ଦେଖନ୍ତୁ ଭିଡିଓ: ସ୍ବାଗତ ବେଳେ ନିଜକୁ ଅଟକାଇ ନପାରି ରସରକେଲି ଡାଲଖାଇ ଗୀତରେ ଝୁମିଲେ ଅନୁର୍ଜାତୀୟ ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଇଲା

 
G20 summit

G20 ସମ୍ମିଳନୀର ସମାରୋହରେ ସମ୍ୱଲପୁରୀ ନୃତ୍ୟର ଝଲକରେ ବିମୋହିତ ଆନ୍ତର୍ଜାତୀୟ ପ୍ରତିନିଧି ମାନେ। ସମ୍ବଲପୁରୀ ଗୀତ ଓ ନୃତ୍ୟର ତାଳେ ତାଳେ ହଜି ଯାଇଛନ୍ତି ସମସ୍ତେ। ଚେଷ୍ଟା କରି ମଧ୍ୟ ସମ୍ଭାଳି ପାରିନାହାଁନ୍ତି ନିଜକୁ।

ଆଜ୍ଞା ହଁ, ଆମେ ସିନା ଏବେ ବିଦେଶୀ ସଂସ୍କୃତି ପଛର ପଡିଛୁ ହେଲେ କଳା,ସଂସ୍କୃତି,ନୃତ୍ୟ, ସଙ୍ଗୀତ ଆଦିର ଜନ୍ମସ୍ଥଳୀ ହେଉଛି ଭାରତ। ଭିନ୍ନ ନୃତ୍ୟ ପାଇଁ ଭିନ୍ନ ରକମର ପୋଷାକ , ଭିନ୍ନ ତାଳ, ଭିନ୍ନ ସଙ୍ଗୀତ ଯାହାକୁ ଯେ କେହିବି ଦେଖିଲେ ଭୁଲି ଯିବ ନିଜକୁ। ହଜିଯିବ ସେଇ ନୃତ୍ୟ ଓ ସଙ୍ଗୀତରେ।

ହେଲେ ଯେବେ କଥା ଉଠେ ସମ୍ବଲପୁରୀ ନୃତ୍ୟ ଓ ସଙ୍ଗୀତ ର ଯାହାର ନିଆରା ଶୈଳୀ ଆଗରେ ଫିକା ପଡି ଯାଏ ମଡର୍ନ ଡ୍ୟାନ୍ସ୍। ଭାଷା ବୁଝା ପଡୁ କି ନ ପଡୁ ମନ କିନ୍ତୁ ବୁଝି ପାରେ ଭାବନା।

Fgg

G20 ସମ୍ମିଳନୀ ଅବସରରେ ଇନ୍ଦିରା ଗାନ୍ଧୀ ଏୟାର ପୋର୍ଟ ରେ ଆୟୋଜନ କରାଯାଇଥିଲା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ।ଯେଉଁଥିରେ ସମ୍ବଲପୁରୀକୁ ବିଶେଷ ଧ୍ୟାନ ଦିଆ ଯାଇଥିଲା।

ଡାଲଖାଇ ସଙ୍ଗୀତରେ ନୃତ୍ୟ  ସମୟରେ ଦେଖାଯାଇଛି ଯେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ମୁଖ୍ୟ କ୍ରିଷ୍ଟାଲିନ ଜର୍ଜିଭା ସହିତ ଅନ୍ୟ ପ୍ରତିନିଧି ମାନେ ମଧ୍ୟ ଝୁମି ଉଠିଛନ୍ତି। ସଙ୍ଗୀତକୁ ବୁଝି ପାରୁ ନ ଥିଲେ ମଧ୍ୟ ବିଭୋର ହୋଇ ଉଠିଛନ୍ତି। ଦେଖିକି ନାଚିବାକୁ ଚେଷ୍ଟା କରୁଛନ୍ତି। ମନରେ ଆନନ୍ଦ ଓ ଯେପରି ଏକ ଆତ୍ମତୃପ୍ତିର ଭାବ ଦେଖିବାକୁ ମିଳିଛି ସମସ୍ତଙ୍କ ମନରେ।

ଏ ନେଇ ଓଡ଼ିଶା ବାସୀ ବିଶେଷ କରି ପଶ୍ଚିମ ଓଡ଼ିଶା ବାସୀ ଗର୍ବ ଅନୁଭବ କରୁଛନ୍ତି। ସମ୍ବଲପୁରୀ ନୃତ୍ୟ କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି ଏବେ। କେନ୍ଦ୍ରୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟୁଇଟ କରି କହିଛନ୍ତି ସମ୍ବଲପୁରୀ ଗୀତ ରେ ନିଜକୁ ସମ୍ଭାଳି ହୁଏ ନାହିଁ।