ଦେଖନ୍ତୁ ଭିଡିଓ: ସ୍କୁଲରେ ଛାତ୍ରୀ ସହ ହିନ୍ଦି ଶିକ୍ଷକଙ୍କ କଳାକାରନାମା, ପ୍ୟାଣ୍ଟ ଖୋଲି ଜବରଦସ୍ତି କଲେ ଏମିତି

 
Sir student

ଉତ୍ତରପ୍ରଦେଶରୁ ଆସିଛି ଏକ ନିନ୍ଦନୀୟ ଘଟଣାର ଭିଡିଓ । ଛାତ୍ର ଓ ଶିକ୍ଷକ ସମ୍ପର୍କକୁ ନେଇ ପୁଣି ଉଠାଇଛି ପ୍ରଶ୍ନ । ଆଜିକାଲିର ସମୟରେ ଗୁରୁ ନିଜ ପଦବୀରୁ କେତେ ତଳକୁ ଖସି ପାରନ୍ତି ତାହାର ଉଦାହରଣ ସୃଷ୍ଟି କରୁଛନ୍ତି ଏହି ଶିକ୍ଷକ ମାନେ ।

ହ

ଝିଅ ସ୍କୁଲ୍ ଯିବା ପାଇଁ ବାରମ୍ବାର ମନା କରିବାରୁ ମାଆ ଝିଅଟିକୁ ଗାଳି ଦେବା ସହ ବାପାଙ୍କୁ ଏକଥା ଜଣାଇ ଥିଲେ । ବାପା ମଧ୍ୟ ରାଗି ଯାଇ ଝିଅକୁ କାରଣ ପଚାରିବାରୁ ପୀଡ଼ିତା ଝିଅଟି କହିଥିଲା ସବୁ ସତ କଥା । ଯାହା ଶୁଣିବା ପରେ ଅନେକ ବିଶ୍ୱାସ ଓ ଭରସା ନେଇ ବିଦ୍ୟାଳୟକୁ ପାଠ ପଢିବାକୁ ଛାଡୁଥିବା ମାଆ ବାପାଙ୍କର ଭାଙ୍ଗି ଯାଇଥିଲା ସବୁ ବିଶ୍ୱାସ ଓ ଭରସା । 

ଝିଅଟି ସବୁ କଥା ଖୋଲି କହିଥିଲା ତା ବାପା ମାଆଙ୍କ ଆଗରେ । କିପରି ହିନ୍ଦୀ ଶିକ୍ଷକ ଗୋବିନ୍ଦ ତା ସହିତ ଖରାପ ବ୍ୟବହାର କରନ୍ତି । ଅସଦାଚରଣ କରିବା ସହିତ ଏଣୁ ତେଣୁ ତାଙ୍କୁ ଖରାପ କଥା କହନ୍ତି । ଗତ ମଙ୍ଗଳ ବାର ଦିନ ହିନ୍ଦୀ କ୍ଲାସ ସାରି ଛାତ୍ରୀ ଜଣକ ଫେରୁଥିବା ବେଳେ ଶିକ୍ଷକ ଜଣଙ୍କ ତାକୁ ହିନ୍ଦୀ ଖାତା ଦେଖିବା ବାହାନାରେ ରୋକିଥିଲେ । 

ତାହା ପରେ ଆରମ୍ଭ କରି ଦେଇଥିଲେ ନିଜର କୁକାର୍ଯ୍ୟ । ଛାତ୍ରୀ ଜଣଙ୍କୁ ଟଣା ଓଟରା କରିବା ସହିତ  ଜୋର୍ ଜବରଦସ୍ତ ତାକୁ ଧରିବାକୁ ଚେଷ୍ଟା କରୁଥିଲେ । ଏପରିକି ଛାତ୍ରୀ ଜଣଙ୍କୁ ଧମକାଇ କହିଥିଲେ ଯଦି କାହାକୁ ଏକଥା କହିବୁ ତେବେ ତେଜାବ ପକାଇ ତତେ ଜାଳିଦେବି ।

ବାପା ମାଆ ଏହି ସବୁ କଥା ଜାଣିବା ପରେ ବୁଧବାର ଦିନ ଥାନାରେ ଏତଲା ଦେଇଥିଲେ । ଯାହା ପରେ ପୋଲିସ ତାର ସନ୍ଧାନ ଆରମ୍ଭ କରିବା ସହିତ ଛାତ୍ରୀ ଜଣଙ୍କର ମେଡ଼ିକାଲ ଟେଷ୍ଟ କରାଇ ଥିଲେ । ଯାହା ପରେ ପୋଲିସ କହିଛି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ।