନ ପାଇଁ ମହାକାଶକୁ ଯାଇଥିବା ମହିଳା ସୁନିତା ୱିଲିୟମ୍ ଆଉ ତାଙ୍କ ସାଥୀ ସେଠାରେ ୯ ମାସ ରହିଥିଲେ । ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଏବେ ସେମାନେ ଅନେକ ବାଧାବିଘ୍ନ ସହି ପୃଥିବୀ ପୃଷ୍ଠକୁ ଫେରି ଆସିଛନ୍ତି ।