ବଜେଟ୍ ୨୦୨୩ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କଣ ଶସ୍ତା ହେଲା କଣ ହେଲା ମହଙ୍ଗା, ଜାଣିବା ଜରୁରୀ

 
Budget

ଆଜି ମୋଦି ସରକାରଙ୍କ ତରଫରୁ ଦ୍ଵିତୀୟ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ତରଫରୁ ବଜେଟ ଉପସ୍ଥାପନା କରାଯାଇଥିବା ବେଳେ କିଛି ସାମଗ୍ରୀ ଶସ୍ତା ହୋଇଥିବା ବେଳେ କିଛି ସାମଗ୍ରୀ ଆହୁରି ମହଙ୍ଗା ହୋଇଛି। ଏହା ବ୍ୟତୀତ କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ନିଯୁକ୍ତି ଠାରୁ ଆରମ୍ଭ କରି ଆୟକର କ୍ଷେତ୍ରରେ ମଧ୍ୟ ବଡ ଘୋଷଣା କରାଯାଇଛି।

Finance minister

ଏଣିକି ଟିଭି, ଷ୍ଟିଲ, ମୋବାଇଲ ଲେନ୍ସ ଗୁଡିକ ଶସ୍ତାରେ ମିଳିପାରିବ। ମୋବାଇଲ ଶିଳ୍ପରେ ବ୍ୟବହୃତ କ୍ୟାମେରା ଲେନ୍ସ, ବ୍ୟାଟେରୀ ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରାଯାଇଛି। ଏହା ବ୍ୟତୀତ ବୈଦୁତିକ ଯାନ, ସାଇକେଲ, ଅଟୋମୋବାଇଲ ଏବଂ ଖେଳନା ଗୁଡିକ ମଧ୍ୟ ଶସ୍ତା ହୋଇଯିବ। ତେବେ, ରୋଷେଇ ଘରେ ଲାଗୁଥିବା ଇଲେକ୍ଟ୍ରିକ କିଚେନ ଚିମନିରେ ଆମଦାନୀ ଶୁଳ୍କ ୭.୫ ପ୍ରତିଶତରୁ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି।

Budget

ତେଣୁ, କିଚେନ ଚିମନି ମହଙ୍ଗା ହେବାକୁ ଯାଉଛି। ସେହିଭଳି ଭାବରେ ସୁନା, ରୁପା, ପ୍ଲାଟିନମ ଗହଣା ଉପରେ ଟିକସ ବୃଦ୍ଧି କରାଯାଇଥିବାରୁ ଏହା ମଧ୍ୟ ମହଙ୍ଗା ହେବ। ଇମ୍ପୋର୍ଟେଡ଼ ଡୋର୍ ଏବଂ ସିଗାରେଟ୍ ମଧ୍ୟ ମହଙ୍ଗା ହେବାକୁ ଯାଉଛି।