ଦେଖନ୍ତୁ ଭିଡ଼ିଓ: ଗୋଟିଏ ବ୍ଲାକବୋର୍ଡ଼ରେ ଚାଲିଛି ଦୁଇଟି ବିଷୟର ପାଠପଢ଼ା, ଭାଇରାଲ ହେଉଛି ଭିଡ଼ିଓ….

 
Teaching

ସ୍କୁଲରେ ଗୋଟିଏ କଳାପଟା ତାହାରି ଉପରେ ଚାଲିଛି ପାଠପଢ଼ା। ବ୍ଲାକବୋର୍ଡର ଗୋଟିଏ ପାଖରେ ହିନ୍ଦୀ ପଢ଼ା ଯାଉଥିବା ବେଳେ ଅନ୍ୟ ପାଖରେ ଚାଲିଛି ଉର୍ଦ୍ଦୁ ପାଠପଢା। ବିହାରର କଟିହାର ଜିଲ୍ଲାର ଏକ ଆଦର୍ଶ ବିଦ୍ୟାଳୟ ଠାରେ ଏଭଳି ଦୂରାଅବସ୍ଥା ଦେଖିବାକୁ ମିଳିଥିବା ବେଳେ ଏହାର ଏକ ଭିଡିଓ ଗଣମାଧ୍ୟମରେ ଭାଇରାଲ ହେଉଛି।

ଏହି ସ୍କୁଲଟି ଏକ ଆଦର୍ଶ ବିଦ୍ୟାଳୟ ହୋଇଥିବା ବେଳେ ଏଠାରେ ଏଭଳି ଅବସ୍ଥା ସମସ୍ତଙ୍କୁ ଚକିତ କରିଛି। ଏହି ସ୍କୁଲରେ ୧୫୦ ରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ସେମାନଙ୍କ ପାଇଁ ମାତ୍ର ଗୋଟିଏ ବ୍ଲାକବୋର୍ଡ଼ ଉପଲବ୍ଧ ରହିଛି। ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଜଣେ ଶିକ୍ଷୟିତ୍ରୀ ହିନ୍ଦୀ ପଢ଼ାଉଥିବା ବେଳେ ଅନ୍ୟ ଜଣେ ଶିକ୍ଷକ ସମାନ କଳାପଟା ଉପରେ ଉର୍ଦ୍ଦୁ ପଢ଼ାଉଥିବା ଦେଖିବାକୁ ମିଳୁଛି। ଦେଖନ୍ତୁ ଭିଡ଼ିଓ:-ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ସ୍କୁଲରେ ୧୬୩ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ସେମାନଙ୍କ ପାଇଁ ମାତ୍ର ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉପଲବ୍ଧ ରହିଛନ୍ତି। ଯେଉଁଥିପାଇଁ ସ୍କୁଲରେ ଗୋଟିଏ ଦିନରେ ମାତ୍ର ଦୁଇଟି କ୍ଲାସ୍‌ ସମ୍ଭବ ହୋଇପାରୁଛି। ଏଥିନେଇ ଜିଲ୍ଲା ଶିକ୍ଷା ପଦାଧିକାରୀ ପ୍ରଶ୍ନ କରାଯିବା ପରେ ଆଗକୁ ପିଲାମାନଙ୍କ ପାଇଁ କ୍ଲାସର ବ୍ୟବସ୍ଥା କରାଯିବା ସହିତ ନୂଆ ଶିକ୍ଷକ ନିଯୁକ୍ତ ହେବେ ବୋଲି ସେ କହିଛନ୍ତି।