ଘରେ ରହି ଲୋକେ ପାଳିଲେ ନୂଆବର୍ଷ! ୩୧ ଡିସେମ୍ବର ରାତି ପାଇଁ ଲୋକେ କିଣିନେଲେ ଏତେ ଏଜାର କଣ୍ଡୋମ୍, ଜାଣି ହେବେ ତାଜୁବ୍

 
Zero night condom

ନୂଆ ଆଶାର ସଞ୍ଚାର ନେଇ ଆସିଛି ବର୍ଷ ୨୦୨୨। ତେବେ ପ୍ରତିବର୍ଷ ଲୋକେ ଜିରୋ ନାଇଟକୁ ଧୂମଧାମର ସହ ପାଳନ କରୁଥିବା ବେଳେ ଚଳିତବର୍ଷ କରୋନା କଟକଣା ପାଇଁ ସବୁ ଫସର ଫାଟି ଯାଇଥିଲା। ଜିରୋ ନାଇଟ ସେଲିବ୍ରେସନ୍ ସହିତ ଭୋଜି ଭାତ କରିବା ପାଇଁ ସରକାର ଅନୁମତି ଦେଉନଥିବା ବେଳେ ଲୋକେ ଏହାକୁ ନିଜ ଅନ୍ଦାଜରେ ଘରେ ରହି ପାଳନ କରିଥିଲେ।

Celebration

ଅନଲାଇନ ଫୁଡ଼ ଡେଲିଭେରୀ ସହ ଅତ୍ୟାବସ୍ୟକ ଜିନିଷ ଗୁଡିକୁ ଅର୍ଡର କରି ଲୋକେ ଘରେ ହିଁ ନୂଆବର୍ଷ କୁ ସ୍ୱାଗତ କରିଥିଲେ। ତେବେ, ଏହାରି ମଧ୍ୟରେ ଭାରତୀୟମାନେ ବିପୁଳ ପରିମାଣର କଣ୍ଡୋମ ଅର୍ଡର କରିଥିବା କଥା ସାମ୍ନାକୁ ଆସିଛି। ପ୍ରଥମେ ଗ୍ରୋଫର୍ସ ନାମରେ ଜଣାଶୁଣା ଅନଲାଇନ୍‌ ଗ୍ରୋସରୀ ଡେଲିଭରୀ ଫର୍ମ ବ୍ଲିଙ୍କିଟ୍‌ରେ ୩୧ ଡିସେମ୍ୱର ରାତିରେ ୩୩,୪୪୦ଟି କଣ୍ଡୋମ ଅର୍ଡର ଦିଆଯାଇ ଥିଲା ବୋଲି ଜୋମାଟୋର ସଂସ୍ଥାପକ ଦିପିନ୍ଦର ଗୋୟଲ ଏକ ଟ୍ୱିଟ୍‌ରେ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜୋମାଟୋ ବ୍ଲିଙ୍କିଟ୍‌ର ଏକ ବଡ଼ ନିବେଷକ ଅଟେ।

Condom

ଦିପିନ୍ଦରଙ୍କ କହିବା ଅନୁଯାଇ ବ୍ଲିଙ୍କିଟ୍‌ ସାଧାରଣ ଭାବେ ଯେଉଁ ଅର୍ଡରକୁ ୨ ସପ୍ତାହରେ ପଠାଇ ପାରିଥାନ୍ତା ସେତିକି ମାତ୍ର ଅର୍ଡର ଗୋଟିଏ ଦିନରେ ବିକ୍ରି ହୋଇଯାଇଥିଲା। କେବଳ ଏତିକି ନୁହେଁ ବ୍ଲିଙ୍କିଟ୍‌ କୋଭିଡ୍‌-୧୯ ପାଇଁ ୧୦,୦୦୦ସେଲ୍ଫ-ଟେଷ୍ଟ କିଟ୍‌ ମଧ୍ୟ ଡେଲିଭରି କରିଥିବା ସୂଚନା ଦେଇଛି। ତେବେ, ଲୋକେ ଏହି ନବବର୍ଷକୁ ଘରେ ସୁରକ୍ଷିତ ରହି ପାଳିବାକୁ ନିଷ୍ପତ୍ତି ନେଇଛନ୍ତି।