ହୋଲି ଖେଳୁଖେଳୁ ଯୁବତୀଙ୍କ ମଥାରେ ରଙ୍ଗର ସିନ୍ଦୂର ଲଗେଇଦେଲା ଯୁବକ, ଆଉ ତାପରେ ଘଟଣା ଆଶ୍ଚର୍ଯ୍ୟ କରିଦେବ

 
ହୋଲି ଖେଳୁଖେଳୁ ଯୁବତୀଙ୍କ ମଥାରେ ରଙ୍ଗର ସିନ୍ଦୂର ଲଗେଇଦେଲା ଯୁବକ, ଆଉ ତାପରେ ଘଟଣା ଆଶ୍ଚର୍ଯ୍ୟ କରିଦେବ

ହୋଲିରେ, ଯେତେବେଳେ ଲୋକମାନେ ହୋଲି ଖେଳନ୍ତି, ସେମାନେ ଗାଲରେ ଅବିର ରଙ୍ଗ ଲଗାନ୍ତି। କିନ୍ତୁ ଗତ ହୋଲି ଫେଷ୍ଟିଭାଲରେ, ଜଣେ ଯୁବକ, ଯୁବତୀଙ୍କ ଗାଲ ବଦଳରେ ମଥାରେ ରଙ୍ଗର ସିନ୍ଦୂର ପିନ୍ଧାଇ ଦେଇଥିଲେ। ଆଉ ତାପରେ ଯାହା ଘଟିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଘଟଣାଟି ହେଉଛି ଭାଗଲପୁର ଜିଲ୍ଲା ଅନ୍ତର୍ଗତ କାହଲଗାଓଁ ବ୍ଲକର ବାନସିପୁର ଗାଁ'ର ରାହୁଲ ଏବଂ ଜ୍ୟୋତିଙ୍କ କାହାଣୀ। 

କାହାଣୀଟି ଏକ ଚଳଚ୍ଚିତ୍ର ପରି, ବାସ୍ତବରେ ଜ୍ୟୋତି ପ୍ରାୟ ଏକ ବର୍ଷ ପୂର୍ବେ ରାହୁଲଙ୍କୁ ଭଲ ପାଉଥିଲେ। ଲୁଚିଛପି ଉଭୟେ ଭେଟ ହେଉଥିଲେ। ଧୀରେ ଧୀରେ ଏହି ପ୍ରେମ କାହାଣୀ ସମଗ୍ର ଗାଁର ବ୍ୟାପିଗଲା। ହୋଲି ଦିନ, ଜ୍ୟୋତି ତାଙ୍କ ସାଙ୍ଗମାନଙ୍କ ସହିତ ପ୍ରେମିକ ରାହୁଲଙ୍କ ସହିତ ରଙ୍ଗ ଖେଳିବା ପାଇଁ ତାଙ୍କ ଘରେ ପହଂଚି ଯାଇଥିଲେ। ଜ୍ୟୋତିଙ୍କୁ ଦେଖି ରାହୁଲ ନିଜକୁ ଅଟକାଇ ପାରି ନଥିଲା ଦୁହେଁ ପ୍ରଥମେ ପରସ୍ପରର ଗାଲରେ ରଙ୍ଗ ଲଗାଇଥିଲେ। 

ତା’ପରେ ହୃଦୟର ରଙ୍ଗ ଏତେ ଗଭୀର ହେଲା ପରେ ଏକ ବାହା ହେବାକୁ ସ୍ଥିର କଲେ। ତା’ପରେ ରାହୁଲ୍ ଲାଲ୍ ରଙ୍ଗ ଅବିରରେ ଜ୍ୟୋତିର ମଥାରେ ସିନ୍ଦୂର ପିନ୍ଧାଇ ଦେଇଥିଲେ। ଏହଦେଖି ଉଭୟେ ପରିବାର ଲୋକଙ୍କ ହୋସ୍ ଉଡିଗଲା। ବହୁ ବୁଝାସୁଝା ପରେ ଉଭୟେ ପରିବାର ବିବାହ ପାଇଁ ରାଜି ହୋଇଥିଲେ। ଗାଁର ଲୋକମାନେ ଏକତ୍ରିତ ହୋଇଥିଲେ। ସମସ୍ତେ ଉଭୟଙ୍କ ବିବାହକୁ ସର୍ମଥନ କରିଥିଲେ।

ଉଭୟ ପକ୍ଷଙ୍କ ସହମତିରେ ହୋଲିର ପର ଦିନ ବିବାହ ବେଦୀରେ ବସି ରାହୁଲ ଓ ନିଜ ସ୍ୱପ୍ନର ରାଣୀ ଜ୍ୟୋତିଙ୍କ ମଥାରେ ସମସ୍ତଙ୍କ ସାମନାରେ ସିନ୍ଦୂର ଲଗେଇଥିଲେ ଓ ଦୁହେଁ ମନ୍ତ୍ରୋଚ୍ଚାର ମଧ୍ୟରେ ସାତ ଜନ୍ମ ପାଇଁ ପରସ୍ପରର ହେଲେ ବୋଲି ଶପଥ ନେଇଥିଲେ। ତେବେ ଦୁହିଁଙ୍କ ବିବାହ ଖବର ଖୁବ୍ ଭାଇରାଲ ହେବାରେ ଲାଗିଛି।