କରୋନା ମାଡ଼: ମ୍ୟାନେଜରରୁ ଡେଲିଭେରୀ ବୟ ସାଜିଥିଲେ ସଡକ ଦୁର୍ଘଟଣାରେ ଚାଲିଗଲା ଜୀବନ, ପୂରା ଘଟଣା ଜାଣି ହେବେ ଦୁଃଖିତ

 
Man getting delivery boy

ଗତ ଦୁଇ ବର୍ଷ ହେବ କେବଳ ଲୋକଙ୍କର ଜୀବନ ନୁହେଁ ବରଂ ଜୀବିକା ଉପରେ ମଧ୍ୟ ଖାସ୍ ପ୍ରଭାବ ପକାଇଛି କରୋନା ମହାମାରୀ। ଏକାଧିକ ଲୋକେ ଏହି ମହାମାରୀରେ ପ୍ରାଣ ହରାଇଥିବା ବେଳେ ଲକଡାଉନ ଏବଂ ସଟଡାଉନ ଭଳି କଟକଣା ହେତୁ ଅନେକେ ସେମାନଙ୍କର ଜୀବିକା ହରାଇଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଦିଲ୍ଲୀରେ ରହୁଥିବା ସଲିଲ୍ ତ୍ରିପାଠୀ। ଦିନେ ମାସକୁ ପ୍ରାୟ ୫୦ ହଜ଼ାର ଟଙ୍କା ଦରମା ପାଉଥିବା ସଲିଲଙ୍କୁ କରୋନା ସଜାଇ ଦେଲା ଡେଲିଭେରୀ ବୟ।

Salil tripathy

କେବଳ ଏତିକିରେ କଥା ସରିଲା ନାହିଁ ବରଂ ସେହି ଫୁଡ଼ ଡେଲିଭେରୀ କରୁ କରୁ ଏକ ସଡକ ଦୁର୍ଘଟଣାରେ ସଲିଲଙ୍କର ଜୀବନ ମଧ୍ୟ ଚାଲିଯାଇଛି। ସବୁଦିନ ପରି ସଲିଲ ସେଦିନ ଫୁଡ଼ ଡେଲିଭେରୀ ପାଇଁ ହୋଟେଲ ବାହାରେ ଅପେକ୍ଷା କରିଥିବା ବେଳେ ଏକ ଏସୟୁଭି ତାଙ୍କୁ ଧକ୍କା ଦେଇଥିଲା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଘରେ ତାଙ୍କର ସ୍ତ୍ରୀ ଏବଂ ଏକ ପୁତ୍ର ସନ୍ତାନ ରହିଥିବା ବେଳେ ସେମାନେ ଏବେ ବେସାହାରା ହୋଇ ପଡିଛନ୍ତି।

Salil with family

ମିଳିଥିବା ସୂଚନା ଅନୁଯାଇ ସଲିଲ ହୋଟେଲ ମ୍ୟାନେଜମେଣ୍ଟ କୋର୍ସ କରିବା ପରେ ଦିଲ୍ଲୀର ଅନେକ ବଡ଼ ବଡ଼ ହୋଟେଲରେ କାମ କରି ଆସୁଥିଲେ। କିଛି ବର୍ଷ ପରେ ଦିଲ୍ଲୀର ଏକ ବଡ଼ ରେଷ୍ଟୁରାଣ୍ଟରେ ତାଙ୍କୁ ମ୍ୟାନେଜର ଭାବରେ କାମ ମିଳିଯାଇଥିଲା। ସବୁକିଛି ସୁରୁଖୁରୁରେ ଚାଲିଥିବା ବେଳେ କରୋନା କଟକଣା ହେତୁ ତାଙ୍କୁ ତାଙ୍କର ଚାକିରୀ ହରାଇବାକୁ ପଡିଥିଲା। ଶେଷରେ ସେ ଜଣେ ଡେଲିଭେରୀ ବୟ ଭାବରେ କାମ କରିବାକୁ ବାଧ୍ୟ ହୋଇଥିଲେ। ତେବେ, ସଲିଲଙ୍କ ବିୟୋଗ ପରେ ଜୋମଟୋ ପକ୍ଷରୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା କରାଯିବ ବୋଲି କୁହାଯାଇଛି।